୧୮ରୁ ବିଧାନସଭା ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥର ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଅନେକ ପ୍ରସଙ୍ଗ । ନବକଳେବର ମହା ବିଭ୍ରାଟ ଠାରୁ ଆରମ୍ଭ କରି, ସାରଥି ବିବାଦ, କେନ୍ଦ୍ରାପଡ଼ାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ବେଲବାହାଳି ଭଳି ଅନେକ ଘଟଣା । ସେପଟେ ବିରୋଧୀଙ୍କ ମୁକାବିଲା କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ହୋଇଛି । ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି ସାରଥି ପ୍ରସଙ୍ଗ । ବିବାଦୀୟ […]

odisha-assembly

odisha-assembly

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 04:29 PM IST

Sports

Latest News

ଭୁବନେଶ୍ୱର: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥର ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଅନେକ ପ୍ରସଙ୍ଗ । ନବକଳେବର ମହା ବିଭ୍ରାଟ ଠାରୁ ଆରମ୍ଭ କରି, ସାରଥି ବିବାଦ, କେନ୍ଦ୍ରାପଡ଼ାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ବେଲବାହାଳି ଭଳି ଅନେକ ଘଟଣା । ସେପଟେ ବିରୋଧୀଙ୍କ ମୁକାବିଲା କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ହୋଇଛି ।

ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି ସାରଥି ପ୍ରସଙ୍ଗ । ବିବାଦୀୟ ଫଟୋ ଆସିବା ପରେ ସାରଥି ଆସିଥିଲେ ଚର୍ଚ୍ଚାକୁ । ବିରୋଧ ବଢିଲା, କ୍ରାଇମବ୍ରାଞ୍ଚ ତଦନ୍ତ କଲା ସାରଥି ଗିରଫ ହେଲେ । ସେପଟେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡା ଅଶାନ୍ତ ହୋଇପଡିଥିବା ବେଳେ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାକୁ ଆସିଥିଲା । ତାଙ୍କର ବଦଳି ହେଲା, ସେ ସସପେଣ୍ଡ ବି ହେଲେ । ଘଟଣାର ସିବିଆଇ ତଦନ୍ତ ହେବା ସହ ସତୀଶ ଗଜଭିୟେଙ୍କୁ ଗିରଫ କରାଯାଉ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଦାବି କରୁଛି । ଏହି ପ୍ରସଙ୍ଗରେ ବିଧାନସଭା ସରଗରମ ହେବା ନେଇ ଆଶା କରାଯାଉଛି । ସେହିପରି ୧୯ ବର୍ଷ ପରେ ଏଥର ହୋଇଥିଲା ନବକଳେବ ମହାପର୍ବ । ରଥଯାତ୍ରା ଠିକ ପୂର୍ବରୁ ବ୍ରହ୍ମ ପରିବର୍ତ୍ତନ ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ବିରୋଧୀ ସରକାରଙ୍କୁ ଘେରିବା ସହ କଂଗ୍ରେସ ଓଡ଼ିଶା ବନ୍ଦ ଓ ବିଜେପି ଜଗନ୍ନାଥ ସଂସ୍କୃତି ସୁରକ୍ଷା ରଥ ଚଳାଇଥିଲା । ଭିତ୍ତିଭୂମୀ ବିକାଶ କାମ ବି ଠିକ ସମୟରେ ଶେଷ ନ ହେବା ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ତେବେ ସୁରୁଖୁରରେ ରଥଯାତ୍ରା, ବାହୁଡା ଓ ସୁନାବେଶ ଶେଷ ହୋଇଥିଲା । ତେବେ ଏହି ପ୍ରସଙ୍ଗକୁ ବି ବିରୋଧୀଙ୍କ ଅସ୍ତ୍ର କିରିପାରନ୍ତି । ସେହିପରି କେନ୍ଦୁଝର ବେଲବାହାଳିରେ ପ୍ରସ୍ତାବିତ ନୂଆ କୁଶେଇ ସେତୁ ନିର୍ମାଣକୁ ବିରୋଧ କରି ଗତ ଜୁଲାଇ  ୭ ତାରିଖରେ ଘଟିଥିଲା ଲଙ୍କାକାଣ୍ଡରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା । ରାଜ୍ୟ ବିଜେପି କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରିଙ୍କ ଦୃଷ୍ଟି ବି ଆକର୍ଷଣ କରିଥିଲା। ବିଧାନସଭାରେ ବି ଏଇ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରୟାସ କରିବେ ବିରୋଧୀ । ସେହିପରି କେନ୍ଦ୍ର ଅବହେଳାକୁ ଶାସକ ଦଳ ପସଙ୍ଗ କରିବ । ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟ ସରକାର ପ୍ରାୟ ୨୧ ଶହ ୫୦ କୋଟିର କେନ୍ଦ୍ରୀୟ ଅନୁଦାନ ହରାଇପାରନ୍ତି। ଏ ନେଇ ଗତ ଅଗଷ୍ଟ ୩ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ ନବୀନ। ଏଥିସହ ଅଧିକ ଅର୍ଥ ମଧ୍ୟ ଦାବି କରିଥିଲେ । ଏହାସହ ନବୀନ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସଙ୍ଗ ଉଠାଇଥିଲେ । ବିଧାନସଭାରେ ଶାସକ ବିଜେଡି ଉଠାଇବ ଏହି ପ୍ରସଙ୍ଗ ।

ଅନ୍ୟ କେତେକ ପ୍ରସଙ୍ଗରେ ମୌସୁମୀ ଅଧିବେଶନରେ ପୋସ୍କୋ ପ୍ରସଙ୍ଗ ଉଠିପାରେ । ଅନିଶ୍ଚିତତା ଭିତରେ ରହିଛି ୫୨ ହଜାର କୋଟି ଟଙ୍କାର ପୋସ୍କୋ ପ୍ରକଳ୍ପ। ପୋସ୍କୋକୁ ଖଣ୍ଡାଧାର ଖଣିକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହା ମଧ୍ୟରେ ମହାରାଷ୍ଟ୍ରରେ ଏକ ପ୍ଲାଣ୍ଟ ପାଇଁ ପୋସ୍କୋ ଏମଓୟୁ ସ୍ୱାକ୍ଷର କରିଛି । ପୋସ୍କୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ଓଡ଼ିଆ ସାଂସଦ ଦିଲ୍ଲୀରେ ଅରୁଣ ଜେଟଲୀଙ୍କୁ ଭେଟି ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବ ମଧ୍ୟ ପୋସ୍କୋ କର୍ତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ପୋସ୍କୋ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ ହେବାର ସମ୍ଭାବାନା ରହିଛି । କମ୍ ବର୍ଷା ଯୋଗୁଁ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏହାର ମୁକାବିଲାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଚାଷୀଙ୍କ ସମସ୍ୟା ପ୍ରତି ସରକାର ଆଖି ବୁଜି ଦେଇଥିବା କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ବି ସରକାରଙ୍କୁ ଟାର୍ଗେଟ କରିପାରନ୍ତି ବିରୋଧୀ। ଏହାବାଦ କିଛି ଦିନ ତଳେ ଅଶାନ୍ତ ହୋଇପଡ଼ିବା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ ମଧ୍ୟ ଉଠିପାରେ । ଛାତ୍ର ଓ ଅଣଛାତ୍ର ମୁହାଁମୁହିଁ ସହ କିଛି ଛାତ୍ର ଆହତ ହୋଇଥିଲେ । ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା । ବାଣୀବିହାର ପ୍ରସଙ୍ଗକୁ ବି ବିଜେପି ଉଠାଇ ପାରେ ଗୃହରେ । ସେହିପରି ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ଅନେକ ସ୍କୁଲରେ ତାଲା ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ଅଭିଯୋଗ କରି ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story