ଛାତ୍ରୀଙ୍କ ‘ସାଇନ୍ସ ନୋଟ୍‌’କୁ ନେଇ ଚର୍ଚ୍ଚା: ଏତେ ଭଲ ଯେ ବହି ରୂପରେ ପ୍ରକାଶ ପାଇଲା

ନୂଆଦିଲ୍ଲୀ: ସ୍କୁଲ ଓ କଲେଜରେ ପଢ଼ୁଥିବା ପିଲାମାନେ ନୋଟ୍ ତିଆରି କରନ୍ତି। କାରଣ ପରୀକ୍ଷା ସମୟରେ ବହି ପଢ଼ିବା ଅପେକ୍ଷା ନୋଟ୍‌ ପଢ଼ିବା ସହଜ ହୋଇଥାଏ। ଜଣେ ଜଣେ ବହୁତ ଭଲ ନୋଟ୍‌ ଲେଖନ୍ତି। ବହି ନ ପଢ଼ି ସେହି ନୋଟ୍‌ ଗୁଡ଼ିକୁ ପଢ଼ିଲେ ଅଧିକାଂଶ ପ୍ରସଙ୍ଗ ସହଜରେ ବୁଝି ହୋଇଥାଏ। ଉତ୍ତର ପ୍ରଦେଶର ଜଣେ ଛାତ୍ରୀଙ୍କ ବିଜ୍ଞାନ ନୋଟ୍ ଏଥିପାଇଁ ଏବେ ଚର୍ଚ୍ଚାକୁ ଆସିଛି। ସେ ଏତେ ଭଲ ନୋଟ୍‌ ଲେଖିଥିଲେ ଯେ  ତାହା ପୁସ୍ତକ […]

shruti (2)

shruti (2)

Rakesh Mallick
  • Published: Friday, 19 January 2018
  • Updated: 19 January 2018, 06:24 PM IST

Sports

Latest News

ନୂଆଦିଲ୍ଲୀ: ସ୍କୁଲ ଓ କଲେଜରେ ପଢ଼ୁଥିବା ପିଲାମାନେ ନୋଟ୍ ତିଆରି କରନ୍ତି। କାରଣ ପରୀକ୍ଷା ସମୟରେ ବହି ପଢ଼ିବା ଅପେକ୍ଷା ନୋଟ୍‌ ପଢ଼ିବା ସହଜ ହୋଇଥାଏ। ଜଣେ ଜଣେ ବହୁତ ଭଲ ନୋଟ୍‌ ଲେଖନ୍ତି। ବହି ନ ପଢ଼ି ସେହି ନୋଟ୍‌ ଗୁଡ଼ିକୁ ପଢ଼ିଲେ ଅଧିକାଂଶ ପ୍ରସଙ୍ଗ ସହଜରେ ବୁଝି ହୋଇଥାଏ। ଉତ୍ତର ପ୍ରଦେଶର ଜଣେ ଛାତ୍ରୀଙ୍କ ବିଜ୍ଞାନ ନୋଟ୍ ଏଥିପାଇଁ ଏବେ ଚର୍ଚ୍ଚାକୁ ଆସିଛି। ସେ ଏତେ ଭଲ ନୋଟ୍‌ ଲେଖିଥିଲେ ଯେ  ତାହା ପୁସ୍ତକ ଆକାରରେ ପ୍ରକାଶ ପାଇଛି। ଗତ ୧୪ ତାରିଖରେ ଦିଲ୍ଲୀର ଶେଷ ହୋଇଥିବା ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ତାଙ୍କର ଏହି ବହିଟିକୁ ପ୍ରଦର୍ଶିତ କରାଯାଇଥିଲା।

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲା ମତେହିୟା ଗାଁର ଏହି ୧୭ ବର୍ଷିୟା ଛାତ୍ରୀଙ୍କ ନାଁ ହେଉଛି ଶ୍ରୁତି ତିୱାରୀ। ତାଙ୍କ ଲିଖିତ ନୋଟ୍‌ ଯାହାକି ବହିର ରୂପ ନେଇଛି, ତା’ର ନାଁ ରଖାଯାଇଛି ‘ସାଇନ୍‌ସ ସେନ୍ସ’(science sense)। ବିହିଟିକୁ ହିନ୍ଦୀ ଭାଷାରେ ଲେଖାଯାଇଛି। ଏଥିରେ ଦଶମ ଶ୍ରେଣୀର ବିଜ୍ଞାନକୁ ଅତି ସରଳ ଓ ବୋଧଗମ୍ୟ ଭାଷାରେ ବୁଝାଇ ଲେଖାଯାଇଛି।

ଏ ନେଇ ଶ୍ରୁତି କହନ୍ତି, “ନବମ ଶ୍ରେଣୀରେ ମୁଁ ଇଂରାଜୀ ମାଧ୍ୟମ ସ୍କୁଲ ଛାଡ଼ି  ହିନ୍ଦୀ ମାଧ୍ୟମ ସ୍କୁଲ୍‌ରେ ନାମ ଲେଖାଇଥିଲି।ସାଧାରଣତ! ଏମିତି କେହି କରନ୍ତି ନାହିଁ। ହିନ୍ଦୀ ମାଧ୍ୟମକୁ ଆସିବା ପରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ ଭଳି ବିଷୟ ଗୁଡ଼ିକର ନୋଟ୍‌ ନିଜେ ତିଆରି କରିବା ପାଇଁ  ନିଷ୍ପତ୍ତି ନେଲି। ଯୋଜନା କାମ ଦେଲା ଓ ମୁଁ ଭଲ ନମ୍ବର ରଖିଲି।”

ଶ୍ରୁତିଙ୍କ ଶିକ୍ଷକମାନଙ୍କ କହିବା ଅନୁଯାୟୀ ହାଇସ୍କୁଲରେ ପଢ଼ିବା ବେଳେ ସେ ଜଣେ ଆଭେରେଜ୍‌ ଛାତ୍ରୀ ଥିଲେ। କିନ୍ତୁ ସେ ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍‌ କରିଥିଲେ। ଏଥିପାଇଁ ତାଙ୍କ ନୋଟ୍‌ ତାଙ୍କୁ ଖୁବ୍‌ ସାହାଯ୍ୟ କରିଛି।

ନୋଟ୍‌ଗୁଡ଼ିକୁ ଏକାଠି କରି ଏକ ପୁସ୍ତକ କରିବା ପାଇଁ ଶ୍ରୁତିଙ୍କୁ ତାଙ୍କ ଶିକ୍ଷକମାନେ ହିଁ ଉତ୍ସାହିତ କରିଥିଲେ। ପ୍ରଥମେ କୌଣସି ପ୍ରକାଶନୀ ସଂସ୍ଥା ତାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ। ତେବେ ପରେ ଏକ ଅନଲାଇନ୍‌ ପବ୍ଲିସିଂ ସଂସ୍ଥା ଆଗ୍ରହ ଦେଖାଇଥିଲା। ଗତବର୍ଷ ୨୨ ତାରିଖରେ ‘ଆମାଜନ’ରେ ତାଙ୍କ ବହିଟି ଉନ୍ମୋଚିତ ହୋଇଥିଲା।

ଶ୍ରୁତି ଏବେ ଉତ୍ତର ପ୍ରଦେଶର ଭୀରା ସହରସ୍ଥିତ ଏକ କଲେଜରେ କୃଷି ବିଜ୍ଞାନରେ ସ୍ନାତକ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story