ସ୍ଲୋ ହେଇଯାଉଛି କି ଆପଣଙ୍କ ସ୍ମାର୍ଟଫୋନ୍? ଆପଣାନ୍ତୁ ଏହି ଚାରୋଟି ଉପାୟ

ଆପଣ ଯଦି ଆଣ୍ଡ୍ରଏଡ୍ ଫୋନ୍‌ ବ୍ୟବହାରକାରୀ, ତେବେ ଆପଣ ଅନୁଭବ କରିଥିବେ ଯେ ଫୋନ୍‌ କିଣିବାର କିଛି ମାସ ପରେ ଏହା ପୂର୍ବାପେକ୍ଷା ଟିକେ ଧୀରେ କାମ କରିଥାଏ। ଯେପରିକି ଆପଣ ଫୋନ୍‌ରେ ଗୋଟିଏ ଆପ୍‌ରୁ ଆଉ ଗୋଟେ ଆପ୍‌କୁ ଯିବାବେଳେ ବା କୌଣସି କାମ ସରିବା ପରେ ହୋମ୍‌ ସ୍କ୍ରିନକୁ ଫେରିବା ସମୟରେ ଫୋନ୍‌ଟି ପୂର୍ବାପେକ୍ଷା ଅଧିକ ସମୟ ନେଇଥାଏ। ଫୋନ୍‌ଟି ଟିକେ ପୁରୁଣା ହେବା ମାତ୍ରେ ହିଁ ସ୍ଲୋ ହେବାକୁ ଲାଗିଥାଏ। ତେବେ ଫୋନକୁ […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 01:13 PM IST

ଆପଣ ଯଦି ଆଣ୍ଡ୍ରଏଡ୍ ଫୋନ୍‌ ବ୍ୟବହାରକାରୀ, ତେବେ ଆପଣ ଅନୁଭବ କରିଥିବେ ଯେ ଫୋନ୍‌ କିଣିବାର କିଛି ମାସ ପରେ ଏହା ପୂର୍ବାପେକ୍ଷା ଟିକେ ଧୀରେ କାମ କରିଥାଏ। ଯେପରିକି ଆପଣ ଫୋନ୍‌ରେ ଗୋଟିଏ ଆପ୍‌ରୁ ଆଉ ଗୋଟେ ଆପ୍‌କୁ ଯିବାବେଳେ ବା କୌଣସି କାମ ସରିବା ପରେ ହୋମ୍‌ ସ୍କ୍ରିନକୁ ଫେରିବା ସମୟରେ ଫୋନ୍‌ଟି ପୂର୍ବାପେକ୍ଷା ଅଧିକ ସମୟ ନେଇଥାଏ। ଫୋନ୍‌ଟି ଟିକେ ପୁରୁଣା ହେବା ମାତ୍ରେ ହିଁ ସ୍ଲୋ ହେବାକୁ ଲାଗିଥାଏ। ତେବେ ଫୋନକୁ ସ୍ଲୋ ହେବାରୁ କିପରି ରୋକିବେ ଜାଣିଛନ୍ତି? ଯଦି ନଜାଣିଛନ୍ତି ତା’ହେଲେ ଜାଣି ନିଅନ୍ତୁ।

ପ୍ରତି ଫୋନ୍‌ରେ ଇଣ୍ଟରନାଲ୍‌ ମେମୋରି ଥାଏ। ଆପଣଙ୍କ ଫୋନ୍‌ରେ ଇଣ୍ଟରନାଲ୍‌ ମେମୋରିରେ ଯେତେ ସ୍ପେସ୍ ଥିବ ଫୋନ୍‌ଟି ସେତେ ଭଲ କାମ କରିବ। ଫୋନ୍‌ରେ ବହୁତ ଫଟୋ, ଗୀତ ବା ଆପ୍ସ ରହିଲେ ତାହା ସ୍ଲୋ ହୋଇଯାଏ। ତେଣୁ ଆପଣ ଏହି ଫଟୋ, ଗୀତ ଏବଂ ଡାଟା ଗୁଡିକୁ ହଟାଇ ଡ୍ରପବକ୍ସ୍ ବା ଗୁଗଲ୍ ଡ୍ରାଇଭ୍ କ୍ଲାଉଡ୍ ଷ୍ଟୋରେଜ୍ ସର୍ଭିସରେ ଷ୍ଟୋର କରିପାରିବେ। ସେହିପରି ବ୍ୟବହାର କରୁନଥିବା ଆପ୍‌କୁ uninstall କରି ଇଣ୍ଟରନାଲ୍‌ ମେମୋରିକୁ କ୍ଲିଅର କରିପାରିବେ।

୧) ଯଦି ଆପଣଙ୍କ ଫୋନ୍‌ରେ କୌଣସି ପେଣ୍ଡିଂ ଅପଡେଟ୍ ରହିଛି, ତା’ହେଲେ ସର୍ବପ୍ରଥମେ ଏହି କାମକୁ ଶେଷ କରନ୍ତୁ। ସଫ୍ଟୱେୟାର ଅପ୍‌ଡେଟ୍‌କୁ ଯାଇ ମୋବାଇଲ୍‌ ଅପଡେଟ୍ କରନ୍ତୁ।

୨) ୱାଲପେପର ଫୋନ୍‌ରେ ଅଧିକ ସ୍ପେସ୍ ନେଇଥାଏ। ତେଣୁ ଆପଣ ଯଦି କିଛି ଲାଇଭ୍ ୱାଲପେପର ରଖିଛନ୍ତି, ତା’ହେଲେ ଏହାକୁ ଇମେଜ୍ ୱାଲପେପରରେ ବଦଳାଇ ଦିଅନ୍ତୁ।

୩) ଫୋନ୍‌ର ଜଙ୍କ୍ ଫାଇଲ୍‌ ଓ କ୍ୟାସ୍ ଫାଇଲଗୁଡିକୁ ମଝିରେ ମଝିରେ ଡିଲିଟ୍ କରନ୍ତୁ।

୪) ଫୋନ୍‌ରେ କୌଣସି ନମ୍ବର ସେଭ୍ କରିବା ସମୟରେ ଏକ ଡୁପ୍ଲିକେଟ୍‌ କଣ୍ଟାକ୍ଟ ମଧ୍ୟ ସେଭ୍ ହୋଇଯାଏ। ତେଣୁ ଏହି ଡୁପ୍ଲିକେଟ୍ କଣ୍ଟାକ୍ଟ୍ ଗୁଡିକୁ ଠିକ୍ ଭାବେ ଦେଖି ଡିଲିଟ୍ କରନ୍ତୁ।

ଏହି ସବୁ ଉପାୟଗୁଡ଼ିକୁ ଆପଣେଇ ଦେଖନ୍ତୁ ଆପଣ ନିଶ୍ଚିତ ଭାବେ ନିଜ ଫୋନକୁ ସ୍ଲୋ ହେବାରୁ ରୋକି ପାରିବେ।

Related story