ସରକାରୀ ମେଡିକାଲ୍‌ କଲେଜ୍‌ରେ ପଢ଼ିଲେ ସରକାରୀ ଡାକ୍ତରଖାନାରେ ବର୍ଷେ ଚାକିରି ବାଧ୍ୟତାମୂଳକ ହେବ

ଭୁବନେଶ୍ୱର: ଏଣିକି ସରକାରୀ ମେଡିକାଲ୍‌ କଲେଜ୍‌ରେ ପଢ଼ିଲେ ସରକାରୀ ଡାକ୍ତରଖାନାରେ ଅତିକମ୍‌ରେ ଏକ ବର୍ଷ ଚାକିରି କରିବାକୁ ପଡ଼ିବ। ଏ ସଂପର୍କିତ ନୂଆ ନିୟମକୁ ଚଳିତ ବର୍ଷ ଠାରୁ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଡାକ୍ତରଙ୍କ ଅଭାବ ଦୂର କରିବାକୁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟରେ ପିଏଚ୍‌ସି, ସିଏଚ୍‌ସି ଓ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ମିଶାଇ ମୋଟ ୧,୭୫୧ଟି ଡାକ୍ତରଖାନା ଅଛି। ଏଥିରେ ୪,୮୦୦ ଡାକ୍ତର ରହିବା କଥା। କିନ୍ତୁ ୧,୮୦୦ ଡାକ୍ତର […]

medical-college

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 09:29 PM IST

ଭୁବନେଶ୍ୱର: ଏଣିକି ସରକାରୀ ମେଡିକାଲ୍‌ କଲେଜ୍‌ରେ ପଢ଼ିଲେ ସରକାରୀ ଡାକ୍ତରଖାନାରେ ଅତିକମ୍‌ରେ ଏକ ବର୍ଷ ଚାକିରି କରିବାକୁ ପଡ଼ିବ। ଏ ସଂପର୍କିତ ନୂଆ ନିୟମକୁ ଚଳିତ ବର୍ଷ ଠାରୁ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଡାକ୍ତରଙ୍କ ଅଭାବ ଦୂର କରିବାକୁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି।

ରାଜ୍ୟରେ ପିଏଚ୍‌ସି, ସିଏଚ୍‌ସି ଓ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ମିଶାଇ ମୋଟ ୧,୭୫୧ଟି ଡାକ୍ତରଖାନା ଅଛି। ଏଥିରେ ୪,୮୦୦ ଡାକ୍ତର ରହିବା କଥା। କିନ୍ତୁ ୧,୮୦୦ ଡାକ୍ତର ପଦବୀ ଖାଲି ପଡ଼ିଛି। ଆଶ୍ଚର୍ଯ୍ୟର କଥା ୪୦୦ ଡାକ୍ତରଙ୍କ ପତ୍ତା ପାଉ ନାହାନ୍ତି ସରକାର। ଏଭଳି ସ୍ଥିତିରେ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ସରକାର ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ରାଜ୍ୟର ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ଚାକିରି କରିବାକୁ ପଡ଼ିବ। ଏମ୍‌ବିବିଏସ୍, ପିଜି ଓ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ଏହି ନିୟମ ଲାଗୁ ହେବ।

ଡିଏମ୍‌ଇଟି ଯୁଗ୍ମ ନିର୍ଦ୍ଦେଶକ ଉମାକାନ୍ତ ଶତପଥୀ କହିଛନ୍ତି,“ଏ ନେଇ ସେମାନଙ୍କ ସହିତ ଏକ ଚୁକ୍ତି ହେବ। ଚୁକ୍ତି ଅନୁଯାୟୀ ପାଠ ପଢ଼ି ସାରିଲା ପରେ ସେମାନେ ଅତିକମ୍‌ରେ ବର୍ଷେ ପାଇଁ ବିଭିନ୍ନ ସରକାରୀ ଡାକ୍ତରଖାନାରେ ରହି ସରକାରଙ୍କୁ ସେବା ଦେବେ।”

ପୂର୍ବରୁ ସରକାରୀ ମେଡିକାଲ କଲେଜରେ ପଢ଼ିଲେ କେବିକେ ଜିଲ୍ଲାରେ ତିନି ବର୍ଷ ଚାକିରି କରିବା ବାଧ୍ୟତାମୂଳକ ଥିଲା। ତେବେ ଗତ ବର୍ଷ ଏହି ନିୟମକୁ ସରକାର ଉଚ୍ଛେଦ କରିଥିଲେ। ଏବେ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ସରକାରଙ୍କ ନୂଆ ଫର୍ମୁଲା କେତେ କାମ କରୁଛି ତାହା ଦେଖିବାର କଥା।

Related story