ଲଗାଣ ବର୍ଷାରେ ମାଲକାନଗିରି ବେହାଲ: ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ବେହାଲ ହୋଇଛି ମାଲକାନଗିରି ଜିଲ୍ଲା। ଗତକାଲି କେବଳ ଏମଭି-୧୧ଠାରେ ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଆଜି ପାଙ୍ଗାମା ଓ କାଙ୍କରକୋଣ୍ଡାଠାରେ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସଡ଼କ ପଥରେ ବାହ୍ୟଜଗତଠାରୁ ବିଚ୍ଛିନ୍ନ ହୋଇଛି। ସଦର ମହକୁମାକୁ ଯୋଗ କରୁଥିବା ତିନୋଟି ଯାକ ରାସ୍ତା ବନ୍ଦ ହୋଇଯାଇଛି। ମାଲକାନଗିରିରୁ ଜୟପୁର, ବାଲିମେଳା ଓ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସହର ମଧ୍ୟରେ […]

malkangiri

Rakesh Mallick
  • Published: Sunday, 20 September 2015
  • , Updated: 21 September 2015, 07:52 AM IST

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ବେହାଲ ହୋଇଛି ମାଲକାନଗିରି ଜିଲ୍ଲା। ଗତକାଲି କେବଳ ଏମଭି-୧୧ଠାରେ ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଆଜି ପାଙ୍ଗାମା ଓ କାଙ୍କରକୋଣ୍ଡାଠାରେ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସଡ଼କ ପଥରେ ବାହ୍ୟଜଗତଠାରୁ ବିଚ୍ଛିନ୍ନ ହୋଇଛି। ସଦର ମହକୁମାକୁ ଯୋଗ କରୁଥିବା ତିନୋଟି ଯାକ ରାସ୍ତା ବନ୍ଦ ହୋଇଯାଇଛି। ମାଲକାନଗିରିରୁ ଜୟପୁର, ବାଲିମେଳା ଓ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସହର ମଧ୍ୟରେ ଆଣ୍ଠୁଏ ପାଣି ଜମା ହୋଇଛି। ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ରାସ୍ତା ଉପରେ ପାଣି ଚାଲୁଛି।

ବର୍ଷା ଯୋଗୁଁ ଜିଲ୍ଲାର ପୋଟେରୁ ସମେତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଆଜି ଭୋରରୁ ବର୍ଷା କମିଥିଲା। କିନ୍ତୁ ସକାଳ ୯ଟାରୁ ପୁଣି ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବର୍ଷା କମିଥିଲେ ମଧ୍ୟ ମାଲକାନଗିରି ଦସର ମହକୁମାରେ ଲୋକ ଦୁର୍ଦ୍ଦଶାରେ ଅଛନ୍ତି। ଗୋଟିଏ  ପଟେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଅନ୍ୟପଟେ ସହର ମଧ୍ୟରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଛି। ସହରର ବୁଟିଗୁଡ଼ାରେ ବର୍ଷା ଯୋଗୁଁ ୨୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୩ଟି ବନ୍ୟା ବିପନ୍ନ ପରିବାରକୁ ବୁଟିଗୁଡା ସ୍କୁଲରେ ଆଶ୍ରୟ ଦିଆଯାଇଛି। ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ଫ୍ରି-କିଚେନ ବ୍ୟବସ୍ଥା କରାଯାଇଛି।

ଗତକାଲି ଏମଭି୧୧ଠାରେ ପୋଲ ଉପରୁ ଦୁଇ ଜଣ ବାଇକ୍ ଆରୋହୀ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଇକ୍ ସହିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେବ ବି ନିଖୋଜ ଅଛନ୍ତି।

ଅନ୍ୟପକ୍ଷରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତି ନେଇ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଏବଂ ମାଲକାନାଗିରି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସରେ ଆଲୋଚନା କରିଥିଲେ। ବନ୍ୟାପାଣି କମିବା ପରେ ସାତ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ବନ୍ୟାରେ ଭାସିଯାଇ ମୃତ୍ୟବରଣ କରିଥିବା ଲୋକଙ୍କ ଆତ୍ମୀୟ ମାନଙ୍କୁ ଅନୁକମ୍ପା ମୂଳକ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Related story