ସ୍କୁଲ୍‌ରେ ପଶି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ହାତୀ

କେନ୍ଦୁଝର: ସ୍କୁଲ କବାଟ ଭାଙ୍ଗି ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) ଚାଉଳ ଖାଇଗଲେ ହାତୀ ପଲ। କେନ୍ଦୁଝର ଜିଲ୍ଲା ଜ୍ୟୋତିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏ ଘଟଣା। ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳକୁ ହାତୀପଲ ଖାଇବା ସହ ନଷ୍ଟ କରି ଦେଇଛନ୍ତି।

ଏହା ସହିତ ୩ଟି ହାତୀ ଆଜି ଚମ୍ପୁଆ ରେଞ୍ଜର ଜ୍ୟୋତିପୁର, ପାରୁଡ଼ିପଶି ଏବଂ ବର୍ଦ୍ଧନାରେ ପଶି ୧୧ ବଖରା ଘର ଭାଙ୍ଗି ଥିବା ସୂଚନା ମିଳିଛି। ହାତୀପଲ ଗାଁ ନିକଟରେ ରହୁଥିବାରୁ ଏସବୁ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।