ସାବଧାନ ଆତଙ୍କବାଦୀ ! ତମ ମୁହଁ ଭାଙ୍ଗିବାକୁ ଆସୁଛନ୍ତି...

ଏଥର ଆତଙ୍କବାଦୀଙ୍କ ନିଦ ହଜାଇବ ଭାରତର ଭୟଙ୍କର ଗରୁଡ଼ କମାଣ୍ଡୋ। ଏୟାର ଫୋର୍ସର ଏହି ସ୍ୱତନ୍ତ୍ର ଯୁଦ୍ଧ ବାହିନୀ ଆକାଶ ମାର୍ଗରୁ ମୃତ୍ୟୁ ଦୂତ ହୋଇ ଖସିବ ଆତଙ୍କବାଦୀଙ୍କ ଉପରେ। ଯେଉଁଠି ଲୁଚିଲେ ବି ଖୋଜି ଖୋଜି ମାରିବ। ଆକାଶ ମାର୍ଗରୁ ଦେଶର ସୀମା ସୁରକ୍ଷାରେ ଥିବା ବାୟୁ ସେନାର ଏହି ସ୍ପେଶାଲ୍‌ କମାଣ୍ଡୋ ଆତଙ୍କବାଦୀ ନିପାତର ଶପଥ ନେଇଛି। ଭାରତ ସୀମାରେ ନରସଂହାର କରି ହିଂସା ଘଟାଉଥିବା ଏହି ଆତତାୟୀମାନଙ୍କୁ ସମୁଳେ ବିନାଶ କରିବାକୁ ପ୍ରସ୍ତୁତ […]

garuda cammando

Rakesh Mallick
  • Published: Saturday, 06 January 2018
  • , Updated: 06 January 2018, 08:16 PM IST

ଏଥର ଆତଙ୍କବାଦୀଙ୍କ ନିଦ ହଜାଇବ ଭାରତର ଭୟଙ୍କର ଗରୁଡ଼ କମାଣ୍ଡୋ। ଏୟାର ଫୋର୍ସର ଏହି ସ୍ୱତନ୍ତ୍ର ଯୁଦ୍ଧ ବାହିନୀ ଆକାଶ ମାର୍ଗରୁ ମୃତ୍ୟୁ ଦୂତ ହୋଇ ଖସିବ ଆତଙ୍କବାଦୀଙ୍କ ଉପରେ। ଯେଉଁଠି ଲୁଚିଲେ ବି ଖୋଜି ଖୋଜି ମାରିବ। ଆକାଶ ମାର୍ଗରୁ ଦେଶର ସୀମା ସୁରକ୍ଷାରେ ଥିବା ବାୟୁ ସେନାର ଏହି ସ୍ପେଶାଲ୍‌ କମାଣ୍ଡୋ ଆତଙ୍କବାଦୀ ନିପାତର ଶପଥ ନେଇଛି। ଭାରତ ସୀମାରେ ନରସଂହାର କରି ହିଂସା ଘଟାଉଥିବା ଏହି ଆତତାୟୀମାନଙ୍କୁ ସମୁଳେ ବିନାଶ କରିବାକୁ ପ୍ରସ୍ତୁତ ହେଉଛି ‘ଗରୁଡ଼’ । 

୨୦୦୧ ଜମ୍ମୁ-କାଶ୍ମୀର ଯୁଦ୍ଧ ବିମାନ ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ପରେ ବାୟୁ ସେନାକୁ ଏକ ବିଶେଷ ଫୋର୍ସର ଆବଶ୍ୟକତା ପଡ଼ିଥିଲା। ଏହାର ଦୁଇ ବର୍ଷ ପରେ ଆତଙ୍କବାଦୀଙ୍କ ନାରକୀୟ କାଣ୍ଡରେ ଯବନିକା ପକାଇବା ପାଇଁ ୨୦୦୪ରେ ବାୟୁସେନା ତିଆରି କଲା ସବୁଠାରୁ ଭୟଙ୍କର ଓ ଶକ୍ତିଶାଳୀ ଏୟାର ଫୋର୍ସ ଗରୁଡ଼ କମାଣ୍ଡୋ। ଏହା ପରେ ଆରମ୍ଭ ହୋଇଗଲା ଗରୁଡ଼ର ଶତୃ ସଂହାର ଲୀଳା।

ଗରୁଡ଼ ଫୋର୍ସକୁ ଶକ୍ତିଶାଳୀ କରି ଗଢ଼ି ତୋଳିବାକୁ ଦୀର୍ଘ ସମୟ ଧରୀ ଟ୍ରେନିଂ ଦିଆଯାଇଥାଏ। ପ୍ରତି କମାଣ୍ଡୋକୁ ୭୨ ଘଣ୍ଟାର ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। ଏହା ଏତେ କଡା ହୋଇଥାଏ ଯେ ଆରମ୍ବରୁ ୩୦ ପ୍ରତିଶତ ଯବାନ ପ୍ରତିମାସରେ ଆଧାରୁ ଟ୍ରେନିଂ ଛାଡ଼ି ଚାଲିଯାଆନ୍ତି। ୩ ବର୍ଷ ଧରି ଟ୍ରେନିଂ ନେଲା ପରେ ଏକ ଗରୁଡ଼ କମାଣ୍ଡୋ ଦଳ ସବୁ ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ ହୋଇଥାଏ।

ଗରୁଡ଼ କମାଣ୍ଡୋ ଏୟାର ଫୋର୍ସ ଷ୍ଟେସନ ସୁରକ୍ଷା, ଦେଶର ସୀମା ସୁରକ୍ଷା, ବାୟୁ ସେନାର ଦରକାରୀ ଠିକଣାକୁ ସୁରକ୍ଷା ଦେବା ଭଳି କିଛି ମୁଖ୍ୟ ଦାୟୀତ୍ୱ ତୁଲାଇଥାନ୍ତି। କିନ୍ତୁ ଧୀରେ ଧୀରେ ଭାରତରେ ଆତଙ୍କବାଦ ଉଗ୍ରରୂପ ନେଉଥିବାରୁ ଏବେ ଏହି ଫୋର୍ସ ଆତଙ୍କବାଦ ବିନାଶ କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରୁଛି। ପୂର୍ବରୁ ମଧ୍ୟ ପଠାନକୋର୍ଟ ଆକ୍ରମଣରେ ଆତଙ୍କବାଦୀଙ୍କ ସହିତ ଗରୁଡ଼ କମାଣ୍ଡୋଙ୍କର ମୁକାବିଲା ହୋଇସାରିଛି। ୨୦୧୭ରେ ଗରୁଡ଼ କମାଣ୍ଡୋ ୮ରୁ ୯ ଜଣ ଆତଙ୍କବାଦୀଙ୍କୁ ସଂହାର କରିଥିଲା

ସହରାଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଏହି କମାଣ୍ଡୋ ହେଲିକେପ୍ଟର ସାହାଯ୍ୟରେ ଟାର୍ଗେଟ କରିଥାନ୍ତି। ଗରୁଡ଼ କମାଣ୍ଡୋ ଶତ୍ରୁ ଚାରି ପାଖରେ ଚକ୍ରବ୍ୟୁହ ରଚନା କରି ସେମାନଙ୍କ ପାଖରେ ପହଞ୍ଚି ଆଧୁନିକ ହତିଆରରେ ଶକ୍ତିଶାଳୀ ଆକ୍ରମଣ କରିଥାନ୍ତି। ଆତଙ୍କବାଦୀଙ୍କୁ ଏଥିରେ ସହଜ ଖସିଯିବାକୁ  ବାଟ ମିଳେନି।

 

Related story