ସଂଗ୍ରାମୀଙ୍କ ସ୍ମୃତିରୁ ପଲସ୍ତରା ଖସୁଛି

କଟକ (ଓଡ଼ିଶା ରିପୋର୍ଟର): ବୁଧବାର ସାରା ଦେଶ ପାଳିବ ସ୍ୱାଧୀନତା ଦିବସ। ଏହି ଦିନଟି ଆସିଲେ ମନେପଡ଼େ କଟକ ଦରଘା ବଜାରସ୍ଥିତ ପୁରୁଣା ଜେଲ୍‌ କଥା। ଦେଶ ସ୍ୱାଧୀନତା ପ୍ରାପ୍ତି ପାଇଁ ଅନେକ ସଂଗ୍ରାମୀ ଏଠାରେ ଜୀବନ କାଟିଥିଲେ। ସେ ସଂଗ୍ରାମୀଙ୍କ ଜୀବନ ସ୍ମୃତିକୁ ବଞ୍ଚେଇ ରଖିବାକୁ ୨୦୧୦ ମସିହାରେ ସରକାର ଏହାକୁ ସ୍ମାରକୀ ଭାବେ ଘୋଷଣା କରିଥିଲେ। ଇତିମଧ୍ୟରେ ସ୍ମାରକୀ ଘୋଷଣାକୁ ୮ବର୍ଷ ବିତି ଗଲାଣି। ହେଲେ ଏବେ ପୁରୁଣା ଜେଲ୍‌ର ଅବସ୍ଥା ଦୟନୀୟ ହୋଇ […]

cuttack jail

cuttack jail

Ordigital Desk
  • Published: Tuesday, 14 August 2018
  • Updated: 14 August 2018, 08:19 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବୁଧବାର ସାରା ଦେଶ ପାଳିବ ସ୍ୱାଧୀନତା ଦିବସ। ଏହି ଦିନଟି ଆସିଲେ ମନେପଡ଼େ କଟକ ଦରଘା ବଜାରସ୍ଥିତ ପୁରୁଣା ଜେଲ୍‌ କଥା। ଦେଶ ସ୍ୱାଧୀନତା ପ୍ରାପ୍ତି ପାଇଁ ଅନେକ ସଂଗ୍ରାମୀ ଏଠାରେ ଜୀବନ କାଟିଥିଲେ। ସେ ସଂଗ୍ରାମୀଙ୍କ ଜୀବନ ସ୍ମୃତିକୁ ବଞ୍ଚେଇ ରଖିବାକୁ ୨୦୧୦ ମସିହାରେ ସରକାର ଏହାକୁ ସ୍ମାରକୀ ଭାବେ ଘୋଷଣା କରିଥିଲେ।

ଇତିମଧ୍ୟରେ ସ୍ମାରକୀ ଘୋଷଣାକୁ ୮ବର୍ଷ ବିତି ଗଲାଣି। ହେଲେ ଏବେ ପୁରୁଣା ଜେଲ୍‌ର ଅବସ୍ଥା ଦୟନୀୟ ହୋଇ ପଡ଼ିରହିଛି। କାନ୍ଥରୁ ସିମେଣ୍ଟ ଖସି ଗଲାଣି। ଆଉ କେଉଁଠି ଛାତ ଦୁର୍ବଳ ହୋଇଗଲାଣି। ବାହାର ଅବସ୍ଥା ନକହିବା ଭଲ।


ଏହି ଜେଲ୍‌କୁ ୧୮୬୩ ମସିହାରେ ଇଂରେଜମାନେ ତିଆରି କରିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପ୍ରଦାନ ପାଇଁ ଆନ୍ଦୋଳନ ବେଳେ, ଇଂରେଜ ସରକାରଙ୍କ ଦ୍ୱାରା ଗରିଫ ହୋଇ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀଙ୍କ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀ ଏଠାରେ ବନ୍ଦୀ ଜୀବନ କାଟିଥିଲେ।

ଏହି ଜେଲ୍‌ଟିକୁ ସ୍ମାରକୀ ଭାବେ ଗଢ଼ି ତୋଳିବାକୁ ସରକାର ଘୋଷଣା କରିବା ପରେ ଏହାର ପୁନରୁଦ୍ଧାର ଦାୟିତ୍ୱ ଇନ୍‌ଟାକ୍‌ ନାମକ ସଂସ୍ଥାକୁ ଦିଆଯାଇଥିଲା। ସିଡିଏ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା। ହେଲେ ଏହା ଭିତରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ କାମ ଗୋଟିଏ ପାଦ ବି ଆଗେଇ ପାରିନଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos