ଆଡ୍‌ମିଶନରେ ଅନିୟମିତତା: ବିଦା ହେଲେ ଜିସିପିଇର ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଥିବା ଶାରୀରିକ ଶିକ୍ଷା କଲେଜ (ଜିସିପିଇ)ର ଅଧ୍ୟକ୍ଷ ମନମୋହନ ରାଉତ ନିଲମ୍ୱିତ ହୋଇଛନ୍ତି।  ଚଳିତ ଶିକ୍ଷାବର୍ଷ ଲାଗି ମାଷ୍ଟର ଇନ୍‌ ଫିଜିକାଲ ଏଜୁକେଶନ୍‌ (ଏମ୍‌ପିଇଡି) ଓ ବିପିଇଡି ଆଡମିଶନରେ ଅନିୟମିତା ଅଭିଯୋଗରେ ରାଜ୍ୟ ସରକାର ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଏନେଇ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ସୂଚନା ଦେଇଛନ୍ତି। ଗତ ୨୭  ତାରିଖରେ ଏମ୍‌ପିଇଡି ପାଠ୍ୟକ୍ରମରେ ୪୦ଟି ସିଟ୍‌ରେ ଆଡମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା। ଲିଷ୍ଟରେ ଚିନ୍ମୟୀ […]

Kalinga

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 11:06 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଥିବା ଶାରୀରିକ ଶିକ୍ଷା କଲେଜ (ଜିସିପିଇ)ର ଅଧ୍ୟକ୍ଷ ମନମୋହନ ରାଉତ ନିଲମ୍ୱିତ ହୋଇଛନ୍ତି।  ଚଳିତ ଶିକ୍ଷାବର୍ଷ ଲାଗି ମାଷ୍ଟର ଇନ୍‌ ଫିଜିକାଲ ଏଜୁକେଶନ୍‌ (ଏମ୍‌ପିଇଡି) ଓ ବିପିଇଡି ଆଡମିଶନରେ ଅନିୟମିତା ଅଭିଯୋଗରେ ରାଜ୍ୟ ସରକାର ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଏନେଇ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ସୂଚନା ଦେଇଛନ୍ତି।

ଗତ ୨୭  ତାରିଖରେ ଏମ୍‌ପିଇଡି ପାଠ୍ୟକ୍ରମରେ ୪୦ଟି ସିଟ୍‌ରେ ଆଡମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା। ଲିଷ୍ଟରେ ଚିନ୍ମୟୀ ସାହୁ ନାମକ ଜଣେ ଆବେଦନକାରୀଙ୍କ ନାଁ ରହିଥିଲା। ମାତ୍ର ସଂପୃକ୍ତ ଛାତ୍ରୀ ଜଣକ ଯୋଗ୍ୟତା ହାସଲ କରିନଥିଲେ। ଏହା ସତ୍ତ୍ୱେ ତାଙ୍କ ନାଁ ମେରିଟ୍ ଲିଷ୍ଟରେ ବାହାରିଥିଲା। ଏହି ଅନିୟମିତା ଅଭିଯୋଗରେ କ୍ରୀଡ଼ାମନ୍ତ୍ରୀ ଜିସିପିଇର ଅଧ୍ୟକ୍ଷଙ୍କୁ ନିଲମ୍ୱିତ କରିଛନ୍ତି। ସେହିଭଳି ଆଡମିସନ କରିଥିବା ୩୭ ଜଣ ଆଡମିଶନ ବୈଧ କି ନୁହେଁ, ସେ ନେଇ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି।

Related story