ଧଳସାମନ୍ତ ଭ୍ରାତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇନି: ଦେବାଶିଷ

କଟକ: କୌଣସି ରାଜନୈତିକ  ଉଦ୍ଦେଶ୍ୟ ରଖି ଧଳସାମନ୍ତ ଭ୍ରାତାଙ୍କୁ ଗିରଫ କରାଯାଇନାହିଁ। ମଙ୍ଗଳବାର ଏକ କଥା କହିଛନ୍ତି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ। ଏହା ସହିତ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଗିରଫ ହେବାର ୫ ଦିନ ପରେ ଏ ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ସେ। ତାଙ୍କୁ ଓ ତାଙ୍କ ଭାଇଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି ବୋଲି ଗତକାଲି ସୁଶୀଲ ଗଣମାଧ୍ୟମକୁ କହିଥିବା ବେଳେ ଦେବାଶିଷ ଏହାକୁ ଖଣ୍ଡନ କରି କହିଛନ୍ତି, […]

debashis

Rakesh Mallick
  • Published: Tuesday, 02 February 2016
  • , Updated: 02 February 2016, 04:39 PM IST

କଟକ: କୌଣସି ରାଜନୈତିକ  ଉଦ୍ଦେଶ୍ୟ ରଖି ଧଳସାମନ୍ତ ଭ୍ରାତାଙ୍କୁ ଗିରଫ କରାଯାଇନାହିଁ। ମଙ୍ଗଳବାର ଏକ କଥା କହିଛନ୍ତି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ। ଏହା ସହିତ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଗିରଫ ହେବାର ୫ ଦିନ ପରେ ଏ ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ସେ। ତାଙ୍କୁ ଓ ତାଙ୍କ ଭାଇଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି ବୋଲି ଗତକାଲି ସୁଶୀଲ ଗଣମାଧ୍ୟମକୁ କହିଥିବା ବେଳେ ଦେବାଶିଷ ଏହାକୁ ଖଣ୍ଡନ କରି କହିଛନ୍ତି, ଅପରାଧିକ ମାମଲା ଥିବାରୁ ଧଳସମାନ୍ତଙ୍କ ଭ୍ରାତାକୁ ଗିରଫ କରାଯାଇଛି।  ପୋଲିସ୍ ସେମାନଙ୍କୁ ଟ୍ରାକ୍ କରୁଥିଲା। ଗତ ଜୁଲାଇ ମାସରୁ ପୋଲିସ ଧଳ ସାମନ୍ତଙ୍କ ଭ୍ରାତାଙ୍କ ଗତିବିଧି ଉପରେ ନଜର ରଖିଥିଲା। ତେଣୁ ସେମାନଙ୍କ ସଂପର୍କରେ ନିଶ୍ଚିତ ପୋଲିସକୁ କିଛି ତଥ୍ୟ ମିଳିଥିବ। ଆଉ ସେହି ଆଧାରରେ ସେମାନେ ଏହି ଦୁଇ ଭାଇଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଗିରଫଦାରୀ ପରେ ଅନେକ ତଥ୍ୟ ପଦାକୁ ଆସୁଛି। କୌଣସି ରାଜନୈତିକ ଚାପରେ ପୋଲିସ୍ ଏଭଳି ପଦକ୍ଷେପ ନେଇ ପାରିବ ନାହିଁ।

ଧଳସାମନ୍ତ ଭ୍ରାତାଙ୍କ ସହ ତାଙ୍କର ତଥା ରାଜନେତାଙ୍କ ସଂପର୍କକୁ ନେଇ ଦେବାଶିଷ କହିଛନ୍ତି, ସୁଶାନ୍ତ ୧୨ ବର୍ଷ ହେଲାଣି ଫେରାର ଥିଲେ। ସୁଶୀଲ ନିୟମିତ ଜାମିନରେ ଥିଲେ। ତାଙ୍କ ନାଁରେ ଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ କିଛି ବାଦ୍ ପଡ଼ି ସାରିଛି । ସେ ଜଣେ ସାଧାରଣ ନାଗରିକ ଭାବେ ଆଇନତଃ କଟକରେ ବାସ କରୁଥିଲେ। ତାଙ୍କର ଅପରାଧିକ ପୃଷ୍ଠଭୂମି ଥାଇପାରେ, କିନ୍ତୁ ତାଙ୍କ ନାଁରେ କିଛି ମାମଲା ନାହିଁ।

ସୁଶୀଲ ଧଳସାମନ୍ତଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା କଥାକୁ ସ୍ୱୀକାର କରି ସେ କହିଛନ୍ତି, ‘ଯୁବକ ସଂଘରେ ସେ (ସୁଶୀଲ) ଏକା ନଥିଲେ। ଆହୁରି ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏହା ସହିତ ଜଡ଼ିତ। ଶାନ୍ତି କମିଟି, ପୂଜା କମିଟିର ସଦସ୍ୟ ଅଛନ୍ତି ଏଥିରେ। ଯୁବକ ସଂଘର ରକ୍ତଦାନ ଶିବିରକୁ ମୁଁ ଯାଇଥିଲି।’

କୌଣସି କାର୍ଯ୍ୟକ୍ରମକୁ ଗଲା ବେଳେ ଆୟୋଜକଙ୍କ ପୃଷ୍ଠିଭୂମି ସଂପର୍କରେ ରାଜନେତା ଖବର ନେବା ସଂପର୍କିତ ପ୍ରଶ୍ନରେ ଦେବାଶିଷ କହିଥିଲେ, ଗଣମାଧ୍ୟମ ମଧ୍ୟ ଧଳସାମନ୍ତଙ୍କ ପୃଷ୍ଣଭୂମି ସଂପର୍କରେ  ଜାଣି ନ ଥିଲା। ଯଦି ଗଣମାଧ୍ୟମ ଜାଣିଥିଲା ତା’ହେଲେ ଅପରାଧିକ ପୃଷ୍ଠଭୂମିର ଜଣେ ବ୍ୟକ୍ତି ରକ୍ତଦାଦ ଶିବିର ଆୟୋଜନ କରୁଛନ୍ତି ବୋଲି କାହିଁକି କହିଲେନି।

କଟକ ନଗର ଯୁବକ ସଂଘ ମାଧ୍ୟମରେ ଦୁଇ ଭାଇ ସେମାନଙ୍କ ପତିଆରା ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ। କେବଳ କଟକ ନୁହେଁ ଜଗତସିଂହପୁରରେ ଆଧିପତ୍ୟ ବିସ୍ତାର କରିଚାଲିଥିଲେ ଦୁଇ ଭାଇ। ରକ୍ତଦାନ ଶିବିର ମାଧ୍ୟମରେ ନିଜର ଭାବଭୂର୍ତ୍ତି ତିଆରି କରିବାକୁ ଉଦ୍ୟମ କରିଥିଲେ। ଏହାସହ ରାଜନୀତିରେ ପ୍ରବେଶ ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରିସାରିଥିଲେ। ଆଉ ସେମାନଙ୍କ ଆଖି ଥିଲା କଟକ-ବାରବାଟୀ ଆସନ ଉପରେ। ଯାହାକୁ ନେଇ ଦେବାଶିଷଙ୍କ ସହ ସେମାନଙ୍କ ଦୂରତା ବଢାଇ ଦେଇଥିବା ଚର୍ଚ୍ଚା ହେଉଛି।

କଟକ ଯୁବକ ସଂଘ ପକ୍ଷରୁ କୁହାଯାଇଛି, ଦେବାଶିଷ ସାମନ୍ତରାୟଙ୍କ ତତ୍ୱାବଧାନରେ ସଂଘ ଚାଲିଥିଲା। ଘର ସବୁ କାର୍ଯ୍ୟକ୍ରମରେ ସେ ଯୋଗ ଦେଉଥିଲେ। ସଂଘର ଲୋକପ୍ରିୟତା ଦିନକୁ ଦିନ ବଢି ଚାଲିଥିଲା। ଯାହା ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାଇଁ ଭୟର କାରଣ ପାଲଟିଥିଲା।

 ବିଜେଡି ଦଳ ଓ ନବୀନ ସରକାର ତାଙ୍କୁ ସୁରକ୍ଷା ଦେଉଥିଲା ବୋଲି ବିଜେପି ଉପସଭାପତି ପ୍ରତାପ ସଡଙ୍ଗୀ ଅଭିଯୋଗ କରିଛନ୍ତି।

Related story