ତେଲ ନାଁରେ ବିଜେପିକୁ ଆକ୍ରମଣ ଥିଲା କି ଯୋଜନା ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଲ ଦର ବୃଦ୍ଧିକୁ ନେଇ ବିଜେଡି ଦେଇଥିଲା ୫ ଘଣ୍ଟିଆ ହରତାଳ ଡାକରା। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଏହି ହରତାଳ। ହେଲେ ଦିନ ବଢିବା ସହ ବିଜେଡିର ହରତାଳ ଉଗ୍ର ହେବାରେ ଲାଗିଥିଲା। ଦିନ ୧୨ଟା ବେଳକୁ ହରତାଳ ସରିବା ସମୟରେ ବିଜେଡିର ବିଶୃଙ୍ଖଳିତ କର୍ମୀ ଘଟାଇ ସାରିଥିଲେ ଏମିତି କିଛି କାଣ୍ଡ ଯାହାର କୌଣସି ଆବଶ୍ୟକତା ନଥିଲା।କେଉଁଠି ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ତ ଆଉ କେଉଁଠି ଯୁବତୀଙ୍କ ଗାଡିକୁ ପ୍ରହାର। […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 09:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଲ ଦର ବୃଦ୍ଧିକୁ ନେଇ ବିଜେଡି ଦେଇଥିଲା ୫ ଘଣ୍ଟିଆ ହରତାଳ ଡାକରା। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଏହି ହରତାଳ। ହେଲେ ଦିନ ବଢିବା ସହ ବିଜେଡିର ହରତାଳ ଉଗ୍ର ହେବାରେ ଲାଗିଥିଲା। ଦିନ ୧୨ଟା ବେଳକୁ ହରତାଳ ସରିବା ସମୟରେ ବିଜେଡିର ବିଶୃଙ୍ଖଳିତ କର୍ମୀ ଘଟାଇ ସାରିଥିଲେ ଏମିତି କିଛି କାଣ୍ଡ ଯାହାର କୌଣସି ଆବଶ୍ୟକତା ନଥିଲା।କେଉଁଠି ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ତ ଆଉ କେଉଁଠି ଯୁବତୀଙ୍କ ଗାଡିକୁ ପ୍ରହାର। କେଉଁଠି ଅଟକି ଯାଇଥିଲା ଆମ୍ବୁଲାନ୍ସ ତ ଆଉ କେଉଁଠି ଗାଡି ଉପରେ ଗାଈ ଜନ୍ମ ଦେଇଥିଲା ଛୁଆ। ଏତିକିରେ ଶାନ୍ତ ପଡି ନଥିଲେ ବିଜେଡି କର୍ମୀ। ବିଜେପି ପତାକା ଲାଗିଥିବାରୁ ଚୁରମାର କରିଦେଇଥିଲେ ଗୋଟିଏ ଗାଡି। ଧାରଣାରତ ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟଙ୍କୁ କରିଥିଲେ ଗାଳିଗୁଲଜ। ଏପରିକି ରାଜଧାନୀରେ ଦୁଇ ଦଳ ବିଜେଡି ବିଜେପିର କର୍ମୀ ମୁହାଁମୁହିଁ ମଧ୍ୟ ହୋଇଥିଲେ।ରାଜଧାନୀରେ ସୃଷ୍ଟି କରିଥିଲେ ଆତଙ୍କରାଜ। ଏଜି ଛକରେ ବିଜେଡି କର୍ମୀ ବିଜେପି ପତାକା ଲାଗିଥିବା ସ୍କର୍ପିଓ ଗାଡି ଉପରେ କରିଥିଲେ ଆକ୍ରମଣ। ଗାଡ଼ି ଉପରକୁ ଚଢି ଭାଙ୍ଗି ଚୁରମାର କରିଦେଲେ। କେବଳ ଏଜି ଛକ ନୁହେଁ, ରାଜଧାନୀର ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଏଭଳି ତୁମୁଳକାଣ୍ଡ ଘଟାଇଛନ୍ତି।

ରାଜଭବନ ଛକରେ ବିଜେପି କୃଷକ ମୋର୍ଚ୍ଚାର ଧାରଣା ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର କର୍ମୀ। ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଧାରଣା ଜାରି ରହିଥିବାବେଳେ ବିଜେଡି ସେଇ ରାସ୍ତା ଦେଇ ବାଇକ ଶୋଭାଯାତ୍ରା କରିଥିଲା। ବିଜେଡି କର୍ମୀ ଖରାପ ଭାଷାରେ ଗାଳିଗୁଳକ କରିବା ସହ ଟେକାପଥର ମାଡ଼ କରିଥିବା ବିଜେପି ଅଭିଯୋଗ କରିଛି।

ସେପଟେ ଆଇଓସିଏଲ୍ ଅଫିସ୍ ଆଗରେ ବିଜେଡିର କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଚିରିଥିଲେ।

ଅମିତ ଶାହା ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚାଲିଗଲେ। ଔଷଧ ବିକଳରେ ତାଟିଆ କାମୁଡୁ ଥିବା ବିଜେଡି ସୁଯୋଗ ଖୋଜୁଥିଲା ବିଜେପିକୁ ପେନେ ଦେବାକୁ। ତେଲଦର ବୃଦ୍ଧି ଦେଇଥିଲା ଏହି ସୁଯୋଗ। ଏହାକୁ ନେଇ ବିଜେଡି ହରତାଳର ଡାକରା ଦେଲା। ଯାହାକୁ ରାଜ୍ୟର ସବୁ ଅଞ୍ଚଳରୁ ମିଳିଥିଲା ସମର୍ଥନ। ହେଲେ ବିଜେଡି କର୍ମୀମାନେ ଯେଉଁ କାଣ୍ଡ ଭିଆଇଲେ ଓ ସାଧାରଣ ଲୋକଙ୍କ ଟାର୍ଗେଟ କଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ହରତାଳରୁ ଦଳ କେତେ ଲାଭ ପାଇଲା ତାହାର ଅଙ୍କ କଷୁଛି ଦଳ। ହେଲେ ଏହାର ପ୍ରଭାବ ଆଜିଠାରୁ ଦେଖିବାକୁ ମିଳୁଛି ସୋସିଆଲ ମିଡିଆରେ। ଯାହା ବିଜେଡି ନେତାଙ୍କୁ ବାଧ୍ୟ କରିବ ମାନସମନ୍ଥନ କରିବାକୁ।

Related story