ଏମିତି ହୋଟେଲ, ଯେଉଁଠି ମଣିଷଠାରୁ କୁକୁର ଗୁରୁତ୍ୱପୂର୍ଣ୍ଣ

ବଡ଼ ବଡ଼ ହୋଟେଲରେ  ମଣିଷ ରହିବା କଥା ଆପଣ ଜାଣଛନ୍ତି।  ସେଠାରେ ସେମାନଙ୍କ ପାଇଁ ଖାଇବା ଠାରୁ ଆରମ୍ଭ  ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ଥାଏ। କିନ୍ତୁ ହୋଟେଲରେ କୁକୁରମାନଙ୍କୁ  ପାଇଁ ସ୍ୱତନ୍ତ୍ର ସେବା ଦିଆଯିବା ଶୁଣିଛନ୍ତି କି? କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ। ବିଦେଶରେ ଏମିତି ହୋଟେଲେ ଥାଇପାରେ ହେଲେ ଏଥିରେ ଭାରତ ମଧ୍ୟ ପଛରେ ପଡ଼ିନି। ପ୍ରଥମ ଥର ପାଇଁ ଦେଶର ହରିୟାଣାରେ ଏମିତି ଏକ ହୋଟେଲ ଖୋଲାଯାଇଛି। ଯେଉଁଠି ମଣିଷଙ୍କ ଭଳି […]

nn

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 04:34 PM IST

ବଡ଼ ବଡ଼ ହୋଟେଲରେ  ମଣିଷ ରହିବା କଥା ଆପଣ ଜାଣଛନ୍ତି।  ସେଠାରେ ସେମାନଙ୍କ ପାଇଁ ଖାଇବା ଠାରୁ ଆରମ୍ଭ  ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ଥାଏ। କିନ୍ତୁ ହୋଟେଲରେ କୁକୁରମାନଙ୍କୁ  ପାଇଁ ସ୍ୱତନ୍ତ୍ର ସେବା ଦିଆଯିବା ଶୁଣିଛନ୍ତି କି? କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ। ବିଦେଶରେ ଏମିତି ହୋଟେଲେ ଥାଇପାରେ ହେଲେ ଏଥିରେ ଭାରତ ମଧ୍ୟ ପଛରେ ପଡ଼ିନି। ପ୍ରଥମ ଥର ପାଇଁ ଦେଶର ହରିୟାଣାରେ ଏମିତି ଏକ ହୋଟେଲ ଖୋଲାଯାଇଛି। ଯେଉଁଠି ମଣିଷଙ୍କ ଭଳି କୁକୁରମାନଙ୍କୁ ଆତିଥ୍ୟ ପ୍ରଦାନ କରାଯାଉଛି।  ଠିକ୍‌ ମଣିଷଙ୍କ ଭଳି ଏହି ହୋଟଲରେ  ସମସ୍ତ ସୁବିଧା ଉପଲବ୍ଧ ଅଛି। ହରିୟାଣାର ଗୁରୁଗ୍ରାମରେ ଏହି ହୋଟେଲଟି ରହିଛି। ହୋଟେଲର ନାଁ ରହିଛି ‘‘କ୍ରିଟେରେଟି’ । ଏଠାରେ ଗୋଟିଏ ରାତି  ରହିବା ପାଇଁ ଆପଣଙ୍କ କୁକୁରକୁ ପ୍ରାୟ ସାଢ଼େ ଚାରି ହଜାର ଟଙ୍କା ଦେବାକୁ ପଡ଼ିବ।ଏହି ହୋଟେଲରେ କୁକୁରମାନେ ଶୋଇବା ପାଇଁ  ଆରାମଦାୟକ ବଡ଼ ବେଡ୍‌ ରହିଛି। ବେଡ ଗୁଡ଼ିକରେ ଦାମି ଭେଲଭେଟ ଚାଦର ପଡ଼ିଛି। ଏହା ସହ ହୋଟେଲର କୋଠରୀଗୁଡ଼ିକରେ ଟିଭି ମଧ୍ୟ ଲାଗିଛି। ଏଠାରେ ଏକ ପ୍ରାଇଭେଟ୍‌ ବାଲକୋନି ମଧ୍ୟ ଅଛି। ଏହି ହୋଟେଲେ  ଆୟୁର୍ବେବେଦିକ ତେଲରେ  ମାଲିସ୍ କରାଯାଇଥାଏ।  ଏହା ସହ ସ୍ପା ମଧ୍ୟ କରାଯାଇଥାଏ।

ହୋଟେଲରେ  ସବୁବେଳେ ପଶୁ ଚିକିତ୍ସିକ ରହିଥାନ୍ତି। ଏହି ହୋଟେଲରେ ଏକ ଅପରେସନ ଥିଏଟର ରହିଛି। ଯେଉଁଠି କୁକୁରଙ୍କ ଅପରେସନ କରିବା ପାଇଁ  ସବୁବେଳେ ମେଡିକାଲ କର୍ମଚାରୀ ରହିଥାନ୍ତି। ଏହି ହୋଟେଲରେ ଏକ ପ୍ଲେ ରୁମ ରହିଛି। ଏହି ହୋଟେଲରେ କୁକୁରଙ୍କ ପସନ୍ଦ ଅନୁଯାୟୀ  ଖାଦ୍ୟ ତିଆରି କରାଯାଇଥାଏ।  ଖାଇବା ମେନ୍ୟୁରେ ଚାଉଳ, ଚିକେନ, ମୁଫିନ,ପେନକେକ ଓ ଆଇସିକ୍ରିମ୍‌ ଦିଆଯାଇଥାଏ।

Related story