ପ୍ରକୃତିର ଏକ ଅନନ୍ୟ ଅବଦାନ ଫୁଲ। ଘର ସଜାଠୁ ଆରମ୍ଭ କରି ଠାକୁର ପୂଜା ପର୍ଯ୍ୟନ୍ତ ସବୁଠି ଏହାର ଆବଶ୍ୟକତା ରହିଛି। ତେଣୁ ବଗିଚାରେ ସମସ୍ତେ ଫୁଲ ଗଛଟିଏ ଲଗାନ୍ତି। ଏହାର ସୁଗନ୍ଧିତ ବାସ୍ନା ମନ ହାଲକା କରିଦିଏ। ହେଲେ ଏମିତି କିଛି ଫୁଲ ଅଛି ଯାହାର ଟିକେ ସ୍ପର୍ଶ ଆପଣଙ୍କ ଜୀବନ ନେଇପାରେ। ବିଶ୍ୱରେ ଏମିତି ୮ହଜାର ବିଷାକ୍ତ ପ୍ରଜାତିର ଫୁଲ ରହିଛି। ସେଥିରୁ କିଛି ଫୁଲ ଆପଣଙ୍କ ବଗିତାରେ ମଧ୍ୟ ଥାଇପାରେ। ଆସନ୍ତୁ ଜାଣିବା ସେମିତି କିଛି ବିଷାକ୍ତ ଫୁଲ ବିଷୟରେ ।
୧)କେଷ୍ଟର ବିନ୍ସ- ଏଥିରେ ରାଇସିନ୍ ନାମକ ଏକ ବିଷ ରହିଛି। ରାଇସିନ୍ ଶରୀରରେ ପ୍ରୋଟିନ୍ ଉତ୍ପନ୍ନକୁ ବନ୍ଦ କରିଦିଏ। ଏହି ଫୁଲ ଦେଖିବାକୁ ନୀଳ ଓ ଗୋଲାପି ରଙ୍ଗର। ଯୁଦ୍ଧରେ ବ୍ୟବହାର ହେଉଥିବା ଜୈବିକ ହତିଆର ଏହି ଫୁଲରୁ ତିଆରି ହୁଏ।
୨)ରୋଜାରି ପିଆ- ଏଥିରେ ଏବ୍ରିନ୍ ନାମକ ବିଷ ରହିଛି। ଏହାର ଦୁଇଟି ମଞ୍ଜି ମଣିଷକୁ ମୃତ୍ୟୁମୁଖକୁ ଠେଲି ଦେଇଥାଏ। ଏହା ଦେଖିବାରୁ କମଳା ରଙ୍ଗର। ଏହି ମଞ୍ଜିରୁ ଛୋଟ ପିଲାମାନଙ୍କୁ ଦୂରେଇ ରଖନ୍ତୁ।
୩)ଆକୋନାଇଟ୍- ଏଥିରେ ଏକ୍ଟୋନାଇଟ୍ ନାମକ ବିଷ ମିଳିଥାଏ। ଏହି ଫୁଲର ରଙ୍ଗ ନୀଳ ଓ ବାଇଗେଣି । ଏହାକୁ ଛୁଅଁବା ମାତ୍ରେ ଶରୀର କୁଣ୍ଡେଇ ହୋଇଥାଏ।
୪)ହେମ୍ଲକ- ଏଥିରେ ଟୋକ୍ସିନ୍ କୋନାଇନ୍ ନାମକ ବିଷ ରହିଛି। ଏହି ବିଷରେ ଲୋକଙ୍କ ମୃତ୍ୟୁ ହୁଏ ନଚେତ୍ ମଣିଷର ସ୍ମରଣଶକ୍ତି ଚାଲିଯାଏ। ଏହି ଫୁଲର ରଙ୍ଗ ଧଳା।