ସଂସାର ଭାଙ୍ଗନ୍ତୁ ନାହିଁ, ତିକ୍ତ ସମ୍ପର୍କକୁ ମଧୁର କରନ୍ତୁ

ବ୍ୟସ୍ତବହୁଳ ଜୀବନରେ ମନୋରଞ୍ଜନ ପାଇଁ କିଛି ସମୟ ବାହାର କରିବା କାଠିକର ପାଠ ହୋଇଯାଇଛି। ସବୁ ବେଳେ କାମ ଆଉ କାମ। ଚାକିରି ହେଉ କି ବ୍ୟବସାୟ ସବୁଠି ଜଞ୍ଜାଳମୟ ଜୀବନ, ଭଲରେ ଟିକେ କାହା ସହ କଥା ହେବାକୁ ସମୟ ନାହିଁ। ଯଦି ଆପଣ ସମୟ ବାହାର କରିପାରୁଛନ୍ତି, ତେବେ ଆଜିର ଦୁନିଆରେ ଆପଣ ନିଶ୍ଚିତ ସବୁଠାରୁ ସୁଖୀ ବ୍ୟକ୍ତି ବିବେଚିତ ହେବ। ଯଦି ପରିବାରକୁ ସମୟ ଦେଇ ପାରୁ ନାହାଁନ୍ତି ସମସ୍ୟାର ସମ୍ମୁଖୀନ ନିଶ୍ଚିତ […]

relation 1

relation 1

Rakesh Mallick
  • Published: Friday, 25 May 2018
  • Updated: 25 May 2018, 10:49 AM IST

Sports

Latest News

ବ୍ୟସ୍ତବହୁଳ ଜୀବନରେ ମନୋରଞ୍ଜନ ପାଇଁ କିଛି ସମୟ ବାହାର କରିବା କାଠିକର ପାଠ ହୋଇଯାଇଛି। ସବୁ ବେଳେ କାମ ଆଉ କାମ। ଚାକିରି ହେଉ କି ବ୍ୟବସାୟ ସବୁଠି ଜଞ୍ଜାଳମୟ ଜୀବନ, ଭଲରେ ଟିକେ କାହା ସହ କଥା ହେବାକୁ ସମୟ ନାହିଁ। ଯଦି ଆପଣ ସମୟ ବାହାର କରିପାରୁଛନ୍ତି, ତେବେ ଆଜିର ଦୁନିଆରେ ଆପଣ ନିଶ୍ଚିତ ସବୁଠାରୁ ସୁଖୀ ବ୍ୟକ୍ତି ବିବେଚିତ ହେବ। ଯଦି ପରିବାରକୁ ସମୟ ଦେଇ ପାରୁ ନାହାଁନ୍ତି ସମସ୍ୟାର ସମ୍ମୁଖୀନ ନିଶ୍ଚିତ ହେଉଥିବେ। ଅଯଥା ଅଶାନ୍ତି ସଂସାର ନଷ୍ଟର କାରଣ ମଧ୍ୟ ପାଲଟିବ। ଏପରି ସ୍ଥିତିରେ କେମିତି ଜୀବନ ବିତାଇବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଯିବା ସ୍ୱଭାବିକ। ହେଲେ ଏପରି ଦ୍ୱନ୍ଦ୍ୱ ମନରୁ ବାହାର କରିଦିଅନ୍ତୁ। କାରଣ ନିଜକୁ ସୁଖୀରେ ରଖିବାକୁ ଓ ଜୀବନସାଥୀଙ୍କ ସହ ସମ୍ପର୍କ ସୁଧାରିବାକୁ ବହୁତ ସହଜ ଉପାୟ ରହିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ।

ବ୍ରେକ୍‌ ନିଅନ୍ତୁ: ବିବାହର କିଛି ବର୍ଷ ପରେ ଦାମ୍ପତ୍ୟ ଜୀବନରେ ମଧୁରତା କମିଯାଇଥାଏ ବୋଲି ବହୁତ ଲୋକ କହିଥାନ୍ତି। ହେଲେ ବାସ୍ତବରେ ଏହା ସତ ନୁହେଁ। ଏହା ଏପରି ଏକ ସମ୍ପର୍କ ଯେଉଁଥିରେ କେବେ ଭଟ୍ଟା ପଡ଼ି ନଥାଏ। ହୋଇପାରେ କିଛି ସମୟ ପାଇଁ ଦୁହିଁଙ୍କ ସମ୍ପର୍କରେ କିଛିଟା ତିକ୍ତତା ଆସିପାରେ। ହେଲେ ଏହାକୁ ଏଡାଇ ଯାଇ, ସଂସାରର ଗାଡ଼ି ଆଗକୁ ଗଡାଇବାକୁ ହୋଇଥାଏ। ଯଦି ଭାବୁଛନ୍ତି ଆପଣଙ୍କ ଜୀବନସାଥୀଙ୍କ ସହ କିଛିଟା ମତଭେଦ ରହୁଛି ଓ କେହି କାହାକୁ ବୁଝିବାକୁ ଚେଷ୍ଟା କରୁନାହାଁନ୍ତି, ତେବେ ସମ୍ପର୍କରେ କିଛି ସମୟ ପାଇଁ ବ୍ରେକ୍‌ ଦିଅନ୍ତୁ। କିଛିଦିନ ପାଇଁ ଜୀବନସାଥୀଙ୍କଠାରୁ ଅଲଗା ରୁହନ୍ତି। ଉଭୟ ଅନୁଭବ କରିବେ ପରସ୍ପରର ଆବଶ୍ୟକତା। ଦୂରରେ ରହିଲେ ହିଁ ନିଜ ଲୋକର ଆବଶ୍ୟକତା କେତେ ହୋଇଥାଏ ଜଣାପଡ଼େ। ଏହା ପୁଣି ଆପଣଙ୍କ ଜୀବନ ଗାଡିକୁ ଟ୍ରାକ୍‌କୁ ନେଇ ଆସିବ।

ସ୍ପଷ୍ଟ ମତ ରଖନ୍ତୁ: କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହ ମତାନ୍ତର ହେବା ସ୍ୱଭାବିକ। କାରଣ ଦୁଇଟି ମଣିଷ ଯେତେବେଳେ ମତ ବି ଦୁଇ ପ୍ରକାର ହେବା ସ୍ୱଭାବିକ। ସବୁବେଳେ ଦୁହିଁଙ୍କ ମତ ସମାନ ରହିବ, ଏହାର କିଛି ମାନେ ନଥାଏ। ଯଦି କୌଣସି କଥାକୁ ନେଇ ସାଥୀଙ୍କ ସହ ମତାନ୍ତର ହେଉଛି, ତେବେ ନିଜ ମତ ସ୍ପଷ୍ଟ କରନ୍ତୁ। ଖୋଲାଖୋଲି ଭାବେ ନିଜର ଭାବନା ସାଥୀଙ୍କ ଆଗରେ ପ୍ରକାଶ କରନ୍ତୁ ଓ ବିବାଦର ଅନ୍ତ ସେହି ସମୟରେ ହିଁ କରନ୍ତୁ। ନିଜ ଭାବନାକୁ ମନରେ ଚାପି ରଖିବା ଦ୍ୱାରା ଏହା କେବଳ ଆପଣଙ୍କୁ କ୍ଷତି ପହଞ୍ଚାଇବ ନାହିଁ, ଆପଣଙ୍କ ଦାମ୍ପତ୍ୟ ଜୀବନକୁ ଛାରଖାର କରିଦେଇପାରେ। ତେଣୁ ସବୁ ବେଳେ ମତ ସ୍ପଷ୍ଟ କରନ୍ତୁ।

ବିଶ୍ୱାସ ରଖନ୍ତୁ: କିଛି ଲୋକଙ୍କ ଭାବନା ଥାଏ ବିବାଦୀୟ ସ୍ଥିତିରେ ରହିବା ଅପେକ୍ଷା ଏକୁଟିଆ ରହିବା ଭଲ। ହେଲେ ଏହା ଠିକ୍‌ ନୁହେଁ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ବିବାଦୀୟ ସ୍ଥିତି ଅଛିତ ଏହାକୁ ଦୂର କରାଯାଇପାରିବ ନାହିଁ ବୋଲି ଭାବିବା ଠିକ୍‌ ନୁହେଁ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଓ ଏପରି ସ୍ଥିତିର ମୁକାବିଲା କରନ୍ତୁ। କଥାରେ ଅଛି ‘ବିଶ୍ୱାସରେ ଭଗବାନ’। ଅର୍ଥାତ ଆପଣଙ୍କ ଦୃଢ ବିଶ୍ୱାସ, ଆପଣଙ୍କୁ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଶକ୍ତି ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story