ପଞ୍ଚ ଭୂତରେ ଲୀନ ହେଲେ ମୁଣ୍ଡ୍ରାଗୁଡ଼ାର ମୁକ୍ତା

Ordigital Desk
  • Published: Sunday, 12 November 2017
  • , Updated: 12 November 2017, 07:20 PM IST
<p>ଭୁବନେଶ୍ୱର/ପୁରୀ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ଜୁଡ଼ାଗଡ଼ ବ୍ଲକ ମୁଣ୍ଡ୍ରାଗୁଡ଼ାରେ ଜଳିଥିଲା ଏନ୍ତୁଡି। ଆଉ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଜଳିଲା ଜୁଇ। ପଞ୍ଚ ଭୂତରେ ବିଲିନ୍&zwnj; ହେଲେ ପୂର୍ବତନ ହୋମଗାର୍ଡ ଓ ଅଗ୍ନିଶମ ଡିଜି ବିନୟ ବେହେରା। &nbsp;ବିଶିଷ୍ଟ ବ୍ୟକ୍ତିଙ୍କ ଶେଷ ଦର୍ଶନ ପରେ ବଡ଼ପୁଅ ବୈଭବ ମୁହଁରେ ନିଆଁ ଦେଇଥିଲେ।</p> <p>୧୯୮୨ ମସିହା ବ୍ୟାଚର ଆଇପିଏସ୍&zwnj; ଅଫିସର ବିନୟ ବେହେରା ଅକ୍ଟୋବର ୩୧ ତାରିଖରେ ଚାକିରିରୁ ଅବସର ନେଇଥିଲେ। ତା&rsquo;ପର ଦିନ ସେ ହୃଦଘାତରେ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ସାଢ଼େ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ସକାଳେ ତାଙ୍କ ମରଶରୀରକୁ କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ତାଙ୍କର ଆତ୍ମିୟସ୍ୱଜନ ଶେଷ ଦର୍ଶନ କରିଥିଲେ। ରାଜ୍ୟ ପୋଲିସର ବରିଷ୍ଠ ଆଇପିଏସ୍&zwnj;, ପୂର୍ବତନ ଆଇପିଏସି ଓ ବିଶିଷ୍ଟ ବ୍ୟକ୍ତିମାନେ ମରଶରୀରରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ।</p> <p>ଅବସରପ୍ରାପ୍ତ ଆଇପିଏସ୍&zwnj; ଅଫିସର ବିନୟ ବେହେରାଙ୍କର ଚାକିରି ବ୍ୟତୀତ କ୍ରୀଡା ପ୍ରତି ଥିଲା ଦୁର୍ବଳତା। ସେ ସର୍ବଭାରତୀୟ ପୋଲିସ ଟେନିସ ପ୍ରତିଯୋଗିତାରେ ପଦକ ହାସଲ କରିଥିଲେ। କେବଳ ସଚ୍ଚୋଟ ପୋଲିସ ଅଫିସର ନୁହେଁ ସେ ଜଣେ ଥିଲେ ପରିବେଶ ପ୍ରେମୀ। ମଣିଷ-ହାତୀ ଲଢେଇର ପ୍ରସଙ୍ଗରେ ଗବେଷଣ କରି ସେ ଡକ୍ଟର ଉପାଧି ପାଇଥିଲେ। ଚାକିରି ଏବଂ କ୍ରୀଡାକୁ ବାଦ ଦେଲେ, କଳା କ୍ଷେତ୍ରରେ ମଧ୍ୟ ଥିଲା ତାଙ୍କର ଅନେକ ଆଗ୍ରହ। ଅନେକ ନାଟକ ଓ ସିନେମାରେ ତାଙ୍କର ଛାପ ଛାଡ଼ି ଚାଲିଯାଇଛନ୍ତି ବିନୟ ବେହେରା।</p>

Related story