ଗୋପାଳପୁରଠାରୁ ୧୨୦୦ କିମି ଦୂରରେ ରହିଛି ଡିପ୍‌ ଡିପ୍ରେସନ୍‌, ୮ରେ ପିଟିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରୁ ଉପକୂଳ ଆଡକୁ ମାଡି ଆସୁଛି ଲଘୁଚାପ। ଡିପ୍ ଡିପ୍ରେସନରେ ପରିଣତ ହୋଇ ୮ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତାକାଲିଠାରୁ ୧୦ ଯାଏଁ ପ୍ରବଳ ବର୍ଷାର ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବୋହିବ। ଗୋପାଳପୁରଠାରୁ ଏବେ ପ୍ରାୟ ୧୨୦୦ କିଲୋମିଟର ଦୂରରେ ରହିଛି ଲଘୁଚାପ। ଏହାର ଗତି ଉତ୍ତର-ପଶ୍ଚିମ […]

rain

Rakesh Mallick
  • Published: Wednesday, 06 December 2017
  • , Updated: 06 December 2017, 08:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରୁ ଉପକୂଳ ଆଡକୁ ମାଡି ଆସୁଛି ଲଘୁଚାପ। ଡିପ୍ ଡିପ୍ରେସନରେ ପରିଣତ ହୋଇ ୮ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତାକାଲିଠାରୁ ୧୦ ଯାଏଁ ପ୍ରବଳ ବର୍ଷାର ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବୋହିବ।

ଗୋପାଳପୁରଠାରୁ ଏବେ ପ୍ରାୟ ୧୨୦୦ କିଲୋମିଟର ଦୂରରେ ରହିଛି ଲଘୁଚାପ। ଏହାର ଗତି ଉତ୍ତର-ପଶ୍ଚିମ ଅର୍ଥାତ୍ ଆନ୍ଧ୍ର ଉପକୂଳ ଆଡକୁ ରହିଛି। ଯାହା ୮ ଡିସେମ୍ବର ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଘନିଭୂତ ହୋଇ ଡିପ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବ। ଏପରିକି ଏହି ସମୟରେ ପବନର ବେଗ ୪୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ରହିପାରେ। ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଏହାର ପ୍ରଭାବ ୧୮ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନାଦେଇଛନ୍ତି।

Related story