ଦୁର୍ବଳ ଶରୀର ଏବଂ ଓଜନ ହ୍ରାସର ଶିକାର ହେଉଛନ୍ତି କି? ଖାଆନ୍ତୁ ଏହି ସବୁ ଖାଦ୍ୟ

ଅନେକ ଲୋକେ ମୋଟାପଣକୁ ନେଇ ଚିନ୍ତିତ ଥିବା ବେଳେ ଅଧିକାଂଶ ନିଜ ପତଳା ଶରୀରକୁ ନେଇ ଚିନ୍ତିତ ରହିଥାନ୍ତି। ଏଥିପାଇଁ ଅନେକ ମୋଟା ହେବା  ଲାଗି ଔଷଧ ସେବନ କରିଥାନ୍ତି। ଏହାର ମଧ୍ୟ ପାର୍ଶ୍ୱପ୍ରତିକ୍ରିୟା ରହିଛି। ଏଥିପାଇଁ  ଖଦ୍ୟପେୟ ଲାଗି ଗୁରୁତ୍ୱ ଦିଅନ୍ତୁ।  ନିଜ ଡାଏଟ୍ ଚାର୍ଟ୍‌ରେ ଅଧିକ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ  ପ୍ରାକୃତିକ ଭାବେ ଓଜନ ବଢାଇବା ଲାଗି ସହାୟକ ହୋଇଥାଏ। ଦୁଗ୍ଧ ଜାତୀୟ ଖାଦ୍ୟରେ […]

skinny-guys-gain-weight-1200x600

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 12:28 PM IST

ଅନେକ ଲୋକେ ମୋଟାପଣକୁ ନେଇ ଚିନ୍ତିତ ଥିବା ବେଳେ ଅଧିକାଂଶ ନିଜ ପତଳା ଶରୀରକୁ ନେଇ ଚିନ୍ତିତ ରହିଥାନ୍ତି। ଏଥିପାଇଁ ଅନେକ ମୋଟା ହେବା  ଲାଗି ଔଷଧ ସେବନ କରିଥାନ୍ତି। ଏହାର ମଧ୍ୟ ପାର୍ଶ୍ୱପ୍ରତିକ୍ରିୟା ରହିଛି। ଏଥିପାଇଁ  ଖଦ୍ୟପେୟ ଲାଗି ଗୁରୁତ୍ୱ ଦିଅନ୍ତୁ।  ନିଜ ଡାଏଟ୍ ଚାର୍ଟ୍‌ରେ ଅଧିକ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ  ପ୍ରାକୃତିକ ଭାବେ ଓଜନ ବଢାଇବା ଲାଗି ସହାୟକ ହୋଇଥାଏ।

  • ଦୁଗ୍ଧ ଜାତୀୟ ଖାଦ୍ୟରେ କ୍ୟାଲୋରୀର ମାତ୍ରା ଅଧିକ ରହିଛି। ଲଞ୍ଚ ଓ ଡିନରରେ ମିଲ୍କ ସେକ୍‌, ମଲାଇ ଯୁକ୍ତ କ୍ଷୀର, ବସା ଦହି ଖାଆନ୍ତୁ। ପନିର, କ୍ଷୀର, ଆଇସ୍‌ କ୍ରିମ୍ ବେଶୀ ମାତ୍ରାରେ ଖାଆନ୍ତୁ।
  • ମାଂସରେ ପ୍ରୋଟିନ୍‌ ଓ ଫ୍ୟାଟ୍‌ ରହିଛି। ଚିକେନ୍‌, ରେଡ୍‌ ମିଟ୍‌ , ମାଛକୁ ଲଞ୍ଚ ଓ ଡିନରରେ ସାମିଲ କରନ୍ତୁ। ମାଛରେ ଓମେଗା ୩ ଫ୍ୟାଟ୍‌ ଅଧିକ ରହିଛି।
  • ଓଜନ ବୃଦ୍ଧି କରିବାରେ ଅଣ୍ଡା ଅଧିକ ସାହାଯ୍ୟ କରେ। ଅଣ୍ଡାରେ ଭିଟାମିନ ଓ ପ୍ରୋଟିନ ରହିଛି। ଏହା ମାଂସ ପେଶୀ ଓ ହାଡକୁ ମଜଭୁତ କରେ। ସକାଳ ଜଳଖିଆରେ ଅଣ୍ଡା ସିଝା ସହ କ୍ଷୀର ପିଇଲେ ଓଜନ ବଢେ।
  • ବାଦାମରେ କ୍ୟାଲୋରୀ ଓ ଫ୍ୟାଟ ରହିଛି। ଖାଲି ସମୟରେ ବାଦାମ କାଇଲେ ଶରୀରରେ ଓଜନ ବୃଦ୍ଧି ପାଇଥାଏ।

Related story