ମହିଳାମାନଙ୍କୁ ଦୁର୍ବ୍ୟବହାର କଲେ ମିଳିବ ଏମିତି ଦଣ୍ଡ

ଦିନକୁ ଦିନ ମହିଳାଙ୍କୁ ନେଇ ଅପରାଧ ବଢ଼ିବାରେ ଲାଗିଛି।  ବିଶ୍ୱର ବିଭିନ୍ନ ଦେଶରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଓ ଦୁଷ୍କର୍ମ କରାଯାଉଥିବା ଖବର ଆସୁଛି। ଫ୍ରାନ୍ସ ସରକାର ଏସବୁକୁ ରୋକିବାକୁ ଏକ ବଡ଼ ପଦକ୍ଷପ ନେଇଛନ୍ତି। ସରକାର ଯୌନଉତ୍ପୀଡନ ଆଇନ୍‌କୁ ଆହୁରି କଡ଼ା କରି ଦେଇଛନ୍ତି। ଏବେ ଫ୍ରାନ୍ସରେ ଝିଅ ମାନଙ୍କୁ ଦେଖି ସିଟି ମାରିବା, କମେଣ୍ଟ କରିବା, ନମ୍ବର ମାଗିବା ଓ ପିଛା କରିବା ଭଳି କାମକୁ ଅପରାଧର ଅନ୍ତର୍ଭୁକ୍ତ କରାଯାଇଛି।  ଏମିତି କଲେ ଏବେ […]

france

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 03:28 PM IST

ଦିନକୁ ଦିନ ମହିଳାଙ୍କୁ ନେଇ ଅପରାଧ ବଢ଼ିବାରେ ଲାଗିଛି।  ବିଶ୍ୱର ବିଭିନ୍ନ ଦେଶରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଓ ଦୁଷ୍କର୍ମ କରାଯାଉଥିବା ଖବର ଆସୁଛି। ଫ୍ରାନ୍ସ ସରକାର ଏସବୁକୁ ରୋକିବାକୁ ଏକ ବଡ଼ ପଦକ୍ଷପ ନେଇଛନ୍ତି। ସରକାର ଯୌନଉତ୍ପୀଡନ ଆଇନ୍‌କୁ ଆହୁରି କଡ଼ା କରି ଦେଇଛନ୍ତି। ଏବେ ଫ୍ରାନ୍ସରେ ଝିଅ ମାନଙ୍କୁ ଦେଖି ସିଟି ମାରିବା, କମେଣ୍ଟ କରିବା, ନମ୍ବର ମାଗିବା ଓ ପିଛା କରିବା ଭଳି କାମକୁ ଅପରାଧର ଅନ୍ତର୍ଭୁକ୍ତ କରାଯାଇଛି।  ଏମିତି କଲେ ଏବେ ପୁରୁଷମାନଙ୍କୁ ୭୫୦ ୟୁରୋ (ପାଖାପାଖି ୬୦ ହଜାର ଟଙ୍କା) ଜୋରିମାନା ଦେବାକୁ ପଡ଼ିବ। ଏ ସଂପର୍କିତ ଏକ ବିଲ୍‌ ଗତ ବୁଧବାର ପାରିତ ହୋଇଯାଇଛି।

ନୂଆନିୟମ, ଅସଦାଚରଣ ଓ କମେଣ୍ଟ ଭଳି ଘଟଣାକୁ ରୋକିବାରେ ସହାୟତା ହୋଇପାରିବ ବୋଲି ସେଠାକାର ସରକାର ଆଶା ରଖିଛନ୍ତି।

ଗତବର୍ଷ ଫ୍ରାନ୍ସରେ ଏକ ସର୍ଭେ କରାଯାଇଥିଲା। ସେହି ସର୍ଭେରେ ଜଣାପଡ଼ିଥିଲା ଯେ ଦେଶର ସବୁ ମହିଳାମାନେ ସାର୍ବଜନୀନ ସ୍ଥାନରେ ଅସୁରକ୍ଷିତ ଅନୁଭବ କରୁଛନ୍ତି। ୫୦ ପ୍ରତିଶତ ମହିଳା କହିଥିଲେ, ସାଧାରଣତଃ ୧୮ ବର୍ଷ ବୟସରେ ସେମାନେ ସବୁଠୁ ଅଧିକ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ଏହି ସର୍ଭେ ପରେ ମହିଳାମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ବା ସଦାଚରଣ  ନିୟମକୁ କଡ଼ାକଡ଼ି କରି ଦିଆଯାଇଛି। କିନ୍ତୁ  ଯୁବକ ମାନେ ଏହି ନିଷ୍ପତ୍ତିକୁ ସୋସିଆଲ ମିଡ଼ିଆରେ ଖୁବ୍‌ ବିରୋଧ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ବେଲ୍‌ଜିୟମ୍‌ ଓ ପର୍ତ୍ତୁଗାଲ୍‌ରେ ମଧ୍ୟ ଏମିତି ନିୟମ କାର୍ଯ୍ୟକାରୀ ହୁଏ।

 

 

Related story