ତରଭା ହତ୍ୟାକାଣ୍ଡ: ବ୍ୟୋମକେଶଙ୍କୁ ଆଉଥରେ ରିମାଣ୍ଡରେ ନେଲା ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତରଭାରେ ସଲମାନ ରାଉତରଙ୍କୁ ଗୁଳିକରି ହତ୍ୟା କରିବା ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ପୋଲିସ ଆଉ ଦୁଇ ଦିନିଆ ରିମାଣ୍ଡରେ ନେଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ବ୍ୟୋମକେଶଙ୍କ ଦାଦା ଚିତ୍ତରଞ୍ଜନଙ୍କୁ ପୋଲିସ ଗିରଫ କରିଛି। ଚିତ୍ତରଞ୍ଜନଙ୍କୁ ମିଶାଇ ଏହି ଘଟଣାରେ ଗିରଫଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗୁରୁବାର ବ୍ୟୋମକେଶଙ୍କ ରିମାଣ୍ଡ ଅବଧି ସରିବା ପରେ ଆଉ ଥରେ ନେବା ପାଇଁ ପୋଲିସ୍‌ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। ଗତକାଲି […]

tarava

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 11:23 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତରଭାରେ ସଲମାନ ରାଉତରଙ୍କୁ ଗୁଳିକରି ହତ୍ୟା କରିବା ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ପୋଲିସ ଆଉ ଦୁଇ ଦିନିଆ ରିମାଣ୍ଡରେ ନେଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ବ୍ୟୋମକେଶଙ୍କ ଦାଦା ଚିତ୍ତରଞ୍ଜନଙ୍କୁ ପୋଲିସ ଗିରଫ କରିଛି। ଚିତ୍ତରଞ୍ଜନଙ୍କୁ ମିଶାଇ ଏହି ଘଟଣାରେ ଗିରଫଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ଗୁରୁବାର ବ୍ୟୋମକେଶଙ୍କ ରିମାଣ୍ଡ ଅବଧି ସରିବା ପରେ ଆଉ ଥରେ ନେବା ପାଇଁ ପୋଲିସ୍‌ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲା।

ଗତକାଲି ଏହି ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ତ୍ରୟମ୍ୱକ ବିଶ୍ୱାଳଙ୍କୁ ପୋଲିସ୍‌ ଗିରଫ କରିଥିଲା। ତ୍ରୟମ୍ୱକ ହେଉଛନ୍ତି ବ୍ୟୋମକେଶଙ୍କ ସମ୍ପର୍କିୟ ଭାଇ।

ଗତ ଶନିବାର ପୋଷ୍ଟର ମରାକୁ କେନ୍ଦ୍ର କରି ସଲମାନଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହାକୁ ନେଇ ତରଭା ଅଶାନ୍ତ ହୋଇପଡ଼ିଥିଲା। ପୋଲିସ ବାଧ୍ୟ ହୋଇ ୧୪୪ ଧାରା ଜାରି କରିଥିଲା।

Related story