ଅଜବ ପରମ୍ପରା: ଜୀବନରେ ଥରେ ଗାଧୋଇଥାନ୍ତି ଏଠିକାର ମହିଳା

ବିଶ୍ୱରେ ବିଭିନ୍ନ ଜାତି ଓ ଜନଜାତିର ଲୋକ ବାସ କରୁଛନ୍ତି। ସେମାନଙ୍କ ରହଣି, ପରମ୍ପରା ମଧ୍ୟ ଅନ୍ୟଠାରୁ ଭିନ୍ନ। ନିଜ ଜାତି ଓ ପରମ୍ପରାକୁ ନେଇ ସମସ୍ତେ ଗର୍ବିତ। ଏମିତିରେ ତ ବହୁତ ପରମ୍ପରା ରହିଛି, ହେଲେ ଏମିତି କିଛି ପରମ୍ପରା ରହିଛି ଯାହା ବିଷୟରେ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ। ଆଜି ଆମେ ଆଫ୍ରିକାରେ ରହୁଥିବା ଏକ ନଜଜାତିର ଏମିତି ଏକ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ବି […]

or

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 05:03 PM IST

ବିଶ୍ୱରେ ବିଭିନ୍ନ ଜାତି ଓ ଜନଜାତିର ଲୋକ ବାସ କରୁଛନ୍ତି। ସେମାନଙ୍କ ରହଣି, ପରମ୍ପରା ମଧ୍ୟ ଅନ୍ୟଠାରୁ ଭିନ୍ନ। ନିଜ ଜାତି ଓ ପରମ୍ପରାକୁ ନେଇ ସମସ୍ତେ ଗର୍ବିତ। ଏମିତିରେ ତ ବହୁତ ପରମ୍ପରା ରହିଛି, ହେଲେ ଏମିତି କିଛି ପରମ୍ପରା ରହିଛି ଯାହା ବିଷୟରେ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ। ଆଜି ଆମେ ଆଫ୍ରିକାରେ ରହୁଥିବା ଏକ ନଜଜାତିର ଏମିତି ଏକ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ବି କହିବେ ବାସ୍ତବରେ କ’ଣ ଏହା ସମ୍ଭବ। ଆସନ୍ତୁ ଜାଣିବା ଆଫ୍ରିକାର ନର୍ଥୱେଷ୍ଟ ନାମିବିଆର କୁନୋନ୍‌ ପ୍ରାନ୍ତରେ ରହୁଥିବା ହିମ୍ବା ଜନଜାତିର ମହିଳାଙ୍କ ବିଷୟରେ। ଯେଉଁମାନେ ସାରା ଜୀବନରେ ମାତ୍ର ଥରଟିଏ ଗାଧୋଇ ଥାନ୍ତି। ତାହା ପୁଣି ସେମାନଙ୍କ ବିବାହ ଦିନ।

ଏହି ନଜଜାତିର ମହିଳାଙ୍କୁ ପାଣିର ବ୍ୟବହାର କରିବାକୁ ଅନୁମତି ନଥାଏ। ଏପରିକି ସେମାନେ ନିଜ କପଡ଼ା ବି ଧୋଇପାରନ୍ତି ନାହିଁ। ଏହି ଜନଜାତିର ମହିଳାଙ୍କ ତ୍ୱଚାର ରଙ୍ଗ ଲାଲ ହୋଇଥାଏ। ଏହା ପଛରେ ମଧ୍ୟ ଏକ କାରଣ ରହିଛି।

ହିମ୍ବା ଜନଜାତିର ମହିଳାମାନେ ଗାଧୋଇବା ବଦଳରେ ଏକ ପ୍ରକାର ଚେରମୂଳିକୁ ଗରମ ପାଣିରେ ସିଝାଇ ଏହାର ବାମ୍ଫରେ ନିଜ ଶରୀରକୁ ଫ୍ରେସ୍‌ ରଖିଥାନ୍ତି। ଏହା ଫଳରେ ନ ଗାଧୋଇଲେ ବି ସେମାନଙ୍କ ଦେହରୁ ଦୁର୍ଗନ୍ଧ ବାହାରି ନଥାଏ। ଏହାର ବାସ୍ନାରେ ବିନା ଗାଧୁଆରେ ମଧ୍ୟ ସେମାନେ ଫ୍ରେସ୍‌ ଲାଗିଥାନ୍ତି।

ଏହି ଜନଜାତିର ମହିଳାମାନେ ନିଜ ଶରୀରକୁ ଖରାରୁ ରକ୍ଷା କରିବା ପାଇଁ ଏକ ବିଶେଷ ଧରଣର ଲୋଶନ୍‌ ବା ତରଳ ପଦାର୍ଥ ବ୍ୟବହାର କରିଥାନ୍ତି। ଏହି ଲୋଶନ ପଶୁଙ୍କ ଚର୍ବି ଓ ହେମାଟାଇଟ୍‌ (ଲୁହା ପରି ଏକ ଖଣିଜ ତତ୍ତ୍ୱ) ଧୂଳିରେ ତିଆରି କରାଯାଇଥାଏ। ହେମାଟାଇଟ ଧୂଳି ଯୋଗୁଁ ସେମାନଙ୍କ ତ୍ୱଚାର ରଙ୍ଗ ଲାଲ ଦେଖା ଯାଇଥାଏ। ଏହି ବିଶେଷ ଲୋଶନ୍‌ ସେମାନଙ୍କୁ ପୋକଜୋକ କାମୁଡିବାରୁ ସୁରକ୍ଷା ଦେଇଥାଏ।

କୁହାଯାଏ, ମହିଳାମାନେ ହେମାଟାଇଟ୍‌ ବ୍ୟବହାର ଏଥିପାଇଁ କରିଥାନ୍ତି ଯେ, ପୁରୁଷମାନଙ୍କଠାରୁ ଅଲଗା ଦିଶିବେ। ଏହି ମହିଳାଙ୍କୁ ରେଡ୍‌ ମ୍ୟାନ୍‌ ଭାବେ ମଧ୍ୟ ଜଣାଯାଏ।

Related story