ଏକାଥରକେ CAT କ୍ଲିୟର କଲେ ଏହି ଯୁବତୀ: ମାତ୍ର ୮ ମାସରେ ଟପ୍‌ ଟ୍ୱଣ୍ଟି ତାଲିକାରେ

ନୂଆଦିଲ୍ଲୀ: ଦୃଢ ବିଶ୍ୱାସ ଓ କଠିନ ପରିଶ୍ରମ ସଫଳତାର ଚାବିକାଠି। ଏହା ଆମେ ବହୁତ ଥର ଶୁଣିଛନ୍ତି। ଏପରି ପରିଶ୍ରମ ଦ୍ୱାରା ସଫଳତା ମିଳିବାର ବହୁତ ଉଦାହରଣ ରହିଛି। ହେଲେ ଆଜି ଆମେ ଏମିତି ଜଣେ ଯୁବତୀଙ୍କ କଥା କହିବାକୁ ଯାଉଛୁ, ଯାହାଙ୍କ ବିଷୟରେ ଶୁଣିଲେ ଆପଣ ବି କହିବେ ସାବାସ୍‌ ଛବି ସାବାସ୍‌। ୨୦୧୭ CAT (କମନ୍‌ ଆଡମିସନ ଟେଷ୍ଟ) ରେଜଲ୍ଟ ଆସିବା ପରେ ଏବେ ସମସ୍ତଙ୍କ ମୁହଁରେ ଛବି ଗୁପ୍ତାଙ୍କ ପ୍ରସଂଶା। କାରଣ ମାତ୍ର […]

chabi

Rakesh Mallick
  • Published: Wednesday, 10 January 2018
  • , Updated: 10 January 2018, 06:07 PM IST

ନୂଆଦିଲ୍ଲୀ: ଦୃଢ ବିଶ୍ୱାସ ଓ କଠିନ ପରିଶ୍ରମ ସଫଳତାର ଚାବିକାଠି। ଏହା ଆମେ ବହୁତ ଥର ଶୁଣିଛନ୍ତି। ଏପରି ପରିଶ୍ରମ ଦ୍ୱାରା ସଫଳତା ମିଳିବାର ବହୁତ ଉଦାହରଣ ରହିଛି। ହେଲେ ଆଜି ଆମେ ଏମିତି ଜଣେ ଯୁବତୀଙ୍କ କଥା କହିବାକୁ ଯାଉଛୁ, ଯାହାଙ୍କ ବିଷୟରେ ଶୁଣିଲେ ଆପଣ ବି କହିବେ ସାବାସ୍‌ ଛବି ସାବାସ୍‌।

୨୦୧୭ CAT (କମନ୍‌ ଆଡମିସନ ଟେଷ୍ଟ) ରେଜଲ୍ଟ ଆସିବା ପରେ ଏବେ ସମସ୍ତଙ୍କ ମୁହଁରେ ଛବି ଗୁପ୍ତାଙ୍କ ପ୍ରସଂଶା। କାରଣ ମାତ୍ର ଗୋଟିଏ ଥରରେ ସେ CAT କ୍ଲିୟର କରିଦେଇଛନ୍ତି। ଏହାଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୧୦୦ ପ୍ରତିଶତ ନମ୍ବର ପାଇଥିବା ଟପ୍‌ ଟ୍ୱଣ୍ଟି ତାଲିକାରେ ବି ସ୍ଥାନ ପାଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏପରି ପ୍ରଥମ ଥର ଘଟିଛି CAT ରେ କୌଣସି ଯୁବତୀ ଟପ୍‌ ଟ୍ୱଣ୍ଟିରେ ରହିଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ୮ ମାସ ପରିଶ୍ରମରେ ଏପରି ଫଳ ପାଇଛନ୍ତି ଛବି।

ଏହି ସଫଳତାର ଶ୍ରେୟ ଛବି ନିଜ କଠିନ ପରିଶ୍ରମକୁ ଦେଇଛନ୍ତି। ଏବେ ସେ ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି। ଆଇଆଇଟି ଦିଲ୍ଲୀରେ ଥିବା ବେଳେ କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟରେ ତାଙ୍କୁ ଏହି ଚାକିରି ମିଳିଛି।

ଛବି କହିଛନ୍ତି, ଚାକିରି କରିବା ସମୟରେ CAT ପାଇଁ ପ୍ରସ୍ତୁତ ହେବା ଚ୍ୟାଲେଞ୍ଜ ଥିଲା। ଦିନରେ କାମକୁ ଯାଉଥିବାରୁ ରାତିରେ ହିଁ CAT ପାଇଁ ପ୍ରସ୍ତୁତ ହେଉଥିଲି।

ସଫଳତା ପଛର କାହାଣୀ: ଛବି କୁହନ୍ତି, କିଛି ବି କାମ କରିବାକୁ ହେଲେ ପ୍ରଥମେ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପଡ଼ିବ। ଏହାପରେ ହିଁ ଆପଣ ସଫଳତା ପାଇ ପାରିବେ।

ମକ୍‌ ଟେଷ୍ଟରୁ ମିଳିଲା ସଫଳତା: ଛବି କୁହନ୍ତି, CAT ପ୍ରସ୍ତୁତିର ପ୍ରଥମ ଦିନରୁ ହିଁ ମକ୍‌ ଟେଷ୍ଟ ଉପରେ ଅଧିକ ଗୁରୁତ୍ୱ ଦେଇଥିଲି। ଆଜି ଯାହା ସଫଳତା ପାଇଛି, ଏହା ପଛରେ ମକ୍‌ ଟେଷ୍ଟ ପ୍ରସ୍ତୁତି ହିଁ ରହିଛି। ମକ୍‌ ଟେଷ୍ଟ ଆପଣଙ୍କ ଭିତରେ ଥିବା ଡରକୁ ଦୂର କରିଦେବ। ଏହାପରେ ଆପଣ ପରୀକ୍ଷା ପାଇଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିପାରିବେ। କୌଣସି ପ୍ରାର୍ଥୀଙ୍କୁ ମକ୍‌ ଟେଷ୍ଟ ଦେବା ଓ ସମୟ ଅନୁସାରେ ନିଜକୁ ସୁଧାରିବା ଦ୍ୱାରା ହିଁ ସଫଳତା ମିଳିପାରିବ।

Related story