ଖାଦ୍ୟ ସୁରକ୍ଷା ଆଇନ ଉଲ୍ଲଂଘନ ଅଭିଯୋଗ: ହାଇକୋର୍ଟ ଯିବେ କଂଗ୍ରେସ ଓ ବିଜେପି  

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନରେ ଉଲଂଘନ ନେଇ ନ୍ୟାୟାଳୟର ଆଶ୍ରୟ ନେବ ରାଜ୍ୟ କଂଗ୍ରେସ ଓ ବିଜେପି। ଏହି ପ୍ରସଙ୍ଗରେ ଦିନେ ଦୁଇଦିନ ମଧ୍ୟରେ ଉଭୟ ଦଳ ସରକାରଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିବେ। ବରିଷ୍ଠ କଂଗ୍ରେସ ନେତା ତଥା ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରାସନ କାର୍ଡ ବଣ୍ଟନ ନେଇ ମୁଖ୍ୟମନ୍ତ୍ରୀ ଆଇନର ଉଲ୍ଲଂଘନ କରିଛନ୍ତି। ଏହି ଦୁର୍ନୀତି ନେଇ ରାସ୍ତାରେ ଚାଲିଥିବା ଲଢ଼େଇକୁ ନ୍ୟାୟାଳୟକୁ ନିଆଯିବ। କଂଗ୍ରେସ […]

tara bahinipati-and-manmohan-samal

Rakesh Mallick
  • Published: Sunday, 10 January 2016
  • , Updated: 10 January 2016, 12:15 PM IST

[caption id="attachment_62367" align="alignleft" width="300"] ତାରା ପ୍ରସାଦ ବାହିନୀପତି ଓ ମନମୋହନ ସାମଲ[/caption]

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନରେ ଉଲଂଘନ ନେଇ ନ୍ୟାୟାଳୟର ଆଶ୍ରୟ ନେବ ରାଜ୍ୟ କଂଗ୍ରେସ ଓ ବିଜେପି। ଏହି ପ୍ରସଙ୍ଗରେ ଦିନେ ଦୁଇଦିନ ମଧ୍ୟରେ ଉଭୟ ଦଳ ସରକାରଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିବେ।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରାସନ କାର୍ଡ ବଣ୍ଟନ ନେଇ ମୁଖ୍ୟମନ୍ତ୍ରୀ ଆଇନର ଉଲ୍ଲଂଘନ କରିଛନ୍ତି। ଏହି ଦୁର୍ନୀତି ନେଇ ରାସ୍ତାରେ ଚାଲିଥିବା ଲଢ଼େଇକୁ ନ୍ୟାୟାଳୟକୁ ନିଆଯିବ। କଂଗ୍ରେସ ପକ୍ଷରୁ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯିବ। ବେଆଇନ ଭାବେ ରାସନ କାର୍ଡ ନେଇଥିବା ବିଜେଡିର ଆହୁରି ଅନେକ ନେତା ଓ କର୍ମୀଙ୍କ ପର୍ଦ୍ଦାଫାଶ କରାଯିବ।

ସେ କହିଛନ୍ତି, ଗରିବ ଲୋକ ରାସନକାର୍ଡ ପାଆନ୍ତୁ ବୋଲି ରାଜ୍ୟ ସରକାରଙ୍କର ମାନସିକତା ହିଁ ନାହିଁ। ରାଜ୍ୟ ସରକାରଙ୍କ ମାନସିକତା ହେଉଛି ତାଙ୍କ ଦଳୀୟ କର୍ମୀମାନେ କିପରି ରାସନ କାର୍ଡ ପାଇବେ। ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ହେଉଛି ବିଜେଡିକୁ ଭୋଟ୍ ଦେଉଥିବା ଲୋକମାନେ କିପରି ରାସନ କାର୍ଡ ପାଇବେ।

ବାହିନୀପତି ଆହୁରି ମଧ୍ୟ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ରାଜ୍ୟ ସରକାର ଏକ ଫୁଡ୍ କମିଶନ୍ ଗଠନ କରିବା କଥା। ସେହିପରି ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଭିଜିଲାନ୍ସ କମିଟି ଗଠନ ହେବା କଥା। ଏପରିକି ଖାଦ୍ୟ ସୁରକ୍ଷା ଯୋଜନାର ତଦାରଖ ପାଇଁ ପଞ୍ଚାୟତ ସ୍ତରରେ ମଧ୍ୟ କମିଟି ଗଠନ କରିବା ପାଇଁ ଆଇନରେ କୁହାଯାଇଛି। କିନ୍ତୁ ରାଜ୍ୟ ସରକାର ଏହି ନିୟମଗୁଡ଼ିକୁ ପାଳନ କରି ନାହାନ୍ତି।

ସେ କହିଛନ୍ତି, ବିଜୁ ଜନତା ଦଳର କର୍ପୋରେଟର, ସପରଞ୍ଚ, ସମିତି ସଭ୍ୟ ଓ ବଡ଼ ବଡ଼ କର୍ମୀଙ୍କ ନାଁରେ ରାସନ କାର୍ଡ ଆବଣ୍ଟନ କରାଯାଇଛି। ସେଥିପାଇଁ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଉଛି ଓ ସେମାନଙ୍କ ନାଁରେ ଏଫଆଇଆର୍ ଦିଆଯାଉଛି। କିନ୍ତୁ ତାଙ୍କ ଦଳର ଯେଉଁ ନେତାମାନେ ରାସନକାର୍ଡ ନେଇଛନ୍ତି ସେମାନଙ୍କ ନାଁରେ କାହିଁକି ଏଫଆଇଆର୍ ଦିଆଯାଉ ନାହିଁ? ସରକାରୀ କର୍ମଚାରୀଙ୍କୁ ଜୋରଜବରଦସ୍ତ କରି ବିଜେଡି ନେତା ଓ କର୍ମୀ ରାସନ କାର୍ଡ ହାତେଇଛନ୍ତି। ତେଣୁ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେଉ। ଯେଉଁମାନେ କାର୍ଡ ନେଇଛନ୍ତି ସେମାନଙ୍କୁ ଜେଲ ପଠାଯାଉ।

କଂଗ୍ରେସ ଭଳି ବିଜେପି ମଧ୍ୟ ରାଜ୍ୟ ସରକାର  ଖାଦ୍ୟ ସୁରକ୍ଷା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ କରି ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଚିନ୍ତା କରୁଥିବା କହିଛି। ଦଳର ସାଧାରଣ ସଂପାଦକ ମନମୋହନ ସାମଲ କହିଛନ୍ତି, ରାସନ କାର୍ଡ ବିଜେଡିର ଦଳୀୟ କାର୍ଡ ହୋଇଯାଇଛି। ଏଥିରେ ଦଳ ଡୁବିବ। ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ଆଇନର ଉଲ୍ଲଂଘନ କରିଛନ୍ତି। ଏନେଇ ବିଜେପି ନ୍ୟାୟାଳୟର ଦ୍ୱାରସ୍ଥ ହେବ। ସେଥିପାଇଁ ଆଇନଗତ ପରାମର୍ଶ ନିଆଯାଉଛି। ଦିନେ ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ମନମୋହନ କହିଛନ୍ତି, ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ସମସ୍ତ ଆଇନର ଉଲ୍ଲଂଘନ କରିଛନ୍ତି।  ଆଇନ ଅନୁଯାୟୀ ଫୁଡ୍ କମିଶନ୍ ଗଠନ କରି ନାହାନ୍ତି। ସେଥିପାଇଁ ଏବେ ସରକାରଙ୍କ ପାଟି ଖୋଲୁନି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଅଧିକ ସମୟ ନେଲେ। କିନ୍ତୁ ଆଇନ ଅନୁଯାୟୀ କୌଣସି ପ୍ରକାର ବ୍ୟବସ୍ଥା ନ କରି ଏହାକୁ ଲାଗୁ କରି ଦେଇଛନ୍ତି।

ଅଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ଫେରାଇ ଦେବା ପାଇଁ ସରକାର ବିଜ୍ଞାପନ ପ୍ରକାଶ କରୁଥିବା ବେଳେ ବିଜେପି ଏହା ବିରୁଦ୍ଧରେ ମଧ୍ୟ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ମନମୋହନ ସାମଲ। ସେ କହିଛନ୍ତି, ସରକାର ଏଭଳି ବିଜ୍ଞାପନ ଦେଇ ପାରିବେ ନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିରୋଧୀ ଦଳଙ୍କ ଅଭିଯୋଗରେ କୌଣସି ସତ୍ୟାସତ୍ୟ ନାହିଁ। ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରିବାରେ କୌଣସି ଆଇନର ଉଲ୍ଲଂଘନ ହୋଇନାହିଁ। ଖାଦ୍ୟ ସୁରକ୍ଷା ଆଇନରେ ପଞ୍ଚାୟତ ସ୍ତରରେ କୌଣସି ପ୍ରକାର ତଦାରଖ କମିଟି ଗଠନ କରିବାର ବ୍ୟବସ୍ଥା ନାହିଁ। ଫୁଡ୍ କମିଶନ୍ ଓ ଜିଲ୍ଲା ସ୍ତରୀୟ ଭିଜିଲାନ୍ସ କମିଟି ଗଠନ ନେଇ ଖର୍ଚ୍ଚ ହେବାକୁ ଥିବା ଅର୍ଥ ପ୍ରସଙ୍ଗରେ ଏଯାଏଁ  କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମଧ୍ୟରେ କୌଣସି ଚୂଡ଼ାନ୍ତ ନିର୍ଷ୍କର୍ସ ହୋଇପାରି ନାହିଁ। କେନ୍ଦ୍ର ସରକାର ଚାହୁଁଥିଲେ ଏଥିପାଇଁ ରାଜ୍ୟ ସରକାରମାନେ ଶତପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ। କିନ୍ତୁ ରାଜ୍ୟଗୁଡ଼ିକ ଏଥିରେ ରାଜି ନୁହଁନ୍ତି। ସେଥିପାଇଁ ଓଡ଼ିଶା ସରକାର ଫୁଡ୍ କମିଶନ୍ ଅବା ଜିଲ୍ଲାଗୁଡ଼ିକରେ ଭିଜିଲାନ୍ସ କମିଟି ଗଠନ କରି ନାହାନ୍ତି।

ସେହିପରି ରାସନ କାର୍ଡ ଫେରସ୍ତ କରିବା ନେଇ ସରକାର ପ୍ରକାଶ କରୁଥିବା ବିଜ୍ଞାପନଗୁଡ଼ିକ ଆଦୌ ବେଆଇନ୍ ନୁହେଁ ବୋଲି କହିଛନ୍ତି ପ୍ରତାପ ଦେବ। ସେ କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଅଛି। ତେଣୁ ସରକାର ବିଜ୍ଞାପନ ଦେଉଛନ୍ତି। ଖାଦ୍ୟ ସୁରକ୍ଷା ଆଇନରେ ରହିଥିବା ନିୟମ ଅନୁଯାୟୀ ଲୋକେ  ରାସନ କାର୍ଡ ପାଇଁ ଆବେଦନ କରିବେ। ସେଇ ଅନୁସାରେ ଲୋକେ ଆବେଦନ କରି ଥିଲେ। କିନ୍ତୁ ଜଣାପଡ଼ିଲା ଯେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ମଧ୍ୟ ଆବେଦନ କରିଛନ୍ତି। ସରକାର ଆବେଦନକର୍ତ୍ତାଙ୍କ ମଧ୍ୟରୁ କାହାକୁ ବାଦ୍ ଦେବେ ତାହା ନିଷ୍ପତ୍ତି ନେଇ ପାରିବେ।ସେଥିପାଇଁ ଏବେ ମାନଦଣ୍ଡ ପୂରଣ କରୁ ନ ଥିବା  ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଫେରାଇ ନେବାକୁ ବିଜ୍ଞାପନ ଦିଆଯାଉଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଯୋଗ୍ୟ ହିତାଧିକାରୀ  ଏଥିରେ କୌଣସି ଭୁଲ୍ ନାହିଁ।

Related story