ଭୁଲ କରି ପଶ୍ଚାତାପ କରୁଛନ୍ତି କି ? ରବିବାର ଏହି କାମ କରନ୍ତୁ ଫେରିଆସିବ ମାନସମ୍ମାନ

ଶାସ୍ତ୍ରରେ ଲେଖାଅଛି ମଣିଷ ଯେମିତି କର୍ମ କରେ ସେମିତି ଫଳ ପାଇଥାଏ। ଯିଏ ଭଲ କାମ କରେ ତାକୁ ଭଲ ଫଳ ମିଳିଥାଏ। ଖରାପ କାମ କଲେ କର୍ମ ଅନୁଯାୟୀ ଫଳ ଭୋଗିବାକୁ ପଡ଼ିଥାଏ। ଅନେକ ଲୋକ ଏପରି ଥାଆନ୍ତି ଯେଉଁମାନେ ଭୁଲରେ କିଛି ଏମିତି  କାମ କରି ଦେଇ ଥାଆନ୍ତି ଯାହା ଫଳରେ ସମାଜରେ ସେମାନଙ୍କର ମାନସମ୍ମାନ ତଳେ ପଡ଼ିଯାଏ। ଆପଣ ବି ଏପରି କିଛି ଭୁଲ କରିଦେଇଛନ୍ତି କି? ଚିନ୍ତା କରନ୍ତୁ ନି। ଆଜି […]

sunday

sunday

Rakesh Mallick
  • Published: Tuesday, 27 February 2018
  • Updated: 10 June 2018, 01:05 PM IST

Sports

Latest News

ଶାସ୍ତ୍ରରେ ଲେଖାଅଛି ମଣିଷ ଯେମିତି କର୍ମ କରେ ସେମିତି ଫଳ ପାଇଥାଏ। ଯିଏ ଭଲ କାମ କରେ ତାକୁ ଭଲ ଫଳ ମିଳିଥାଏ। ଖରାପ କାମ କଲେ କର୍ମ ଅନୁଯାୟୀ ଫଳ ଭୋଗିବାକୁ ପଡ଼ିଥାଏ। ଅନେକ ଲୋକ ଏପରି ଥାଆନ୍ତି ଯେଉଁମାନେ ଭୁଲରେ କିଛି ଏମିତି  କାମ କରି ଦେଇ ଥାଆନ୍ତି ଯାହା ଫଳରେ ସମାଜରେ ସେମାନଙ୍କର ମାନସମ୍ମାନ ତଳେ ପଡ଼ିଯାଏ। ଆପଣ ବି ଏପରି କିଛି ଭୁଲ କରିଦେଇଛନ୍ତି କି? ଚିନ୍ତା କରନ୍ତୁ ନି। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତାଇବୁ ଯାହା ଆପଣଙ୍କୁ ଏଭଳି ଚିନ୍ତାରୁ ମୁକ୍ତି ଦେବ।  ରବିବାର ସୂର୍ଯ୍ୟଙ୍କ ବାର କୁହାଯାଏ। ସୂର୍ଯ୍ୟ ଗ୍ରହ ମଣିଷର ମାନସମ୍ମାନ ସହ ଜଡ଼ିତ ଥାଏ। ତେଣୁ ରବିବାର ଦିନ ଏହିସବୁ ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କର ସମାଜରେ ପୁନର୍ବାର ମାନସମ୍ମାନ ବଢ଼ିବ।

ସୂର୍ଯ୍ୟ ଉଦୟ ପୂର୍ବରୁ ଉଠନ୍ତୁ:  ଆମେ ଜାଣୁ ଯେ ବ୍ୟସ୍ତମୟ ଜୀବନ ଭିତରେ ସକାଳୁ ଉଠିବା କଷ୍ଟକର। ଯଦି ଆପଣ ସବୁଦିନ ଉଠି ପାରୁ ନାହାଁନ୍ତି ତେବେ କେବଳ ରବିବାର ସକାଳୁ ଉଠିବାକୁ ପ୍ରୟାସ କରନ୍ତୁ। ରବିବାର ସକାଳୁ ଉଠିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ଆପଣଙ୍କ ଉପରେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାଆନ୍ତି। ଫଳରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ: କେବଳ ସକାଳେ ଉଠିଲେ ହେବ ନାହିଁ। ରବିବାର ଦିନ ଗାଧୋଇବା ପରେ ଏକ ତମ୍ବା ଲୋଟାରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ମାତ୍ର ମାସେ ଏପରି କରି ଦେଖନ୍ତୁ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ। ମନେରଖନ୍ତୁ, ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲାବେଳେ “ଓଁ ଭାସ୍କରାୟ ନମଃ” ମନ୍ତ୍ର ୧୦୮ ଥର ଜପିବେ।

ସନ୍ଧ୍ୟାବେଳେ ଶୁଅନ୍ତୁ ନାହିଁ: ପ୍ରାୟ ଲୋକ ଦିନସାରା କାମରେ ବ୍ୟସ୍ତ ରହିବାରୁ ଥକା ହୋଇ ସନ୍ଧ୍ୟା ସମୟରେ ଶୋଇପଡ଼ନ୍ତି। କିନ୍ତୁ ଏପରି କରିବା ‌ଅନୁଚିତ। ଆପଣ ଯେତେ ବି ଥକିଯାନ୍ତୁ ନା କାହିଁକି, ସନ୍ଧ୍ୟା ସମୟରେ କଦାପି ଶୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।

ଗୁରୁଜନମାନଙ୍କୁ ଅସମ୍ମାନିତ କରନ୍ତୁ ନାହିଁ: ଘରୁ ବାହାରିବା ସମୟରେ ସବୁବେଳେ ମାତାପିତାଙ୍କର ଆଶୀର୍ବାବାଦ ନେଇ ଯିବା ଉଚିତ। କାରଣ ଗୁରୁଜନଙ୍କୁ ସମ୍ମାନ ଦ୍ୱାରା ହିଁ ସୁଖ ପ୍ରାପ୍ତ ହୋଇଥାଏ। କେବେ ହେଲେ ମାତାପିତା ଓ ଗୁରୁଜନମାନଙ୍କୁ ଅପମାନ କରନ୍ତୁ ନାହିଁ। ସର୍ବଦା ସେମାନଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos