ଚର୍ଚ୍ଚାରେ ମହିଳା ପୂଜାରୀ: ବିନା କନ୍ୟାଦାନରେ ମାତ୍ର ଘଣ୍ଟାଏ ଭିତରେ କରନ୍ତି ବାହାଘର

କୋଲକାତା: ଆମ ସମାଜ ହେଉଛି ପୁରୁଷ ପ୍ରାଧାନ। ଯେଉଁଠି ପୁରୁଷ ହିଁ ସମ୍ପତ୍ତି ଓ ପରିବାରର ସତ୍ୱାଧୀକାରୀ ହୁଅନ୍ତି। ଆମ ପିତୃପୁରୁଷ ନିୟମ ଅନୁଯାୟୀ, ସମସ୍ତ ଆନୁଷ୍ଠାନିକ କାମ ପୁରୁଷ ପୂଜାରୀ ହିଁ କରନ୍ତି। ବାହାଘର ହେଉ କି ବ୍ରତଘର କିମ୍ବା ଅନ୍ୟ କିଛି ପୂଜା। ଏ ସମସ୍ତ କାର୍ଯ୍ୟ କେବଳ ପୁରୁଷ ବ୍ରାହ୍ମଣ ହିଁ କରିଥାନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ମହିଳା ବ୍ରାହ୍ମଣ ଏ ସବୁ କାମ କାହିଁକି କରିପାରିବେ ନାହିଁ? କୋଲକାତାର […]

nandini

nandini

Rakesh Mallick
  • Published: Monday, 19 March 2018
  • Updated: 19 March 2018, 07:10 PM IST

Sports

Latest News

କୋଲକାତା: ଆମ ସମାଜ ହେଉଛି ପୁରୁଷ ପ୍ରାଧାନ। ଯେଉଁଠି ପୁରୁଷ ହିଁ ସମ୍ପତ୍ତି ଓ ପରିବାରର ସତ୍ୱାଧୀକାରୀ ହୁଅନ୍ତି। ଆମ ପିତୃପୁରୁଷ ନିୟମ ଅନୁଯାୟୀ, ସମସ୍ତ ଆନୁଷ୍ଠାନିକ କାମ ପୁରୁଷ ପୂଜାରୀ ହିଁ କରନ୍ତି। ବାହାଘର ହେଉ କି ବ୍ରତଘର କିମ୍ବା ଅନ୍ୟ କିଛି ପୂଜା। ଏ ସମସ୍ତ କାର୍ଯ୍ୟ କେବଳ ପୁରୁଷ ବ୍ରାହ୍ମଣ ହିଁ କରିଥାନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ମହିଳା ବ୍ରାହ୍ମଣ ଏ ସବୁ କାମ କାହିଁକି କରିପାରିବେ ନାହିଁ? କୋଲକାତାର ନନ୍ଦିନୀ ଭୌମିକ ନାମକ ଜଣେ ମହିଳା ପୂଜାରୀ କନ୍ୟାଦାନ ବିନା ବାହାଘର ସମ୍ପନ୍ନ କରାଉଛନ୍ତି।  ନନ୍ଦିନୀ ପେସାରେ ଜଣେ ସଂସ୍କୃତ ଅଧ୍ୟାପକ ଓ ଡ୍ରାମା ଆର୍ଟିସ୍ଟ। ସେ ଆମ ସମାଜର ପୁରୁଷପ୍ରାଧାନ୍ୟତା ଚିନ୍ତାଧାରାକୁ ବିରୋଧ କରନ୍ତି।

ନନ୍ଦିନୀ ହେଉଛନ୍ତି ପଶ୍ଚିମ ବଙ୍ଗର ପ୍ରଥମ ମହିଳା ପୂଜାରୀ। ସେ  ବିନା କନ୍ୟାଦାନରେ ବିବାହ କରିବା କଥା ଟିକେ ଆଶ୍ଚର୍ଯ୍ୟ ଲାଗେ। ଏ ସମ୍ପର୍କରେ ସେ କୁହନ୍ତି, 'ମୁଁ ଏପରି ବିଚାରକୁ ବିରୋଧ କରେ ଯେଉଁଠି ଝିଅକୁ ଲକ୍ଷ୍ମୀ ବା ଧନ ବୋଲି କୁହାଯାଏ ଓ ପୁଣି ଦାନ ଦିଆଯାଏ। ସ୍ତ୍ରୀମାନେ ବି ପୁରୁଷଙ୍କ ଭଳି ମଣିଷ। ତେଣୁ ସେମାନଙ୍କୁ ବସ୍ତୁ ଭଳି ବ୍ୟବହାର କରିବା ବା ଦାନ କରିବା ଉଚିତ ନୁହେଁ।'  ନନ୍ଦିନୀ ଏପରି ବିବାହ କାର୍ଯ୍ୟ ସମ୍ପନ୍ନ କରନ୍ତି ଯାହା ଅନ୍ୟ ବଙ୍ଗୀୟ ପରମ୍ପାରାରେ ହେଉଥିବା ବାହାଘରଠୁ ଭିନ୍ନ ହୋଇଥାଏ। ସେ ସଂସ୍କୃତର କଠିନ ଶ୍ଳୋକକୁ ବଙ୍ଗଳା ଓ ଇଁରାଜୀରେ ପଢ଼ନ୍ତି, ଯେପରିକି ବର ଓ କନ୍ୟା, ମନ୍ତ୍ରର ଅର୍ଥ ବୁଝିପାରିବେ। ସେ ଯେଉଁ ବାହାଘର କରାନ୍ତି ସେଠି ଧୀର ସ୍ୱରରେ ରବୀନ୍ଦ୍ର ସଙ୍ଗୀତ ବାଜୁଥାଏ। ଏହି ରବୀନ୍ଦ୍ର ସଙ୍ଗୀତ ନନ୍ଦିନୀଙ୍କ ଟିମ୍ ମେମ୍ବରମାନେ ବଜାଇଥାନ୍ତି।  ସାଧାରଣତଃ ବାହାଘର ବିଧିରେ ସାରା ରାତି ବିତି ଯାଇଥାଏ। ନନ୍ଦିନୀ କିନ୍ତୁ ମାତ୍ର ଏକ ଘଣ୍ଟାରେ ବାହାଘର କରାଇଥାନ୍ତି। ତାଙ୍କ କହିବା ଅନୁଯାୟୀ, ସେ କନ୍ୟାଦାନ କରାନ୍ତିନି, ଯାହା ଫଳରେ ଅନେକ ସମୟ ବଞ୍ଚି ଯାଏ। ନିଜକୁ ସମାଜ ସୁଧାରକ କହୁଥିବା ନନ୍ଦିନୀଙ୍କ ରାସ୍ତାରେ ଅନେକ ବାଧା ମଧ୍ୟ ଆସିଥାଏ। ସେ କୁହନ୍ତି, 'ମୁଁ ବାକି ପୂଜାରୀଙ୍କୁ ସମ୍ମାନ କରେ, ମୋର ସେମାନଙ୍କ ସହ କୌଣସି ମତାନ୍ତର ନାହିଁ। କାହାର ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନୁହେଁ।'

ନନ୍ଦିନୀ ଦଶ ବର୍ଷ ହେଲା ଏହି କାମ କରିଆସୁଛନ୍ତି। ବର୍ତ୍ତମାନ ସୁଧା ସେ ୪୦ରୁ ଅଧିକ ବାହାଘର କରିସାରିଲେଣି। ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଥିବାରୁ ସେ ଅନେକ ସମୟରେ ବ୍ୟସ୍ତ ରୁହନ୍ତି।ଏହା ବ୍ୟତୀତ ସେ କୋଲକାତାର ୧୦ଟି ନାଟ୍ୟମଞ୍ଚ ସହ ମଧ୍ୟ ଜଡ଼ିତ।

ନନ୍ଦିନୀଙ୍କର ବାହାଘର କରାଇବାର ନିଆରା ଢଙ୍ଗ ଯୁବପିଢ଼ିଙ୍କୁ ବେଶ୍ ଆକୃଷ୍ଟ କରୁଛି। ଗତ ଶନିବାର ଦିନ ସେ ନିଜ ସାଥୀ ପୂଜାରୀ ରୁମା ରାୟ ଓ ରବୀନ୍ଦ୍ର ସଂଗୀତ ଗାୟକ ପୌଲମୀ ଚକ୍ରବର୍ତୀଙ୍କ ସହ ଏପରି ଏକ ବିବାହ ସମ୍ପନ୍ନ କରାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ନନ୍ଦିନୀଙ୍କର ଖୁବ୍ ଚର୍ଚ୍ଚା ଚାଲିଛି। ନନ୍ଦିନୀ କୁହନ୍ତି ଯେ, ସେ ଅନେକ ବାହାଘରେ ପୂଜାରୀଙ୍କୁ ଭୁଲ ମନ୍ତ୍ର ପଢ଼ିବାର ଦେଖିଛନ୍ତି। ତେଣୁ ସେ ଏହି ମନ୍ତ୍ରଗୁଡ଼ିକୁ ବଙ୍ଗାଳୀ ଓ ଇଂରାଜୀରେ ଲେଖିଛନ୍ତି। ନନ୍ଦିନୀଙ୍କର ଦୁଇଟି ଝିଅ। ସେ ତାଙ୍କ ଝିଅମାନଙ୍କର ବାହାଘର ମଧ୍ୟ ଏହିଭଳି କରାଇଛନ୍ତି। ସେ ତାଙ୍କ ଗୁରୁ ଗୌରି ଧର୍ମପାଳଙ୍କୁ ନିଜ ପ୍ରେରଣାର ସୂତ୍ର ମାନନ୍ତି। କେବଳ ଏତିକି ନୁହେଁ, ସେ ନିଜ ଆୟର ଏକ ବଡ଼ ଅଂଶ ଅନାଥ ଆଶ୍ରମକୁ ଦାନ ମଧ୍ୟ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story