ପ୍ରତିଦିନ ସକାଳେ ଖାଆନ୍ତୁ ଗୋଟିଏ ସେଓ, ମିଳିବ ଏହି ସବୁ ଲାଭ

ସାଧାରଣତଃ କୁହାଯାଏ  ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗରୁ ରକ୍ଷା ମିଳିଥାଏ। ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର ଥିବା ସେଓ ଶରୀରକୁ ସୁସ୍ଥ ରଖିବା ସହ ପାଚନ କ୍ରିୟାକୁ ଠିକ୍ ରଖିଥାଏ। ସେଓ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢେ। ଆସନ୍ତୁ ଜାଣିବା ସେଓ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ। –ସେଓରେ ଥିବା ଫାଇବର ମେଦବହୁଳ ତାକୁ କମ୍ କରିବାରେ ସହାୟକ ହୋଇଥାଏ। –କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ଜନିତ ସମସ୍ୟାରେ […]

apple

Rakesh Mallick
  • Published: Monday, 01 January 2018
  • , Updated: 01 January 2018, 11:41 AM IST

ସାଧାରଣତଃ କୁହାଯାଏ  ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗରୁ ରକ୍ଷା ମିଳିଥାଏ। ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର ଥିବା ସେଓ ଶରୀରକୁ ସୁସ୍ଥ ରଖିବା ସହ ପାଚନ କ୍ରିୟାକୁ ଠିକ୍ ରଖିଥାଏ। ସେଓ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢେ। ଆସନ୍ତୁ ଜାଣିବା ସେଓ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।

-ସେଓରେ ଥିବା ଫାଇବର ମେଦବହୁଳ ତାକୁ କମ୍ କରିବାରେ ସହାୟକ ହୋଇଥାଏ।

-କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ଜନିତ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତି ସେଓ ଖାଇବା ଦ୍ୱାରା ଆରାମ ମିଳିଥାଏ। ସେଓରେ ଥିବା ଫାଇବର କୋଷ୍ଠକାଠିନ୍ୟକୁ ଧୀରେ ଧୀରେ ଭଲ କରିଥାଏ।

-ସେଓ ଖାଇଲେ ଦାନ୍ତୁ ସୁସ୍ଥ ରହେ। ସେଓ ଖାଇଲେ ବ୍ୟାକ୍ଟେରିଆ ଦାନ୍ତର ପାଖ ମାଡେ ନାହିଁ। ମାଢି ସୁସ୍ଥ ରହେ। ପାଇରିୟା ନାମକ ରୋଗ ହୁଏ ନାହିଁ।

-ସେଓରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍ ରହିଛି। ତେଣୁ ପ୍ରତିଦିନ ସେଓ ଖାଲେ କିମ୍ୱା ଏହାର ଜୁସ୍‌ ପିଇଲେ ହାଡ଼ ମଜଭୁତ ହୋଇଥାଏ।

-ଆମ ପରିବର୍ତ୍ତନଶୀଳ ଜୀବନଶୈଳୀ ଯୋଗୁଁ କୋଲେଷ୍ଟ୍ରରଲ୍‌ ବଢ଼ିବା ଏକ ସଧାରଣ ସମସ୍ୟା ହୋଇଛି। ଏହି କାରଣରୁ କମ୍ ବୟସର ପିଲାମାନେ ମଧ୍ୟ ହୃଦ୍‌ରୋଗର ଶିକାର ହେଉଛନ୍ତି। ସେଓ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍‌ ମାତ୍ରା କମେ।

-ସେଓ ଖାଇବା ଦ୍ୱାରା ତ୍ୱଚା ଉଜ୍ଜଳ ଦେଖାଯାଏ। ପାଚନ କ୍ରିୟାକୁ ସୁସ୍ଥ ରଖେ।

Related story