ଏନ୍‌ସେଫାଲାଇଟିସ୍‌ ନେଲା ଆଉ ଏକ ଜୀବନ, ମୃତ୍ୟୁସଂଖ୍ୟା ୧୧୮କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ମୃତ ଶିଶୁକନ୍ୟା ଜଣଙ୍କ ହେଲେ କୋରକୋଣ୍ଡା ବ୍ଲକ ବଣ୍ଡାଗୁଡାର ପ୍ରମିଳା ପଡ଼ିଆମୀ (୨)। ଗତକାଲି ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପଡ଼ିଆ ବ୍ଲକ ବତନୀଗୁଡ଼ା ଡାନିଏଲ୍‌ ମାଡ଼କାମୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୨ ତାରିଖରେ କୋରକୋଣ୍ଡା ବ୍ଲକ ଟିକିରାଜକୋଣ୍ଡା ଗାଁର କଷି ମାଡକାମୀ (ଅଢ଼େଇ ବର୍ଷ), ୨୧ ତାରିଖରେ […]

malkangiri1-1

Rakesh Mallick
  • Published: Thursday, 24 November 2016
  • , Updated: 24 November 2016, 09:49 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ମୃତ ଶିଶୁକନ୍ୟା ଜଣଙ୍କ ହେଲେ କୋରକୋଣ୍ଡା ବ୍ଲକ ବଣ୍ଡାଗୁଡାର ପ୍ରମିଳା ପଡ଼ିଆମୀ (୨)।

ଗତକାଲି ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପଡ଼ିଆ ବ୍ଲକ ବତନୀଗୁଡ଼ା ଡାନିଏଲ୍‌ ମାଡ଼କାମୀଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ୨୨ ତାରିଖରେ କୋରକୋଣ୍ଡା ବ୍ଲକ ଟିକିରାଜକୋଣ୍ଡା ଗାଁର କଷି ମାଡକାମୀ (ଅଢ଼େଇ ବର୍ଷ), ୨୧ ତାରିଖରେ କମଳାପଦର ଗାଁର ସୁରେଶ ମାଡକାମୀଙ୍କ ମୃତ୍ୟୁ ଘଟିଥିଲା।

ଏନ୍‌ସେଫାଲାଇଟିସ୍‌ ରୋକିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ କିଛି ଲାଗ ହେଉନାହିଁ। ପ୍ରତିନିଦ ଜିଲ୍ଲାର କେଉଁଠି ନା କେଉଁଠି କୋମଳମତି ଶିଶୁ ଏହି ରୋଗରେ ମୃତ୍ୟୁମୁଖରେ ପଡୁଛନ୍ତି।

Related story