ମୋବାଇଲ୍‌ ଡାଟା ବଞ୍ଚାଇବାକୁ ଗୁଗଲ୍‌ ଆଣିଲା ନୂଆ ଆପ୍‌: ଜାଣନ୍ତୁ କ’ଣ ଏହା ଓ କେମିତି କରିବେ ବ୍ୟବହାର

ଗୁଗଲ୍‌ ଏକ ଆପ୍‌ ଲଞ୍ଚ କରିଛି। ଏହାର ନାଁ ରଖାଯାଇଛି Datally । ଏହି ଆପ୍‌କୁ ଆପଣ ଗୁଗଲ୍‌ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିପାରିବେ। ଏହି ଆପ୍‌ ଜରିଆରେ ୟୁଜର୍ସ ନିଜ ମୋବାଇଲର ଡାଟା ୟୁଜେସ୍‌ ରିୟଲ ଟାଇମ ଟ୍ରାକ୍‌ କରିପାରିବେ। ଏହାଛଡ଼ା ଡାଟା ବଞ୍ଚାଇବା ପାଇଁ ଏହି ଆପ୍‌ ସଜେଷ୍ଟ୍‌ ମଧ୍ୟ କରିଥାଏ। ଆଖପାଖରେ ଥିବା ଫ୍ରି ୱାଇଫାଇ ସମ୍ପର୍କରେ ମଧ୍ୟ ଏହି ଆପ୍‌ରୁ ଜାଣି ହେବ। ତେବେ ଏହି ଆପ୍‌ Android 5.0 କିମ୍ବା […]

doogleapp

Rakesh Mallick
  • Published: Friday, 01 December 2017
  • , Updated: 01 December 2017, 09:52 AM IST

ଗୁଗଲ୍‌ ଏକ ଆପ୍‌ ଲଞ୍ଚ କରିଛି। ଏହାର ନାଁ ରଖାଯାଇଛି Datally । ଏହି ଆପ୍‌କୁ ଆପଣ ଗୁଗଲ୍‌ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିପାରିବେ। ଏହି ଆପ୍‌ ଜରିଆରେ ୟୁଜର୍ସ ନିଜ ମୋବାଇଲର ଡାଟା ୟୁଜେସ୍‌ ରିୟଲ ଟାଇମ ଟ୍ରାକ୍‌ କରିପାରିବେ। ଏହାଛଡ଼ା ଡାଟା ବଞ୍ଚାଇବା ପାଇଁ ଏହି ଆପ୍‌ ସଜେଷ୍ଟ୍‌ ମଧ୍ୟ କରିଥାଏ। ଆଖପାଖରେ ଥିବା ଫ୍ରି ୱାଇଫାଇ ସମ୍ପର୍କରେ ମଧ୍ୟ ଏହି ଆପ୍‌ରୁ ଜାଣି ହେବ। ତେବେ ଏହି ଆପ୍‌ Android 5.0 କିମ୍ବା ଏହି ସ୍ତରର ମୋଇବାଲ ବ୍ୟବହାର କରୁଥିବା ୟୁଜର୍ସ ଚଲାଇ ପାରିବେ।

ଗୁଗଲ ନେକ୍ସଟ୍‌ ବିଲିୟନ ୟୁଜର୍ସ ସଭାପତି କହିଛନ୍ତି- “ଦୁନିଆର ବହୁ ଲୋକଙ୍କ ପାଇଁ ମୋବାଇଲ ଡାଟା ଆଜି ବି ମହଙ୍ଗା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବହୁ ୟୁଜର୍ସ ଜାଣି ନାହାଁନ୍ତି କେଉଁଠି ଡାଟା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଆମେ Datally ଆପ୍‌ ବନାଇଛୁ। ଏହା ଆପଣଙ୍କ ଡାଟାକୁ କଣ୍ଟ୍ରୋଲ କରିବା ସହ ବଞ୍ଚାଇବ। କିଛି ମାସ ହେବ ଏହି ଆପ୍‌କୁ ଫିଲିପାଇନ୍ସରେ ଟେଷ୍ଟ କରାଯାଉଥିଲା। ସେଠାରେ ଲୋକେ ଏହି ଆପ୍‌ ଜରିଆରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଡାଟା ସେଭ୍‌ କରିପାରିଥିଲେ।”

Datally ର ୩ଟି ଖାସ୍‌ କଥା

ଡାଟାର ସଠିକ ସୂଚନା: ଏହି ଆପ୍‌ରେ ଆପଣ ପ୍ରତିଦିନ ଡାଟା ୟୁଜେସ୍ ଦେଖିପାରିବେ। ପ୍ରତି ସପ୍ତାହରେ ଅବା ମାସରେ ଥରେ ବି  ଡାଟା ୟୁଜେସ୍‌ ଦେଖି ପାରିବେ। ଅର୍ଥାତ ଆପଣ କେତେ ଡାଟା ବ୍ୟବହାର କରିସାରିଛନ୍ତି ତାହା ଜାଣିପାରିବେ। କେବଳ ସେତିକି ନୁହେଁ, ଆପଣ ଅଧିକ ଡାଟା କେମିତି ବଞ୍ଚାଇବେ ସେ ବିଷୟରେ ମଧ୍ୟ ସୂଚନା ପାଇ ପାରିବେ।

ଡାଟା କଣ୍ଟ୍ରୋଲ କରିପାରିବେ: ଆପ୍‌ରେ ଡାଟା ସେଭ୍‌ ଅପ୍‌ସନ ରହିଛି। ଏହାକୁ ଅନ୍‌ କରିବା ମାତ୍ରେ ଆପ୍‌ ଆପଣଙ୍କ ସ୍ମାର୍ଟଫୋନର ବ୍ୟାକ୍‌ଗ୍ରାଉଣ୍ଡ ଡାଟାକୁ ବ୍ଲକ୍‌ କରିଦେବ। ସାଧାରଣତଃ ଆପଣ ଯେଉଁ ଆପ୍‌କୁ ବ୍ୟବହାର କରି ନଥାନ୍ତି ସେ ଆପ୍‌ ମଧ୍ୟ ନିଜକୁ ନିଜେ ଆପରଙ୍କ ଡାଟା ଖାଇଯାଇଥାନ୍ତି। ଏପରି ଆପ୍‌ର ଅଯଥା ଡାଟା ଖାଇବା ପ୍ରକ୍ରିୟାକୁ Datally ଆପ୍‌ ବ୍ଲକ୍‌ କରି ଦେଇଥାଏ।

ଡାଟା ସେଭିଙ୍ଗ: ବହୁ ସମୟରେ ଆପଣଙ୍କ ମାସ ଶେଷ ବେଳକୁ ଭାବିଥାନ୍ତି, ଆଉ କିଛି ଡାଟା ବଞ୍ଚିଥିଲେ ଭଲ ହୋଇଥାନ୍ତା। ଡାଟା ବଞ୍ଚାଇବା ପାଇଁ ଫ୍ରି ୱାଇଫାଇ ବ୍ୟବହାର କରିପାରିବେ। ଏହି ଆପ୍ ଆପଣଙ୍କୁ ଆଖପାଖରେ ଥିବା ୱାଇଫାଇ ବ୍ୟବସ୍ଥା ସଂପର୍କରେ ସୂଚନା ଦେବ। ତେବେ ପବ୍ଲିକ ୱାଇଫାଇ ବ୍ୟବହାର କରିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଅଧିକାଂଶ ହ୍ୟାକ୍‌ ଏହାଦ୍ୱାରା ହୋଇଥାଏ। ଏଥିପାଇଁ ଏପରି ପବ୍ଲିକ ୱାଇଫାଇ ବ୍ୟବହାର କରନ୍ତୁ, ଯାହା ଉପରେ ଆପଣଙ୍କର ଭରସା ରହିଛି।

Related story