ସତର୍କ ନହେଲେ ଅଚଳ ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ଏଟିଏମରୁ ବି ଉଠିବନି ଟଙ୍କା

ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ କରି ନାହାଁନ୍ତି କି ? ଯଦି କରି ନାହାଁନ୍ତି ତାହେଲେ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ତୁରନ୍ତ ଲିଙ୍କ୍ କରି ଦିଅନ୍ତୁ। ଯଦି ଆପଣ ଲିଙ୍କ୍ କରିବା ପାଇଁ ଆବେଦନ କରିଛନ୍ତି କିନ୍ତୁ ବ୍ୟାଙ୍କ ତରଫରୁ କୌଣସି ସୁନିଶ୍ଚିତ ମେସେଜ୍ ଆସିନାହିଁ ତା’ହେଲେ ହେଳା ନ କରି ଏହାର ସମାଧାନ କରନ୍ତୁ। ନିର୍ଦ୍ଧାରିତ ସମୟ ସୁଦ୍ଧା ଯଦି ଆଧାର ଲିଙ୍କ୍ ନ କରନ୍ତି ତା’ହେଲେ ଆପଣଙ୍କ […]

adhar

adhar

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 06:05 PM IST

Sports

Latest News

ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ କରି ନାହାଁନ୍ତି କି ? ଯଦି କରି ନାହାଁନ୍ତି ତାହେଲେ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ତୁରନ୍ତ ଲିଙ୍କ୍ କରି ଦିଅନ୍ତୁ। ଯଦି ଆପଣ ଲିଙ୍କ୍ କରିବା ପାଇଁ ଆବେଦନ କରିଛନ୍ତି କିନ୍ତୁ ବ୍ୟାଙ୍କ ତରଫରୁ କୌଣସି ସୁନିଶ୍ଚିତ ମେସେଜ୍ ଆସିନାହିଁ ତା’ହେଲେ ହେଳା ନ କରି ଏହାର ସମାଧାନ କରନ୍ତୁ। ନିର୍ଦ୍ଧାରିତ ସମୟ ସୁଦ୍ଧା ଯଦି ଆଧାର ଲିଙ୍କ୍ ନ କରନ୍ତି ତା’ହେଲେ ଆପଣଙ୍କ ଆକାଉଣ୍ଟ ଅସ୍ଥାୟୀ ଭାବେ ଅଚଳ ହୋଇଯିବାର ଆଶଙ୍କା ରହିଛି। ଫଳରେ ଆପଣଙ୍କ ଆକାଉଣ୍ଟରେ କୌଣସି ଆର୍ଥିକ କାରବାର କରିପାରିବେ ନାହିଁ।

ଆଧାର ଲିଙ୍କ୍  ନହେଲେ ଦେଖା ଦେବ ଏହି ସମସ୍ୟା

ଚଳିତ ବର୍ଷ ଜୁନ୍ ମାସରେ ସରକାର ଆଧାର କାର୍ଡକୁ ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟରେ ସଂଯୋଗ କରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି। ଏହା ନ କଲେ ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

ଗ୍ରାହକମାନେ ବ୍ୟାଙ୍କରେ କୌଣସି ପ୍ରକାର ଆର୍ଥିକ କାରବାର କରିପାରିବେ ନାହଁ। ବେତନ ଭୋଗୀଙ୍କ ଦରମା ବ୍ୟାଙ୍କରେ ଜମା ହେଉଥିଲେ ମଧ୍ୟ ସେମାନେ ଦରମା ଉଠାଇ ପାରିବେ ନାହଁ। ଖାଲି ସେତିକି ନୁହେଁ ଏଟିଏମରେ ମଧ୍ୟ ଟଙ୍କା ଉଠାଇପାରିବେ ନାହିଁ କି କାର୍ଡ ସୁଇପ୍ କରି କାରବାର କରିପାରିବେ ନାହଁ। ମୋଟା ମୋଟି କହିବାକୁ ଗଲେ ଆକାଉଣ୍ଟ ଅଚଳ ହୋଇଯିବ।

ଆକାଉଣ୍ଟରେ ଖାତା ଲିଙ୍କ୍ ଅଛି କି ନାହିଁ କିପରି ଜାଣିବେ।

ଏଥିପାଇଁ ଆଧାର ୱେବାସାଇଟ୍ www.uidai.gov.in ଉପରେ କ୍ଲିକ୍ କରନ୍ତୁ।

ପେଜ୍ ଖୋଲିବା ପରେ ଡାହାଣ ପାଖରେ ତଳକୁ Aadhaar services କଲମକୁ ଯାଆନ୍ତୁ। ଏହି ଧାଡ଼ିରେ ଶେଷରେ ଲେଖାଥିବା 'Check Aadhaar & Bank Account Linking Status' ଉପରେ କ୍ଲିକ୍ କରନ୍ତୁ।

ଏହାପରେ ଏକ ନୂଆ ପେଜ୍ ଖୋଲିଜିବ। ସେଠାରେ ଥିବା ଆଧାର ନମ୍ବର ବକ୍ସରେ ଆଧାର କାର୍ଡ ନମ୍ବର ଏଣ୍ଟ୍ରି କରନ୍ତୁ। ସେହିପରି  ଏଣ୍ଟର ସିକ୍ୟୁରିଟି କୋଡ୍ ବକ୍ସ ଡାହାଣପଟେ ଦିଆଯାଇଥିବା କୋଡ୍‌କୁ ଏଣ୍ଟ୍ରି କରି ସେଣ୍ଡ ଓଟିପିରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ  ଏକ ଓଟିପି ନମ୍ବର ଆସିବ। ଏହି ନମ୍ବରକୁ ଏଣ୍ଟ୍ରି କରି ଲଗଇନ୍ ଉପରେ କ୍ଲିକ୍ କରନ୍ତୁ। ଲଗଇନ୍ କରିବା ପରେ ଏକ ନୂଆ ପେଜ୍ ଖୋଲିଯିବ। ସେଥିରେ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ୍ ଅଛି କି ନାହିଁ ତାହା ସ୍ପଷ୍ଟ ଲେଖାଥିବ।

ମୋବାଇଲରେ କିପରି ଜାଣିବେ

ମୋବଇଲରେ *99*99*1# ଡାଏଲ କରନ୍ତୁ > ନିଜର 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟ୍ରି କରନ୍ତୁ > ଆଧାର ନମ୍ବର ଠିକ୍ ଏଣ୍ଟ୍ରି କରିଛନ୍ତି କି ନାହିଁ ସୁନିଶ୍ଚିତ କରାନ୍ତୁ > ସୁନିଶ୍ଚିତ କରିବା ମାତ୍ରେ ଆଧାର ନମ୍ବର ଆକାଉଣ୍ଟରେ ଲିଙ୍କ୍ ଅଛି କି ନାହିଁ ଜାଣିପାରିବେ।

ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ କରାନ୍ତୁ

ଅନଲାଇନ୍ ଓ ଅଫ ଲାଇନ୍ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ କରିପାରିବେ।

ଅଫ ଲାଇନ ଲିଙ୍କ୍ କରିବାକୁ ଚାହୁଁଥିଲେ ଯେଉଁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି ସେହି ବ୍ୟାଙ୍କକୁ ଯାଆନ୍ତୁ। ଆଧାର କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ଦେଲେ ସେମାନେ ଆକାଉଣ୍ଟ ଲିଙ୍କ୍ କରିଦେବେ।

ଅନଲାଇନ୍ ଲିଙ୍କ୍ କରନ୍ତୁ

ଏଥିପାଇଁ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିରେ ଲଗଇନ୍ କରନ୍ତୁ > ଅପଡେଟ୍ ଆଧାର କାର୍ଡ ଅପ୍‌ସନ କିମ୍ବା ଆଧାର କାର୍ଡ ସିଡିଂ କୁ ଯାଆନ୍ତୁ > ପରେ ଆଧାର କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଏଣ୍ଟ୍ରି କରନ୍ତୁ > ସବମିଟ୍ ବଟନ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ ହୋଇଯିବ। ପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଇ-ମେଲରେ ଏକ ସୁନିଶ୍ଚିତ କରିବା ପାଇଁ ମେସେଜ୍ ପଠାଇ ଦିଆଯିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos