ଅଣ୍ଡାମାଡ଼ ପୋଷ୍ଟମର୍ଟମ୍‌, ଅନୁଧ୍ୟାନ ପାଇଁ ନବୀନଙ୍କ ନିର୍ଦ୍ଦେଶ: ପ୍ରତାପଙ୍କ “ବାହାର ଲୋକ”ର ଜବାବ “ନନ୍‌ସେନ୍ସ”

ଭୁବନେଶ୍ୱର: ବିଜେଡିରେ ହିଂସାର ଆଦୌ ସ୍ଥାନ ନାହିଁ। ମାହାଙ୍ଗା ବିଶୃଙ୍ଖଳାର ଦିନକ ପରେ ଏଭଳି କଡ଼ା ଭାଷାରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାସହ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାକୁ ଅଣ୍ଡା ମାରିବା ଘଟଣାର ଅନୁଧ୍ୟାନ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ମୁହଁ ଖୋଲି ବୈଜୟନ୍ତଙ୍କ ଉପରେ ପାଲଟା ଦୋଷ ଲଦିଛନ୍ତି। ଜବାବରେ ପ୍ରତାପଙ୍କ ମନ୍ତବ୍ୟ ନିହାତି […]

baijayanta

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 08:41 PM IST

ଭୁବନେଶ୍ୱର: ବିଜେଡିରେ ହିଂସାର ଆଦୌ ସ୍ଥାନ ନାହିଁ। ମାହାଙ୍ଗା ବିଶୃଙ୍ଖଳାର ଦିନକ ପରେ ଏଭଳି କଡ଼ା ଭାଷାରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାସହ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାକୁ ଅଣ୍ଡା ମାରିବା ଘଟଣାର ଅନୁଧ୍ୟାନ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ମୁହଁ ଖୋଲି ବୈଜୟନ୍ତଙ୍କ ଉପରେ ପାଲଟା ଦୋଷ ଲଦିଛନ୍ତି। ଜବାବରେ ପ୍ରତାପଙ୍କ ମନ୍ତବ୍ୟ ନିହାତି ନନ୍‌ସେନ୍ସ ବୋଲି କହିଛନ୍ତି ସାଂସଦଙ୍କ ରାଜନୈତିକ ସଚିବ।

ସାଂସଦ ବୈଜୟନ୍ତ ପଣ୍ଡାକୁ ଅଣ୍ଡା, ଟେକାପଥର ମାଡ। ମାହାଙ୍ଗାରେ ପାନୀୟଜଳ ପ୍ରକଳ୍ପ ଉଦଘାଟନ ଅବସରରେ ଗୁଣ୍ଡାଗର୍ଦ୍ଦି।  ଏହି ଘଟଣାକୁ ନେଇ ବିବାଦ ଓ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି ସୋସିଆଲ ମିଡିଆଠୁ ଆରମ୍ଭ କରି ବିଭିନ୍ନ ସ୍ତରରେ। ଏହି ଘଟଣାକୁ ନେଇ ଚର୍ଚ୍ଚା। ଚାରିଆଡ଼ୁ ଚାପ ଓ ନିନ୍ଦା ପରେ ବିଜେଡିରେ ଆରମ୍ଭ ହୋଇଛି ତନାଘନା। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିଜେଡି ହିଂସା ସପକ୍ଷରେ ଆଦୌ ନାହିଁ। ଦଳୀୟ ଶୃଙ୍ଖଳାରେ ହିଂସାର ସ୍ଥାନ ନାହିଁ। ତାହା ସହ କଟକ ପର୍ଯ୍ୟବେକ୍ଷକ ଏହି ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାହାଙ୍ଗାରେ ବୈଜୟନ୍ତକୁ ଅଣ୍ଡା ପଥର ମାରିବା ଘଟଣା ପାଇଁ  ଦାୟୀ କିଏ? କାହିଁକି ଏଭଳି ଘଟଣା ଘଟିଲା? ବୈଜୟନ୍ତଙ୍କ ପାଇଁ କାହିଁକି ଏହି ଆକ୍ରୋଶ। ବିଧାୟକ ପ୍ରତାପ ଜେନାକୁ ସୁରକ୍ଷା ଦେବା ପାଇଁ ଏହି ଅନୁଧ୍ୟାନର ଗଳାବାଟ ବାହାର କରିଛି କି ବିଜେଡି? ନା ଏହା କେବଳ ଆଇ ଓ୍ୱାସ୍। ପ୍ରକୃତରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ଅନ୍ୟ ଘଟଣା ଭଳି  ଅନୁଧ୍ୟାନ ନାରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେବ। ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କଟକ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ଉଷା ଦେବୀ। ସେ କେବେ ଅନୁଧ୍ୟାନ କରିବେ। ଆଉ କଣ ରିପୋର୍ଟ ଦେବା ତା ଉପରେ ରହିଛି ସମସ୍ତଙ୍କ ନଜର।

କଟକ ପର୍ଯ୍ୟବେକ୍ଷକ ଉଷା ଦେବୀ କହିଛନ୍ତି,“ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବି। ଜିଲ୍ଲା ସଭାପତି ଓ ନିର୍ବାଚନମଣ୍ଡଳୀ କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିବି।”

ମାହାଙ୍ଗାରେ ବୈଜୟନ୍ତଙ୍କୁ ଅଣ୍ଡାମାରିବା ଘଟଣାର ଦିନକ ପରେ ମୁହଁ ଖୋଲିଛନ୍ତି ବିଧାୟକ ପ୍ରତାପ ଜେନା। ଘଟଣାକୁ ଦୁଃଖଦ କହିବା ସହ ବୈଜୟନ୍ତଙ୍କ ଉପରେ ପାଲଟା ଦୋଷ ଲଦିଛନ୍ତି। ସେ କହିଛନ୍ତି“୧୦ଟି ବୋଲେରୋରେ ବାହାରୁ ଆସିଥିବା କେତେକ ବ୍ୟକ୍ତି ସ୍ଥାନୀୟ ଲୋକଙ୍କମାନଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିଲେ ବୋଲି ଶୁଣିବାକୁ ପାଇଛି। ଯେଉଁଥିପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।”

ସେ କହିଛନ୍ତି,“ଘଟଣା ଦିନ ମୁଁ ଶିରିଡି ଯାଇଥିଲି। ଏହା ମୋ ନଜରକୁ ଆସିଛି। ଏମିତି କାହିଁକି ଘଟିଲା ତା’ର ଅନୁଧ୍ୟାନ ହେବା ଦରକାର। ଏପରି ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା। ସାଂସଦ ଗଣମାଧ୍ୟମରେ ଯେମିତି ମନ୍ତବ୍ୟ ଦେଉଛନ୍ତି ତାହା ଦଳକୁ କ୍ଷତି ପହଞ୍ଚାଉଛି। ଏଥିପାଇଁ ତାଙ୍କ ଉପରେ ଜନ ଅସନ୍ତୋଷ ଥିଲା। ଏମିତି ଘଟିବା ନେଇ ପୂର୍ବଦିନ ସାଂସଦ ମଧ୍ୟ ଆଶଙ୍କା କରିଥିଲେ। ସେ ଜିଦଖୋର ମନୋଭାବ ନ ରଖି ଅସନ୍ତୋଷକୁ ସମାଧାନ କରିବା ଉଚିତ।”

ପ୍ରତାପଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ। ସେ କହିଛନ୍ତି,“ବିଧାୟକ ନିହାତି ନନ୍‌ସେନ୍ସ କଥା କହୁଛନ୍ତି। ବାହାର ଲୋକ ନୁହେଁ ସଂସଦୀୟ କ୍ଷେତ୍ର ମାହାଙ୍ଗା ଓ ବିଜେଡି ସମର୍ଥକ ଥିଲେ। କେହି କିଛି ପ୍ରରୋଚିତ କରିନାହନ୍ତି। ପୋଲିସ, ଗାଁ ଲୋକ ଉପସ୍ଥିତ ଥିଲେ।”

Related story