ପଶୁଙ୍କର ବି ଥାଏ ମଣିଷ ପଣିଆ: ଷ୍ଟେସନରେ ପଡିଥିବା ଶିଶୁକୁ ଦେଖି ତରଳି ଗଲା ବୁଲା କୁକୁରଙ୍କ ହୃଦୟ

ପିଲା ନିଜ ମାଆବାପାଙ୍କ ପାଖରେ ସବୁଠାରୁ ଅଧିକ ସୁରକ୍ଷିତ ରୁହଁନ୍ତି। ମାଆର ପଣତ କାନି ରକ୍ଷା କବଚ ସାଜି ପିଲାକୁ ସୁରକ୍ଷା ଦେଇଥାଏ। ହେଲେ ଆମେ ଏଠାରେ ଯେଉଁ ପିଲା କଥା କହିବାକୁ ଯାଉଛି ସେ ମାଆବାପାଙ୍କ ପାଇଁ ହୋଇଯାଇଥିଲା ଅଲୋଡ଼ା। ଦେଖଣାହାରି ଆହା ପଦେ କହୁ ନଥିଲେ। ଏକୁଟିଆ ପଡି କାନ୍ଦୁଥିବା ଏହି ପିଲାକୁ ତୁନ କରିବାକୁ କେହି ଆଗେଇ ଆସି ନଥିଲେ। ହେଲେ ପିଲାର କାନ୍ଦ ତରଳାଇ ଦେଇଥିଲା ବୁଲା କୁକୁରଙ୍କ ହୃଦୟ। ଏକାଠି […]

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 10:54 AM IST

Sports

Latest News

ପିଲା ନିଜ ମାଆବାପାଙ୍କ ପାଖରେ ସବୁଠାରୁ ଅଧିକ ସୁରକ୍ଷିତ ରୁହଁନ୍ତି। ମାଆର ପଣତ କାନି ରକ୍ଷା କବଚ ସାଜି ପିଲାକୁ ସୁରକ୍ଷା ଦେଇଥାଏ। ହେଲେ ଆମେ ଏଠାରେ ଯେଉଁ ପିଲା କଥା କହିବାକୁ ଯାଉଛି ସେ ମାଆବାପାଙ୍କ ପାଇଁ ହୋଇଯାଇଥିଲା ଅଲୋଡ଼ା। ଦେଖଣାହାରି ଆହା ପଦେ କହୁ ନଥିଲେ। ଏକୁଟିଆ ପଡି କାନ୍ଦୁଥିବା ଏହି ପିଲାକୁ ତୁନ କରିବାକୁ କେହି ଆଗେଇ ଆସି ନଥିଲେ। ହେଲେ ପିଲାର କାନ୍ଦ ତରଳାଇ ଦେଇଥିଲା ବୁଲା କୁକୁରଙ୍କ ହୃଦୟ। ଏକାଠି ହୋଇଯାଇଥିଲେ କିଛି ବୁଲା କୁକୁର ଓ ପିଲାଟିକୁ ସୁରକ୍ଷା ବଳୟ ମଧ୍ୟରେ ରଖିଥିଲେ। ଯାହା ଉପସ୍ଥିତ ଲୋକଙ୍କୁ ସେମାନଙ୍କ ମଣିଷ ଜୀବନ ପାଇଁ ପରିହାସ କରୁଥିଲା।

ଘଟଣା ହେଉଛି କୋଲକାତାର। ଏହି ସହରର ଲୋକେ ବହୁତ ବ୍ୟସ୍ତ ଜୀବନ ବିତାଇଥାନ୍ତି। ନିଜ କାମ, ନିଜ ପରିବାର କଥାରେ ଏମାନେ ଏମିତି ବ୍ୟସ୍ତ ରହୁଛନ୍ତି ଯେ, ମାନବିକତାକୁ ମଧ୍ୟ ଭୁଲି ଯିବା ପରି ମନେ ହେଉଛି। କାରଣ ଏଠାରେ ବୁଲା କୁକୁର ମଣିଷ ଛୁଆ ପ୍ରତି ଯେପରି ପ୍ରେମ ଦେଖାଇ ସୁରକ୍ଷା ଦେଇଛି, ତାହା ମାନବ ସମାଜ ପ୍ରତି ବହୁ ପ୍ରଶ୍ନ ଛିଡା କରିଦେଇଛି।

ଘଟଣାଟି ହେଉଛି କୋଲକାତା ରେଲୱେ ଷ୍ଟେସନ୍‌ରେ। ଷ୍ଟେସନ ନିକଟରେ ଏକ ୬ ମାସର ଶିଶୁ କେହି ଛାଡି ଚାଲିଯାଇଥିଲା। ପିଲାଟି ଚିତ୍କାର କରି କାନ୍ଦୁଥିଲା। ଷ୍ଟେସନକୁ ଆସୁଥିବା ଲୋକଙ୍କ ନଜର ତା’ ଉପରେ ପଡୁଥିଲା, ହେଲେ ପିଲାଟି କାହିଁକି କାନ୍ଦୁଛି, ସେଠାରେ ଏମିତି କାହିଁକି ପଡିଛି ଦେଖିବାକୁ କେହି ଯାଇ ନଥିଲେ। ଏହି ସମୟରେ ସେଠାରେ ପହଞ୍ଚି ଯାଇଥିଲେ ଷ୍ଟେସନ୍‌ ଆଖପାଖରେ ରହୁଥିବା କିଛି ବୁଲା କୁକୁର। ଶିଶୁର କାନ୍ଦ ସେମାନଙ୍କୁ ବିଚଳିତ କରି ଦେଇଥିଲା। ଏକାଠି ହୋଇଯାଇଥିଲେ ବୁଲା କୁକୁର ଦଳ। ଶିଶୁଟିକୁ ଚାରିପଟରୁ ଘେରି ଜଗି ବସିଥିଲେ। ଏସବୁ ଘଟଣା ଉପରେ ଆରପିଏଫ୍‌ ଯବାନଙ୍କ ନଜର ପଡିବା ପରେ ସେମାନେ ଯାଇ ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡଲାଇନ୍‌କୁ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos