ଏମିତି ମନ୍ଦିର ଯେଉଁଠି ଦୀପାବଳିରେ ଭକ୍ତଙ୍କୁ ମିଳେ ସୁନାର ପ୍ରସାଦ

ଭୋପାଳ: ଭାରତ ତା’ର ସଂସ୍କୃତି ଓ ପରମ୍ପରା ପାଇଁ ପରିଚିତ। ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ରହିଛି ଅନେକ ମନ୍ଦିର। ଅଧିକାଂଶ ମନ୍ଦିର  ଚମତ୍କାର କଳାକୌଶଳ ଓ ନିଆରା ରୀତି ନୀତି ପାଇଁ ପ୍ରସିଦ୍ଧ।  ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ସମ୍ପର୍କରେ ଜଣାଇବୁ ଯେଉଁଠି ସ୍ୱର୍ଣ୍ଣ ପ୍ରସାଦ ମିଳେ। ଭାରତର ମଧ୍ୟପ୍ରଦେଶରେ ରହିଛି ଏଭଳି ମନ୍ଦିର। ଉକ୍ତ ରାଜ୍ୟର ରତଲାମ ଠାରେ ଅବସ୍ଥିତ ମହାଲ‍କ୍ଷ୍ମୀ ମନ୍ଦିର ନିଜର ନିଆରା ପରମ୍ପରା ପାଇଁ ପ୍ରସିଦ୍ଧ। ଏହି […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 02:04 PM IST

Sports

Latest News

ଭୋପାଳ: ଭାରତ ତା’ର ସଂସ୍କୃତି ଓ ପରମ୍ପରା ପାଇଁ ପରିଚିତ। ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ରହିଛି ଅନେକ ମନ୍ଦିର। ଅଧିକାଂଶ ମନ୍ଦିର  ଚମତ୍କାର କଳାକୌଶଳ ଓ ନିଆରା ରୀତି ନୀତି ପାଇଁ ପ୍ରସିଦ୍ଧ।  ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ସମ୍ପର୍କରେ ଜଣାଇବୁ ଯେଉଁଠି ସ୍ୱର୍ଣ୍ଣ ପ୍ରସାଦ ମିଳେ। ଭାରତର ମଧ୍ୟପ୍ରଦେଶରେ ରହିଛି ଏଭଳି ମନ୍ଦିର। ଉକ୍ତ ରାଜ୍ୟର ରତଲାମ ଠାରେ ଅବସ୍ଥିତ ମହାଲ‍କ୍ଷ୍ମୀ ମନ୍ଦିର ନିଜର ନିଆରା ପରମ୍ପରା ପାଇଁ ପ୍ରସିଦ୍ଧ। ଏହି ମନ୍ଦିରରେ ବର୍ଷ ସାରା ଭକ୍ତଙ୍କ ଭିଡ ଜମେ।

ଭାରତର ଅନ୍ୟ ପ୍ରମୁଖ ମନ୍ଦିର ପରି ଏଠାରେ ମଧ୍ୟ ଭକ୍ତମାନେ ଦେବୀଙ୍କୁ ଟଙ୍କା ଓ ସୁନା ଗହଣା ଚଢାଇଥାନ୍ତି। ବିଶେଷ କରି ଦୀପାବଳି ଓ ଧନତେରସରେ ଏଠାରେ ଭକ୍ତମାନେ ଟଙ୍କାର ହାର ମା’ଙ୍କୁ ପିନ୍ଧାଇଥାନ୍ତି। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ବର୍ଷରେ ଥରେ କୁବେର ଦରବାର ଲାଗେ। ଏହି ଦରବାରରେ ଭକ୍ତମାନଙ୍କୁ ସୁନା ପ୍ରସାଦ ଆକାରରେ ମିଳିଥାଏ।

ଭକ୍ତମାନେ ଯେପରି ଏଠାରେ ମା’ଙ୍କୁ ଟଙ୍କା ଓ ସୁନା ଅର୍ପିତ କରନ୍ତି ଠିକ୍ ସେହିପରି ମା’ ଲକ୍ଷ୍ମୀ ମଧ୍ୟ ଭକ୍ତମାନଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତି ନାହିଁ । ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ଟଙ୍କା ଓ ସୁନାଗହଣାକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟିଦିଆଯାଏ। କୁବେରର ଏହି ଦରବାର ଦୀପାବଳିର ଶୁଭ ଅବସରରେ ଲାଗିଥାଏ। ତେଣୁ ପ୍ରତିବର୍ଷ ଦୀପାବଳିରେ ଏଠାରେ ସୁନାର ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ବେଶ ଭିଡ ଜମିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos