ମୃତ୍ୟୁ ପୂର୍ବରୁ କରନ୍ତୁ ମୃତ୍ୟୁର ଅନୁଭବ

  ଜୀବନର ସବୁଠୁ ବଡ଼ ସତ୍ୟ ହେଉଛି ମୃତ୍ୟୁ। ପ୍ରାୟ ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ମୃତ୍ୟୁ ପରେ କିପରି ଅନୁବଭ ହୁଏ? କିନ୍ତୁ ଆଜି ଯାଏଁ କେହି ମୃତ୍ୟୁକୁ  ଅନୁଭବ କରିପାରିନାହାନ୍ତି। କାରଣ ଏଥିପାଇଁ ତାଙ୍କୁ ମରିବାକୁ ହେବ। କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ଆପଣ ନ ମରି ବି ମୃତ୍ୟୁକୁ ଅନୁଭବ କରିପାରିବେ, ତେବେ ଆପଣ ବିଶ୍ୱାସ କରିବେ ତ? ଦକ୍ଷିଣ କୋରିଆର ଏକ ସଂସ୍ଥା ଆତ୍ମହାତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିମାନଙ୍କୁ […]

death4 copy

Rakesh Mallick
  • Published: Saturday, 23 December 2017
  • , Updated: 23 December 2017, 03:25 PM IST

 

ଜୀବନର ସବୁଠୁ ବଡ଼ ସତ୍ୟ ହେଉଛି ମୃତ୍ୟୁ। ପ୍ରାୟ ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ମୃତ୍ୟୁ ପରେ କିପରି ଅନୁବଭ ହୁଏ? କିନ୍ତୁ ଆଜି ଯାଏଁ କେହି ମୃତ୍ୟୁକୁ  ଅନୁଭବ କରିପାରିନାହାନ୍ତି। କାରଣ ଏଥିପାଇଁ ତାଙ୍କୁ ମରିବାକୁ ହେବ। କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ଆପଣ ନ ମରି ବି ମୃତ୍ୟୁକୁ ଅନୁଭବ କରିପାରିବେ, ତେବେ ଆପଣ ବିଶ୍ୱାସ କରିବେ ତ?

ଦକ୍ଷିଣ କୋରିଆର ଏକ ସଂସ୍ଥା ଆତ୍ମହାତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିମାନଙ୍କୁ ମୃତ୍ୟୁର ଅନୁଭବ କରାଇ ତାର ଟ୍ରିଟମେଣ୍ଟ କରନ୍ତି। ଏହାର ଲକ୍ଷ୍ୟ ହେଉଛି ଆତ୍ମହତ୍ୟାର ସଂଖ୍ୟା କମାଇବା। ଏହି ସଂସ୍ଥାଟିର ନାଁ ହେଉଛି ‘ହ୍ୟାବୋ ହିଲିଂ ସେଣ୍ଟର’। ଏହା ଦକ୍ଷିଣ କୋରିଆର ସିୟୋଲରେ ଅବସ୍ଥିତ।

କେମିତି ଦିଆଯାଏ ମୃତ୍ୟୁର ଅନୁଭବ: ଏହି ହିଲିଂ ସେଣ୍ଚରକୁ ପିଲାଠୁ ଆରମ୍ଭ କରି ବୁଢ଼ା ଯାଏଁ ସବୁବର୍ଗର ଲୋକେ ବଡ଼ ସଂଖ୍ୟାରେ ଆସିଥାନ୍ତି। ଏଠାକୁ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ଏକ ଧଳା ପୋଷାକ ପିନ୍ଧାଇ ଦିଆଯାଏ। ପରେ ତାଙ୍କୁ କଫିନ୍ ବାକ୍ସ ଭିତରେ ବସିବାକୁ କୁହାଯାଏ। ଏହାପରେ ତାଙ୍କୁ କାଗଜ କଲମ ଦିଆଯାଏ। ତାପରେ ସଂସ୍ଥାର ପ୍ରମୁଖ ଅଧିକାରୀ ତାଙ୍କ ସହ କିଛି ସମୟ କଥା ହୁଅନ୍ତି। ତାଙ୍କୁ ଜୀବନର ମହତ୍ତ୍ୱ ବିଷୟରେ କହନ୍ତି। ତା’ପରେ ତାଙ୍କୁ କଫିନ୍ ଭିତରେ ଶୁଆଇ ଦିଆଯାଏ। ଓ ଅନ୍ତିମ ସଂସ୍କାରର କରି ଫଟୋ ଉଠାଯଏ।

କଫିନ୍‌ରେ ଶୁଆଇବା ପରେ ତାଙ୍କୁ କୁହାଯାଏ ଯେ, ଏବେ ଆରପାରିକୁ ଯିବାର ସମୟ ଆସିସାରିଛି। ଏହାପରେ ସେହି କକ୍ଷରେ ମହମ୍ବତୀ ଜଳାଯାଏ। ସେହି ସମୟରେ ମୃତ୍ୟୁର ଦେବୀ ପ୍ରବେଶ କରିଥାନ୍ତି ଓ ବାକ୍ସଟିକୁ ବନ୍ଦ କରିଦେଇଥାନ୍ତି। ଏହା ପରେ ତାଙ୍କୁ ୧୦ ମିନିଟ୍‌ ପାଇଁ ଏକା ଛାଡ଼ିଦିଆଯାଏ। ୧୦ ମିନିଟ୍‌ ପରେ ଯେତେବେଳେ ସେ ବାହାରକୁ ଆସିଥାନ୍ତି ବହୁତ ତାଜା ଅନୁଭବ କରନ୍ତି।

ଏହିପରି ଭାବେ ଏଠାରେ ଲୋକମାନଙ୍କୁ ମୃତ୍ୟୁ ପୂର୍ବରୁ ହିଁ ମୃତ୍ୟୁର ଅନୁଭବ ଦିଆଯଏ। ଏହି ଅନୁଭବ କରିଥିବା ବ୍ୟକ୍ତିମାନେ ଦାବି କରିଛନ୍ତି ଯେ ମୃତ୍ୟୁକୁ ଅତି ନିକଟରୁ ଦେଖିଲା ପରେ ସେମାନେ ପୂର୍ବ ଅପେକ୍ଷା ଅଧିକ କନ୍‌ଫିଡେଣ୍ଟ୍ ଓ ଚିନ୍ତା ମୁକ୍ତ ରହୁଛନ୍ତି।‘  ସେମାନଙ୍କ କହିବା ଅନୁଯାୟୀ ଏହି ଅନୁଭବ ପରେ ସେମାନେ ଜୀବନର ପ୍ରକୃତ ମୁଲ୍ୟ ବୁଝିପାରିଛନ୍ତି।

Related story