ପୁତ୍ରହରା ବାପାର ଲୋମଟାଙ୍କୁରା ପ୍ରଶ୍ନ-ଟଙ୍କା ନୁହେଁ, ପୁଅକୁ ଫେରାଇ ପାରିବ କି ସରକାର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋର ପୁଅ ଦରକାର। ଟଙ୍କା ଦରକାର ନାହିଁ। ଯେଉଁ ଟଙ୍କା ମିଳିବ, ତାହା ମୁଁ ସରକାରଙ୍କୁ ଫେରାଇଦେବି। କିନ୍ତୁ ମୋ’ ପୁଅର ଜୀବନ କ’ଣ ସେମାନେ ଫେରାଇ ଦେବେ? ଇଏ ହେଉଛି ଜଣେ ବାପାଙ୍କର କୋହଭରା କଥା। ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସତ୍ୟବ୍ରତଙ୍କ ବାପା ସୁରେନ୍ଦ୍ର ପଟ୍ଟନାୟକଙ୍କ ଆଖିରୁ ଶୁଖୁନି ଲୁହ। ପୁଅକୁ ହରାଇ ଦିନରାତି କାନ୍ଦୁଛନ୍ତି। ସରକାରୀ ବିଧି ବ୍ୟବସ୍ଥାକୁ ନେଇ ସୁରେନ୍ଦ୍ର ଉଠାଇଛନ୍ତି ପ୍ରଶ୍ନ। ସେ କହିଛନ୍ତି-“ସରକାରଙ୍କ ପକ୍ଷରୁ […]

Rakesh Mallick
  • Published: Tuesday, 12 September 2017
  • , Updated: 12 September 2017, 11:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋର ପୁଅ ଦରକାର। ଟଙ୍କା ଦରକାର ନାହିଁ। ଯେଉଁ ଟଙ୍କା ମିଳିବ, ତାହା ମୁଁ ସରକାରଙ୍କୁ ଫେରାଇଦେବି। କିନ୍ତୁ ମୋ’ ପୁଅର ଜୀବନ କ’ଣ ସେମାନେ ଫେରାଇ ଦେବେ? ଇଏ ହେଉଛି ଜଣେ ବାପାଙ୍କର କୋହଭରା କଥା। ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସତ୍ୟବ୍ରତଙ୍କ ବାପା ସୁରେନ୍ଦ୍ର ପଟ୍ଟନାୟକଙ୍କ ଆଖିରୁ ଶୁଖୁନି ଲୁହ। ପୁଅକୁ ହରାଇ ଦିନରାତି କାନ୍ଦୁଛନ୍ତି।

ସରକାରୀ ବିଧି ବ୍ୟବସ୍ଥାକୁ ନେଇ ସୁରେନ୍ଦ୍ର ଉଠାଇଛନ୍ତି ପ୍ରଶ୍ନ। ସେ କହିଛନ୍ତି-“ସରକାରଙ୍କ ପକ୍ଷରୁ ଓଭର ବ୍ରିଜ୍‌ ନିର୍ମାଣ କରାଯାଉଛି। ହେଲେ ଏଥିପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନି। ଠିକା ସଂସ୍ଥାଙ୍କ ଖାମ୍‌ଖିଆଲି ମନୋଭାବ ଯୋଗୁଁ ନୀରିହ ମଣିଷଙ୍କ ଜୀବନ ଯାଉଛି। ଏହି ଘଟଣାରେ କ’ଣ ପାଇଁ ବଡ଼ ବଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ? ବ୍ରିଜ୍‌ କାମ ଚାଲିଥିବା ବେଳେ କି’ ପ୍ରକାର ପ୍ରତିଶେଧକ ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ? ବ୍ରିଜ୍‌ ତଳେ ଧନଜୀବନ ସୁରକ୍ଷା ପ୍ରତି କଣ ଧ୍ୟାନ ଦିଆଯିବନି?

ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇସାରିଲେଣି। ଏବେ ମଧ୍ୟ ଦୁଇ ନିର୍ଦ୍ଦେଶକ ଫେରାର ଅଛନ୍ତି। ସେମାନଙ୍କ ଗିରଫ ପାଇଁ ପୋଲିସ ଅଣ୍ଟା ଭିଡ଼ୁଛି। ଏହି ଦୁର୍ଘଟଣାକୁ ନେଇ ମଧ୍ୟ ରାଜ୍ୟରାଜନୀତି ସରଗରମ ହୋଇଛି।

ଅଧିକ ପଢ଼ନ୍ତୁ: ଝିଅକୁ ଡ୍ୟାନ୍ସ କ୍ଲାସ୍‌ରୁ ନେଇ ଫେରୁଥିବା ବେଳେ ଉପରୁ ଖସିଲା ମୃତ୍ୟୁ

Related story