କଣ୍ଡକ୍ଟରଙ୍କ ଅଭଦ୍ରାମୀ ସଂପର୍କରେ ଫେସବୁକ୍‌ରେ ଲେଖିଲେ ଛାତ୍ରୀ: କହିଲେ, ହାତ ଉଠେଇ ପିଟିଲି, କିଛି ହସିଲେ, କିଛି ତାଳି ମାରିଲେ

ଭୁବନେଶ୍ୱର: ବସ୍ ଭିତରେ ଯୁବତୀଙ୍କୁ ପୁଣି ଅଶାଳୀନ ବ୍ୟବହାର। କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ଜଣେ ଯୁବୀତଙ୍କୁ ବସ୍‌ର କଣ୍ଡକ୍ଟର ଆପତ୍ତିଜନକ ବ୍ୟବହାର କରିଥିବା ଯୁବତୀ ଜଣକ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଉଲ୍କେଖ କରିଛନ୍ତି। ସେ ଲେଖିଛନ୍ତି, ବସ୍‌ରେ ପ୍ରବଳ ଭିଡ଼ ଥିବାବେଳେ କଣ୍ଡକ୍ଟର କିଛି ଯୁବତୀଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ। ହେଲେ କେହି ପ୍ରତିବାଦ କରି ନଥିଲେ। ପରେ କଣ୍ଡକ୍ଟର ଜଣଙ୍କ ସମାନ ବ୍ୟବହାର ତାଙ୍କୁ ମଧ୍ୟ କରିଥିଲେ। ଏହାର ଜବାବରେ କଣ୍ଡକ୍ଟରଙ୍କୁ ସେ […]

OR photo2017-06-19-19h15m12s248

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 07:41 PM IST

ଭୁବନେଶ୍ୱର: ବସ୍ ଭିତରେ ଯୁବତୀଙ୍କୁ ପୁଣି ଅଶାଳୀନ ବ୍ୟବହାର। କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ଜଣେ ଯୁବୀତଙ୍କୁ ବସ୍‌ର କଣ୍ଡକ୍ଟର ଆପତ୍ତିଜନକ ବ୍ୟବହାର କରିଥିବା ଯୁବତୀ ଜଣକ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଉଲ୍କେଖ କରିଛନ୍ତି। ସେ ଲେଖିଛନ୍ତି, ବସ୍‌ରେ ପ୍ରବଳ ଭିଡ଼ ଥିବାବେଳେ କଣ୍ଡକ୍ଟର କିଛି ଯୁବତୀଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ। ହେଲେ କେହି ପ୍ରତିବାଦ କରି ନଥିଲେ। ପରେ କଣ୍ଡକ୍ଟର ଜଣଙ୍କ ସମାନ ବ୍ୟବହାର ତାଙ୍କୁ ମଧ୍ୟ କରିଥିଲେ। ଏହାର ଜବାବରେ କଣ୍ଡକ୍ଟରଙ୍କୁ ସେ ହାତ ଓଠାଇ ମାରିଥିଲେ।

ଯୁବତୀ ଜଣଙ୍କ ଅଭିଯୋଗ ଅନୁଯାୟୀ, ଆବଶ୍ୟକ ଠାରୁ ବସ୍‌ରେ ଅଧିକ ଯାତ୍ରୀ ଥିଲେ। କିନ୍ତୁ ସେ ଚଢ଼ିବା ପୂର୍ବରୁ ଜାଣି ନ ଥିଲେ। ଏତେ ଭିଡ଼ ସତ୍ତ୍ୱେ କଣ୍ଡକ୍ଟର  ଜଣଙ୍କ ଲୋକଙ୍କୁ ଜବରଦସ୍ତ ଆଣି ଆହୁରି ଭର୍ତ୍ତି କରିଥିଲେ। ଏହି ଯାତ୍ରୀଙ୍କ ମଧ୍ୟରେ ଅନେକ ଯୁବତୀ ଓ ମହିଳା ମଧ୍ୟ ଥିଲେ। ଭିଡ଼ ଭିତରେ ଯାତ୍ରୀମାନଙ୍କୁ  ଶୃଙ୍ଖଳା ଛିଡ଼ା କରିବା ବାହାନାରେ କଣ୍ଡକ୍ଟର  ଜଣଙ୍କ  ଯୁବତୀମାନଙ୍କୁ ଛୁଇଁବାରେ ପ୍ରୟାସ କରିଥିଲେ। ଏପରି ବ୍ୟବହାର ବରକ୍ତି କର ଥିଲେ ମଧ୍ୟ କେହି ଏହାର ପ୍ରତିବାଦ କରି ନଥିଲେ। ଯେତେବେଳେ କଣ୍ଡକ୍ଟର ଜଣଙ୍କ ତାଙ୍କ ପ୍ରତି ସମାନ ସମାନ ଆଚରଣ କରିଥିଲେ। ଏଥିରେ ସେ ଉତ୍ତ୍ୟକ୍ତ ହୋଇ କଣ୍ଡକ୍ଟର ଜଣଙ୍କୁ ଗାଳି ଗୁଲଜ କରିବା ସହ ଚାପୁଡ଼ା କଷି ଦେଇଥିଲେ।  ତାଙ୍କର ଏଭଳି ପଦକ୍ଷେପକୁ ବସ୍‌ର ଅନ୍ୟ କିଛି ଯାତ୍ରୀ ପ୍ରଶଂସା କରିଥିବା ବେଳେ କିଛି ଯୁବକ ସ୍ମିତ ହାସ୍ୟ ଦେଇଥିଲେ ବୋଲି ସେ ଲେଖିଛନ୍ତି।

ତେବେ କେଉଁ ବସ୍ ଓ ଏହାର ନମ୍ବର କେତେ, ସେ ସମ୍ପର୍କରେ ଯୁବତୀ ଜଣକ କିଛି ଉଲ୍ଲେଖ କରିନାହାଁନ୍ତି। ଏ ନେଇ ସେ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ନା ନାହିଁ, ସେ ସୂଚନା ବି ଦେଇନାହାଁନ୍ତି।

ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ ଏମିତି ଏକ ଅଭିଯୋଗ ଆସିଥିଲା। ଜଣେ ମହିଳା ସାମ୍ବାଦିକଙ୍କୁ ବସ୍‌ରେ ଜଣେ ଯାତ୍ରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଥିଲେ।

 

 

Related story