ଘୁଷୁରି ଚାଷ ପାଇଁ ନୂଆ ଯୋଜନା

ମାଲକାନଗିରି: ବିଳମ୍ବ ହେଲେ ମଧ୍ୟ ଘୁଷୁରି ଚାଷ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନୁସାରେ ଘୁଷୁରିଙ୍କୁ ଜନବସତିଠାରୁ ଦୂରରେ ରଖାଯିବ। ଘୁଷୁରି ଚାଷ ପାଇଁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ। ଯୋଜନା ଅନୁସାରେ ଘୁଷୁରିଙ୍କ ପାଇଁ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ୨୧ ବର୍ଗ ମିଟରରେ ୫୦,୦୦୦ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ ଆଶ୍ରୟସ୍ଥଳ। ଏଥିରେ ୩ଟି ମାଈ ଓ ଗୋଟିଏ ଅଣ୍ଡିରା ଘୁଷୁରି ରହିବାର ବ୍ୟବସ୍ଥା କରାଯିବ। ମତ୍ସ୍ୟ […]

ghusuri

Rakesh Mallick
  • Published: Thursday, 24 November 2016
  • , Updated: 24 November 2016, 09:49 PM IST

ମାଲକାନଗିରି: ବିଳମ୍ବ ହେଲେ ମଧ୍ୟ ଘୁଷୁରି ଚାଷ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନୁସାରେ ଘୁଷୁରିଙ୍କୁ ଜନବସତିଠାରୁ ଦୂରରେ ରଖାଯିବ। ଘୁଷୁରି ଚାଷ ପାଇଁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ।

ଯୋଜନା ଅନୁସାରେ ଘୁଷୁରିଙ୍କ ପାଇଁ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ୨୧ ବର୍ଗ ମିଟରରେ ୫୦,୦୦୦ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ ଆଶ୍ରୟସ୍ଥଳ। ଏଥିରେ ୩ଟି ମାଈ ଓ ଗୋଟିଏ ଅଣ୍ଡିରା ଘୁଷୁରି ରହିବାର ବ୍ୟବସ୍ଥା କରାଯିବ। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ଏ ନେଇ ପଞ୍ଚାୟତିରାଜ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।

ସରକାରୀ ହିସାବରେ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୩ ଲକ୍ଷ ଘଉଷୁରି ଅଛନ୍ତି। ଏ ସମସ୍ତ ଘୁଷୁରିଙ୍କୁ ଏହି ଯୋଜନାରେ ସାମିଲ କରାଯିବ।

ମାଲକାନଗରିରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ ଆତଙ୍କ ପରେ ପ୍ରଶାସନ ପକ୍ଷରୁ ଘୁଷୁରିଙ୍କୁ ଜନବସତିଠାରୁ ଦୂରକୁ ନିଆଯାଇଥିଲା ଅବା ଜଙ୍ଗଲରେ ଛାଡି ଦିଆଯାଇଥିଲା। ଫଳରେ ଆବଶ୍ୟକ ବାସସ୍ଥଳ ଓ ଖାଦ୍ୟ ଅଭାବରୁ ବହୁ ଘୁଷୁରିଙ୍କ ମୃତ୍ୟୁ ଘଟିଛି। ଏପରିକି ଜିଲ୍ଲାର ବହୁ ସ୍ଥାନରେ ଲୋକେ ଘୁଷୁରିଙ୍କୁ ପିଟିପିଟି ମାରି ଦେଇଥିଲେ। ସ୍ଥିତି ଏପରି ହୋଇଛି ଯେ ବହୁ ଘୁଷୁରି ଚାଷୀ ଏହାଦ୍ୱାରା ତଳିତଳାନ୍ତ ହୋଇଯାଇଛନ୍ତି।

Related story