ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା: ସେପ୍ଟେମ୍ୱର ୬କୁ ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର: ଘୁଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାର ଶୁଣାଣି ତାରିଖ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆଗତ ଦୁଇଟି ଯାକ ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୬ ତାରିଖରେ କରିବା ଲାଗି ହାଇକୋର୍ଟ କହିଛନ୍ତି। ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ନେଇ ନବୀନଙ୍କ ବିରୋଧରେ ଦେବାନନ୍ଦ ମହାପାତ୍ର ଓ ସୁବାସ ମହାପାତ୍ରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଦୁଇଟି ମାମଲା ଦାଏର ହୋଇଥିଲା। ତେବେ ଆଜି ହିଞ୍ଜିଳିର ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କ ଆବେଦନର ଶୁଣାଣି କରି […]

naveen

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 01:03 PM IST

ଭୁବନେଶ୍ୱର: ଘୁଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାର ଶୁଣାଣି ତାରିଖ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆଗତ ଦୁଇଟି ଯାକ ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୬ ତାରିଖରେ କରିବା ଲାଗି ହାଇକୋର୍ଟ କହିଛନ୍ତି। ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ନେଇ ନବୀନଙ୍କ ବିରୋଧରେ ଦେବାନନ୍ଦ ମହାପାତ୍ର ଓ ସୁବାସ ମହାପାତ୍ରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଦୁଇଟି ମାମଲା ଦାଏର ହୋଇଥିଲା। ତେବେ ଆଜି ହିଞ୍ଜିଳିର ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୬ ତାରିଖରେ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଏହା ପୂର୍ବରୁ ସୂଚନା ଅଧତ୍କାର କର୍ମୀ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି ମଧ୍ୟ ସେମ୍ବେର ୬ ତାରିଖରେ କରିବା ଲାଗି ପୂର୍ବରୁ ତାରିଖ ଧାର୍ଯ୍ୟ କରିଥିଲେ ହାଇକୋର୍ଟ। ଫଳରେ ଦୁଇଟି ଯାକ ମାମଲାର ଶୁଣାଣି ଗୋଟିଏ ଦିନରେ କରାଯିବ ବୋଲି କୋର୍ଟ କହିଛନ୍ତି।

Related story