ଆସିଗଲା ୟୁଟ୍ୟୁବ୍‌ର ବିକଳ୍ପ: ଭିଡିଓ ଅପ୍‌ଲୋଡ୍‌ କରି ପଇସା କମାନ୍ତୁ

ନୂଆଦିଲ୍ଲୀ: ଭିଡିଓ ତିଆରି କରି ସୋସିଆଲ୍‌ ମିଡିଆରେ ଅପଲୋଡ କରିବାର ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆସିଗଲା ୟୁଟ୍ୟୁବ୍‌ର ବିକଳ୍ପ। ଏବେ ଫେସ୍‌ବୁକ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ଯାଉଛି। ୟୁଟ୍ୟୁବକୁ ଟକ୍କର ଦେବାକୁ ଫେସବୁକ୍ ଏକ ଭିଡିଓ ୱେବ୍‌ସାଇଟ୍‌ ଲଞ୍ଚ କରିଛି। ଯାହାର ନାମ ହେଉଛି ‘ଫେସ୍‌ବୁକ କ୍ରିଏଟର’। ଏଥିରେ ୟୁଜର ଭିଡ଼ିଓ ଅପ୍‌ଲୋଡ୍‌ କରିପାରିବା ସହିତ ଅନ୍ୟ ଭିଡିଓ ସର୍ଚ୍ଚ କରି ପାରିବେ। ଲାଇକ୍‌ କମେଣ୍ଟ ମଧ୍ୟ ଦେଇ ପାରିବେ। […]

la-fi-tn-facebook-creators-20171116

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 11:51 AM IST

ନୂଆଦିଲ୍ଲୀ: ଭିଡିଓ ତିଆରି କରି ସୋସିଆଲ୍‌ ମିଡିଆରେ ଅପଲୋଡ କରିବାର ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆସିଗଲା ୟୁଟ୍ୟୁବ୍‌ର ବିକଳ୍ପ। ଏବେ ଫେସ୍‌ବୁକ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ଯାଉଛି। ୟୁଟ୍ୟୁବକୁ ଟକ୍କର ଦେବାକୁ ଫେସବୁକ୍ ଏକ ଭିଡିଓ ୱେବ୍‌ସାଇଟ୍‌ ଲଞ୍ଚ କରିଛି। ଯାହାର ନାମ ହେଉଛି ‘ଫେସ୍‌ବୁକ କ୍ରିଏଟର’। ଏଥିରେ ୟୁଜର ଭିଡ଼ିଓ ଅପ୍‌ଲୋଡ୍‌ କରିପାରିବା ସହିତ ଅନ୍ୟ ଭିଡିଓ ସର୍ଚ୍ଚ କରି ପାରିବେ। ଲାଇକ୍‌ କମେଣ୍ଟ ମଧ୍ୟ ଦେଇ ପାରିବେ। ଖାଲି ସେତିକି ନୁହେଁ ଏଥିରେ ଅର୍ଥ ଉପାର୍ଜନର ବ୍ୟବସ୍ଥା ମଧ୍ୟ ରହିଛି। ବର୍ତ୍ତମାନ ଫେସ୍‌ବୁକ କ୍ରିଏଟରରେ କେବଳ ରେଜିଷ୍ଟ୍ରେସନ୍‌ ହେଉଥିବ ବେଳେ ଖୁବଶୀଘ୍ର ଅର୍ଥ ଉପାର୍ଜନ ସୁବିଧା ଉପଲବ୍ଧ ହେବ ବୋଲି ଫେସବୁକ କହିଛି।

ios ପାଇଁ ଉପଲବ୍ଧ ଅଛି ଆପ୍‌: କ୍ରିଏଟିଭ ଭିଡିଓର ୱେବସାଇଟ୍‌ ବ୍ୟତିତ ଆପ୍ ବି ଲଞ୍ଚ କରଛି ଫେସ୍‌ବୁକ। କିନ୍ତୁ ଏହି ସୁବିଧା କେବଳ ios ଅପରେଟିଂ ସିଷ୍ଟମ ପାଇଁ ଉପଲବ୍ଧ ରହିଛି। ଖୁବଶୀଘ୍ର ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଭି ଏହି ସୁବିଧା ଉପଲବ୍ଧ ହେବ।

କିପରି କରିବେ ରେଜିଷ୍ଟ୍ରେସନ୍‌: ଏଥିପାଇଁ ପ୍ରଥମେ ସାଇଡ୍‌କୁ ନିଜରେ ଫେସବୁକ ଆକାଉଣ୍ଟ ସହ ଲଗ୍‌ଇନ୍‌ କରନ୍ତୁ। ଏହାପରେ https://www.facebook.com/creators  କୁ ଯାଆନ୍ତୁ। ଏଠାରେ ଆବଶ୍ୟକୀୟ ତଥ୍ୟ, ଯେପରି କିଭଳି ଭିଡିଓ ଅପଲୋଡ କରିବେ, ପାର୍ଟ ଟାଇମ୍ କିମ୍ବା ଫୁଲ୍‌ ଟାଇମ୍‌ ଇତ୍ୟାଦି ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ପରେ ଆପଣଙ୍କ ଭିଡିଓ ଚ୍ୟନେଲ୍‌ର ୟୁଆର୍‌ଏଲ୍‌ ଦେବାକୁ ପଡ଼ିବ। ଏହାପରେ ଲେଟେଷ୍ଟ ଡୁ ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ଏହାପରେ ରେଜିଷ୍ଟ୍ରେସନ ହୋଇଯିବ।

କେମିତି କରିବେ ଇନ୍‌କମ୍‌: ଏଥିରେ ପଇସା କମାଇବା ପାଇଁ ୪ ଟି ଉପାୟ ରହିଛି। ବ୍ରାଣ୍ଡେଡ୍ କଣ୍ଟେଣ୍ଟ୍, ଟୁର୍ସ ଓ ଏଣ୍ଡବ୍ରେକ୍ସ। ଏଣ୍ଡବ୍ରେକ୍ସରେ ଭିଡିଓ ଦେଖିଲେ ସେଥିଲାଗି ବିଜ୍ଞାପନ ଆସିଥାଏ। ତେଣୁ ଆୟ କରିବାକୁ ଏହି ଉପାୟ ସବୁଠାରୁ ଉନ୍ନତ। କିନ୍ତୁ ଏହି ସୁବିଧା ପାଇଁ କାର୍ଯ୍ୟ ଚାଲୁ ରହିଛି। ଖବ୍‌ଶୀଘ୍ର ଗ୍ରାହକଙ୍କ ପାଇଁ ଏହା ଉପଲବ୍ଧ ହେବ।

Related story