ଇ-ପୋଲିସିଂ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଇ-ପୋଲିସିଂ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଲୋକାର୍ପଣ କରିଛନ୍ତି। ଏହାଦ୍ୱାରା ଯେ କୌଣସି ଲୋକ ଥାନା ଆଇଆଇସି ବା ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଅନଲାଇନରେ ପଠାଇ ପାରିବେ। ଏଥିସହ ଶୋଭାଯାତ୍ରା, ଅନଶନ, ଧର୍ମଘଟ ପାଇଁ ବି ଆବେଦନ ସହ ଚାକିରି କରୁଥିବା କର୍ମଚାରୀଙ୍କ ଭେରିଫିକେସନ ଓ ଭଡାଟିଆଙ୍କ ସଂକ୍ରାନ୍ତୀୟ ତଥ୍ୟ ଅନଲାଇନରେ ପଠାଯାଇ ପାରିବ। ସିସିଟିଏନ୍ଏସ୍ ପୋର୍ଟାଲ ଜରିଆରେ ଲୋକଙ୍କୁ ଏହି ଇ-ପୋଲିସିଂ ସେବା ମିଳିପାରିବ। ଏହି […]

police12

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 08:06 AM IST

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଇ-ପୋଲିସିଂ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଲୋକାର୍ପଣ କରିଛନ୍ତି। ଏହାଦ୍ୱାରା ଯେ କୌଣସି ଲୋକ ଥାନା ଆଇଆଇସି ବା ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଅନଲାଇନରେ ପଠାଇ ପାରିବେ। ଏଥିସହ ଶୋଭାଯାତ୍ରା, ଅନଶନ, ଧର୍ମଘଟ ପାଇଁ ବି ଆବେଦନ ସହ ଚାକିରି କରୁଥିବା କର୍ମଚାରୀଙ୍କ ଭେରିଫିକେସନ ଓ ଭଡାଟିଆଙ୍କ ସଂକ୍ରାନ୍ତୀୟ ତଥ୍ୟ ଅନଲାଇନରେ ପଠାଯାଇ ପାରିବ। ସିସିଟିଏନ୍ଏସ୍ ପୋର୍ଟାଲ ଜରିଆରେ ଲୋକଙ୍କୁ ଏହି ଇ-ପୋଲିସିଂ ସେବା ମିଳିପାରିବ। ଏହି ପୋର୍ଟାଲର ୱେବ୍ ଆଡ୍ରେସ୍ ହେଉଛି ସିଟିଜେନପୋର୍ଟାଲ ହାଇଫେନ୍ ଓପି ଡଟ୍ ଜିଓଭି ଡଟ୍ ଇନ୍। ଏହି ସାଇଟକୁ ଯାଇ ପ୍ରଥମେ ଆବଶ୍ୟକ ତଥ୍ୟ ଦାଖଲ କରି ନିଜ ଆକାଉଣ୍ଟ ଖୋଲିବା ପରେ ୟୁଜର ଆଇଡି ଓ ପାସୱାର୍ଡ ଦେଇ ଅଭିଯୋଗ ଏବଂ ଆବେଦନ ପତ୍ର ଦାଖଲ କରିହେବ।

Related story