ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ପଞ୍ଚାୟତ ନିର୍ବାଚନ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ କମିଶନ ରବିନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ନିର୍ବାଚନ ପରିଚାଳନା ସଂପର୍କରେ ଏଥିରେ ଆଲୋଚନା ହୋଇଥିଲା। ଏଥି ସହ ଆଇନ ଶୃଙ୍ଖଳା ପରିସ୍ଥିତି, ସମ୍ବେଦନଶୀଳ ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଓ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ମାଓ ପ୍ରବଣ ଅଞ୍ଚଳରେ ନିର୍ବାଚନ, ଆଦର୍ଶ ଆଚରଣ ବିଧିର […]

election-commisu

Rakesh Mallick
  • Published: Friday, 06 January 2017
  • , Updated: 01 February 2017, 04:43 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ କମିଶନ ରବିନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ନିର୍ବାଚନ ପରିଚାଳନା ସଂପର୍କରେ ଏଥିରେ ଆଲୋଚନା ହୋଇଥିଲା। ଏଥି ସହ ଆଇନ ଶୃଙ୍ଖଳା ପରିସ୍ଥିତି, ସମ୍ବେଦନଶୀଳ ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଓ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ମାଓ ପ୍ରବଣ ଅଞ୍ଚଳରେ ନିର୍ବାଚନ, ଆଦର୍ଶ ଆଚରଣ ବିଧିର କଡାକଡି ପାଳନ ଓ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ କମିଶନ ଗୁରୁତ୍ୱ ଦେଇଥିଲେ। ମାଓବାଦୀମାନେ ନିର୍ବାଚନ ବର୍ଜନ ପାଇଁ ଧମକ ଦେଇଥିବାରୁ ମାଓ ପ୍ରବଣ ଅଞ୍ଚଳରେ କିଭଳି ନିର୍ବାଚନ ହେବ ସେ ନେଇ ଆଲୋଚନା ହୋଇଥିଲା। ଅତି ସମ୍ବେଦନଶୀଳ ବୁଥ୍‌ରେ ଜିଲ୍ଲା ପ୍ରଶାସନ ଚାହିଁଲେ ସିସିଟିଭି ଲଗାଇ ପାରିବେ ଓ ଭିଡିଓଗ୍ରାଫି କରିପାରିବେ ବୋଲି କମିଶନ କହିଛନ୍ତି। ଜାନୁଆରୀ ୨୪ ସୁଦ୍ଧା ନିର୍ବାଚନ ପରିଚାଳନା ସମ୍ପର୍କିତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବୈଠକରେ ବିମୁଦ୍ରାକରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା।

ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି,“ନିର୍ବାଚନ ପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଛି। ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆଲୋଚନା ହୋଇଛି। ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଯୋଗ ଦେଇଥିଲେ। ସେମାନେ ନିଜ ନିଜ ଜିଲ୍ଲାର ସମସ୍ୟା ସଂପର୍କରେ କହିଥିଲେ।”

ବୈଠକରେ ଉନ୍ନୟନ କମିଶନର, ଗୃହ ସଚିବ, ପୋଲିସ୍ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ପଞ୍ଚାୟତିରାଜ ସଚିବ, ଆର୍‌ଡିସିଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ।

 

Related story