ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶକୁ ଏନଏସଏରେ ବୁକ୍ କଲା କମିଶନରେଟ୍ ପୋଲିସ୍
ଭୁବନେଶ୍ୱର: କମିଶନରେଟ୍ ପୋଲିସ୍ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ)ରେ ବୁକ୍ କରିଛି । ଅପରାଧୀ ଜଣଙ୍କ ହେଲେ କଟକର ରାଜେଶ ପାଲ । ରାଜେଶଙ୍କ ନାମରେ ଏକାଧିକ ସଙ୍ଗୀନ ମାମଲା ରହିଛି । ଏବେ ରାଜେଶ ଚୌଦ୍ୱାର ଜେଲରେ ଅଛନ୍ତି । ଏ ନେଇ ପୋଲିସ କମିଶନର ଆର.ପି. ଶର୍ମା କହିଛନ୍ତି ଲୋକଙ୍କ ମଧ୍ୟରେ ଆତଙ୍କ, ଭୟ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧୀମାନଙ୍କୁ ଏନଏସଏ ବୁକ କରାଯାଇଥାଏ । […]
ଭୁବନେଶ୍ୱର: କମିଶନରେଟ୍ ପୋଲିସ୍ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ)ରେ ବୁକ୍ କରିଛି । ଅପରାଧୀ ଜଣଙ୍କ ହେଲେ କଟକର ରାଜେଶ ପାଲ । ରାଜେଶଙ୍କ ନାମରେ ଏକାଧିକ ସଙ୍ଗୀନ ମାମଲା ରହିଛି । ଏବେ ରାଜେଶ ଚୌଦ୍ୱାର ଜେଲରେ ଅଛନ୍ତି ।
ଏ ନେଇ ପୋଲିସ କମିଶନର ଆର.ପି. ଶର୍ମା କହିଛନ୍ତି ଲୋକଙ୍କ ମଧ୍ୟରେ ଆତଙ୍କ, ଭୟ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧୀମାନଙ୍କୁ ଏନଏସଏ ବୁକ କରାଯାଇଥାଏ । ରାଜେଶ ନାମରେ ବହୁ ସଙ୍ଗୀନ ମାମଲା ରହିଛି । ୨୦୦୯ରୁ ମଙ୍ଗଳାବାଗ ଓ ମାଲଗୋଦାମ ଅଞ୍ଚଳରେ ସେ ତାର ଆପରାଧୀକ କାର୍ଯ୍ୟକଳାପ ଚଳାଇଛି । ୨୦୧୫ରେ ସହଯୋଗୀଙ୍କ ସହ ମିଶି ରାଜେଶ ବୋମା ମାଡ ଓ ଫାଇରିଂ କରି ଆତଙ୍କ ସୃଷ୍ଟି କରିଥିଲା । ତେଣୁ ତାକୁ ଏନଏସଏରେ ବୁକ କରାଯାଇଛି ।