ପୁଣି ଯୁବତୀଙ୍କୁ ଗଣଦୁଷ୍କର୍ମ: ମନ୍ଦିର ପାଖରୁ ଉଠାଇ ନେଲେ ୬ ଯୁବକ

ଭଞ୍ଜନଗର: ଦିନ କେଇଟା ମଧ୍ୟରେ ରାଜ୍ୟରେ ପୁଣି ଘଟିଛି ଏକ ଗଣଦୁଷ୍କର୍ମ। କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଭଞ୍ଜନଗରରେ ୬ ଜଣ ଯୁବକ ମନ୍ଦିର ଆସିଥିବା ଜଣେ ଯୁବତୀଙ୍କୁ ଉଠାଇ ନେଇ କରିଛନ୍ତି ଦୁଷ୍କର୍ମ। ଅଭିଯୋଗ ଅନୁସାରେ, ଯୁବତୀ ଜଣଙ୍କ ନିର୍ବନ୍ଧ ସରିଥିବା ପୁରୁଷ ବନ୍ଧୁଙ୍କ ସହ ଗାଙ୍ଗପୁର ଅଞ୍ଚଳର ବୁଢ଼ାକେନ୍ଦୁ ମନ୍ଦିରକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ  ନିକଟସ୍ଥ କାଜୁ ଜଙ୍ଗଲକୁ  ଉଠାଇ ନେଇ ଏହି ଜଘନ୍ୟ […]

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 10:26 AM IST

ଭଞ୍ଜନଗର: ଦିନ କେଇଟା ମଧ୍ୟରେ ରାଜ୍ୟରେ ପୁଣି ଘଟିଛି ଏକ ଗଣଦୁଷ୍କର୍ମ। କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଭଞ୍ଜନଗରରେ ୬ ଜଣ ଯୁବକ ମନ୍ଦିର ଆସିଥିବା ଜଣେ ଯୁବତୀଙ୍କୁ ଉଠାଇ ନେଇ କରିଛନ୍ତି ଦୁଷ୍କର୍ମ। ଅଭିଯୋଗ ଅନୁସାରେ, ଯୁବତୀ ଜଣଙ୍କ ନିର୍ବନ୍ଧ ସରିଥିବା ପୁରୁଷ ବନ୍ଧୁଙ୍କ ସହ ଗାଙ୍ଗପୁର ଅଞ୍ଚଳର ବୁଢ଼ାକେନ୍ଦୁ ମନ୍ଦିରକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ  ନିକଟସ୍ଥ କାଜୁ ଜଙ୍ଗଲକୁ  ଉଠାଇ ନେଇ ଏହି ଜଘନ୍ୟ କାଣ୍ଡ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ୬ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story