ଦିଲ୍ଲୀପ ମିଶ୍ର ଓ ପ୍ରଫୁଲ୍ଲ ସିଂହଙ୍କୁ ସିବିଆଇ କ’ଣ ପାଇଁ ଡାକିଥିଲା ମୁଁ ଜାଣିନି: ଦେବୀ ମିଶ୍ର

ଭୁବନେଶ୍ୱର: “ଦିଲ୍ଲୀପ ମିଶ୍ର ଓ ପ୍ରଫୁଲ୍ଲ ସିଂହଙ୍କୁ  ସିବିଆଇ କ’ଣ ପାଇଁ ଡାକିଥିଲା ମୁଁ ଜାଣିନାହିଁ। ଆଜି ତାଙ୍କ ସହିତ ଦେଖାହେଲେ ମୁଁ କଥାହେବି” ବୋଲି ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି। ସେ କହିଛନ୍ତି,“ସିବିଆଇ କାହାକୁ ବି ଡାକି ପଚରା ଉଚରା କରିପାରିବ। ସିସୋରର ନୌ ବିହାର ଓ ଅଟ୍ରି ପ୍ରକଳ୍ପ ନେଇ ସିବିଆଇ ପାଖରେ ଯେଉଁ ତଥ୍ୟ ଅଛି  ସିବିଆଇ ତାହା ଉପସ୍ଥାପନ କରୁ।” ଦେବୀ ମିଶ୍ରଙ୍କ ମନ୍ତବ୍ୟ ନେଇ ବିଜେପି ରାଜ୍ୟ […]

debi-mishra

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 04:24 PM IST

ଭୁବନେଶ୍ୱର: “ଦିଲ୍ଲୀପ ମିଶ୍ର ଓ ପ୍ରଫୁଲ୍ଲ ସିଂହଙ୍କୁ  ସିବିଆଇ କ’ଣ ପାଇଁ ଡାକିଥିଲା ମୁଁ ଜାଣିନାହିଁ। ଆଜି ତାଙ୍କ ସହିତ ଦେଖାହେଲେ ମୁଁ କଥାହେବି” ବୋଲି ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି।

ସେ କହିଛନ୍ତି,“ସିବିଆଇ କାହାକୁ ବି ଡାକି ପଚରା ଉଚରା କରିପାରିବ। ସିସୋରର ନୌ ବିହାର ଓ ଅଟ୍ରି ପ୍ରକଳ୍ପ ନେଇ ସିବିଆଇ ପାଖରେ ଯେଉଁ ତଥ୍ୟ ଅଛି  ସିବିଆଇ ତାହା ଉପସ୍ଥାପନ କରୁ।”

ଦେବୀ ମିଶ୍ରଙ୍କ ମନ୍ତବ୍ୟ ନେଇ ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି,“ସରକାରଙ୍କର ସିସୋର ଓ ଏଟି ଚିଟଫଣ୍ଡ ସହ ସଂପୃକ୍ତି ରହିଛି ବୋଲି ଆମେ ବାରମ୍ବାର ଅଭିଯୋଗ କରିଛୁ। ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସିସୋର ସହ ଏକ ଚୁକ୍ତି କରି ମହାନଦୀରେ ନୌଚାଳନ ଓ ରେଷ୍ଟୁରାଣ୍ଟ ପାଇଁ ଅନୁମତି ଦେଇଥିଲେ। ଏହା ସହ ଅଟ୍ରିର ପାନ୍ଥଶାଳାର ପରିଚାଳନା ଦାୟିତ୍ୱ ମଧ୍ୟ ଦେଇଥିଲେ। ଏ ସବୁ ଦେଖିଲେ ରାଜ୍ୟ ସରକାରଙ୍କ ଚିଟଫଣ୍ଡରେ ସଂପୃକ୍ତି ଥିବା  ଜଣାପଡୁଛି। ସିସୋର କଣ  ସରକାରଙ୍କ ମାଉସୀ ପୁଅ ଭାଇଥିଲା?”

ସେ କହିଛନ୍ତି,“ଆମେ ବାରମ୍ବାର ଦାବି କରିଆସୁଛୁ ସିବିଆଇ ଶୀଘ୍ର ଏହି ଘଟଣାକୁ ତଦନ୍ତ କରି ଜନସାଧାରଣଙ୍କ ପାଖରେ ପ୍ରକାଶ କରୁ। ପର୍ଯ୍ୟଟନ ବିଭାଗ ସିସୋର ସହିତ ଏମୟୁ କରିଥିଲା। ସେଥିପାଇଁ  ଦେବୀ ମିଶ୍ରଙ୍କୁ ସିବିଆଇ ଜେରା କରିବା ଦରକାର।”

ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଗତକାଲି ସିବିଆଇ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ରାଜନୈତିକ ପିଏ ଦିଲ୍ଲୀପ ମିଶ୍ର ଓ ବିଜେଡି ନେତା ପ୍ରଫୁଲ୍ଲ ସିଂହଙ୍କୁ ଜେରା କରିଥିଲା। ପ୍ରଫୁଲ୍ଲଙ୍କୁ ପ୍ରାୟ ୫ ଘଣ୍ଟା ଧରି ଜେରା କରାଯାଇଥିବା ବେଳେ ଦିଲ୍ଲୀପଙ୍କୁ ଦୁଇ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।

Related story