ହୁସିଆର! ମୋବାଇଲରେ ଗେମ୍‌ ଖେଳୁଛନ୍ତି କି? ଲୁଚି ରହିଛନ୍ତି ଏହିସବୁ ଭାଇରସ୍‌

ନୂଆଦିଲ୍ଲୀ: ଭାଇରସ୍‌  ପ୍ରଭାବିତ ୬୦ଟି ଗେମ୍‌ ଆପକୁ ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି ଗୁଗୁଲ। ସିକ୍ୟୁରିଟି ଫର୍ମ ଚେକ୍‌ ପଏଣ୍ଟ ରିପୋର୍ଟ ଆସିବା ପରେ ଏହି  ଗେମ୍ସକୁ ଗୁଗଲ୍‌ ହଟାଇ ଦେଇଛି। ସିକ୍ୟୁରିଟି ଫର୍ମ ରିପୋର୍ଟ ଅନୁସାରେ ଗୁଗଲ ପ୍ଲେ ଷ୍ଟୋରରେ ଏହି ସପ୍ଟୱେର ପିଲା ଓ ବୟସ୍କଙ୍କ ପାଇଁ ବିପଦ ଜନକ। ମିଡ଼ିଆ ରିପୋର୍ଟ ଅନୁସାରେ, ‘ଚେକ୍‌ ପଏଣ୍ଟ’ ପକ୍ଷରୁ କୁହାଯାଇଛି ଯେ ଏହି ସପ୍ଟୱେର ପର୍ଣ୍ଣୋଗ୍ରାଫି ବିଜ୍ଞାପନ ଦେଖାଇ ଥାଏ। ଏହା ୟୁଜର୍ସକୁ ପ୍ରିମିୟର ସେବା […]

nn

Rakesh Mallick
  • Published: Tuesday, 16 January 2018
  • , Updated: 16 January 2018, 02:54 PM IST

ନୂଆଦିଲ୍ଲୀ: ଭାଇରସ୍‌  ପ୍ରଭାବିତ ୬୦ଟି ଗେମ୍‌ ଆପକୁ ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି ଗୁଗୁଲ। ସିକ୍ୟୁରିଟି ଫର୍ମ ଚେକ୍‌ ପଏଣ୍ଟ ରିପୋର୍ଟ ଆସିବା ପରେ ଏହି  ଗେମ୍ସକୁ ଗୁଗଲ୍‌ ହଟାଇ ଦେଇଛି। ସିକ୍ୟୁରିଟି ଫର୍ମ ରିପୋର୍ଟ ଅନୁସାରେ ଗୁଗଲ ପ୍ଲେ ଷ୍ଟୋରରେ ଏହି ସପ୍ଟୱେର ପିଲା ଓ ବୟସ୍କଙ୍କ ପାଇଁ ବିପଦ ଜନକ।

ମିଡ଼ିଆ ରିପୋର୍ଟ ଅନୁସାରେ, ‘ଚେକ୍‌ ପଏଣ୍ଟ’ ପକ୍ଷରୁ କୁହାଯାଇଛି ଯେ ଏହି ସପ୍ଟୱେର ପର୍ଣ୍ଣୋଗ୍ରାଫି ବିଜ୍ଞାପନ ଦେଖାଇ ଥାଏ। ଏହା ୟୁଜର୍ସକୁ ପ୍ରିମିୟର ସେବା କିଣିବାକୁ ଅତି ଚତୁରତାର ସହ ବାଧ୍ୟ କରିଥାଏ।

ଗୁଗଲର ଜଣେ ପ୍ରବକ୍ତା କହିଛନ୍ତି, ଆମେ ପ୍ଲେ ଷ୍ଟୋରରୁ ଏହି ଆପକୁ  ହଟାଇ ଦେଇଛୁ। ଡେଭଲପର୍ସଙ୍କ ଅକାଉଣ୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଯେଉଁମାନେ ଏହାକୁ ମୋବାଇଲରେ ଇନଷ୍ଟଲ କରିଛନ୍ତି, ସେମାନଙ୍କୁ ସବୁବେଳେ ସତର୍କ ରହିବା ପାଇଁ ମେସେଜ କରାଯାଉଛି।

ଚେକ୍‌ ପଏଣ୍ଟ ପକ୍ଷରୁ ଏକ ପୋଷ୍ଟ କରାଯାଇ କୁହାଯାଇଛି ଯେ, ଏହି ମେଲୱେୟରର ନାମ 'AdultSwine' । ଯାହା ଗେମିଂ ଆପରେ ଲୁଚି କରି ଥାଏ। ଗୁଗଲ ପ୍ଲେ ଡାଟା ଅନୁସାରେ ଏହାକୁ ୩ରୁ ୭ ମିଲିୟନ ଥର ଡାଇନଲୋଡ କରାଯାଇ ସାରିଛି।

ସିକ୍ୟୁରିଟି ଫର୍ମ ପକ୍ଷରୁ କୁହାଯାଇଛି, ଆପ୍‌ରେ ଦେଖାଯାଉଥିବା ଏପରି ବିଜ୍ଞାପନ ଗୁଗଲର ନୁହେଁ।

ଖତରନାକ ଭାଇରସ୍‌ର ଏହି ଆପ୍‌ ଗୁଡିକରେ ରହିଛି 'Paw Puppy Run Subway Surf', 'Shin Hero Boy Adventure Game,' 'Drawing Lessons Lego Ninjago,'  ଓ 'Addon Sponge Bob for MCPE'।

Related story