ଭାରତ ବିଭାଜନର ୮ଟି କାରଣ ଓ କେଉଁମାନେ ଦାୟୀ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ଦେଶ ପାଳିବ ୭୦ତମ ସ୍ୱାଧୀନତା ଦିବସ। ଏଥିପାଇଁ ସାରା ଦେଶରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତେବେ ୭୦ ବର୍ଷ ତଳେ ଦେଶ ସ୍ୱାଧୀନତା ଭଳି ଏକ ସୁଖଦ ଅନୁଭୂତି ପାଇବା ସହିତ ଏକ ବଡ଼ ଦୁଃଖ ବି ପାଇଥିଲା। ଦେଶ ବିଭାଜନ ହୋଇଯାଇଥିଲା। କାହିଁକି ଦେଶ ବିଭାଜିତ ହେଲା? କେଉଁମାନଙ୍କ ପାଇଁ ଦେଶ ବିଭାଜିତ ହେଲା? କ’ଣ କେହି ଚାହିଁଥିଲେ ଏ ବିଭାଜନକୁ ଏଡ଼ାଇ ପାରି ଥାଆନ୍ତେ? ଏସବୁ ପ୍ରଶ୍ନକୁ ନେଇ […]

12

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 01:45 PM IST

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ଦେଶ ପାଳିବ ୭୦ତମ ସ୍ୱାଧୀନତା ଦିବସ। ଏଥିପାଇଁ ସାରା ଦେଶରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତେବେ ୭୦ ବର୍ଷ ତଳେ ଦେଶ ସ୍ୱାଧୀନତା ଭଳି ଏକ ସୁଖଦ ଅନୁଭୂତି ପାଇବା ସହିତ ଏକ ବଡ଼ ଦୁଃଖ ବି ପାଇଥିଲା। ଦେଶ ବିଭାଜନ ହୋଇଯାଇଥିଲା। କାହିଁକି ଦେଶ ବିଭାଜିତ ହେଲା? କେଉଁମାନଙ୍କ ପାଇଁ ଦେଶ ବିଭାଜିତ ହେଲା? କ’ଣ କେହି ଚାହିଁଥିଲେ ଏ ବିଭାଜନକୁ ଏଡ଼ାଇ ପାରି ଥାଆନ୍ତେ? ଏସବୁ ପ୍ରଶ୍ନକୁ ନେଇ ଆଜି ବି ତର୍କ ହୁଏ।

ଭାରତର ବିଭାଜନ ହେବା ବେଳେ ଜଣାଶୁଣା ସମାଜବାଦୀ ପାର୍ଟି ନେତା ରାମ ମନୋହର ଲୋହିଆ ଯୁବକ ଥିଲେ। ସେ ଦେଶ ବିଭାଜନର ଘଟଣାକ୍ରମଗୁଡ଼ିକୁ ବହୁତ ପାଖରୁ ଦେଖିଥିଲେ। ୧୯୬୦ରେ ‘Guilty Men of India's Partition’ ନାମରେ ତାଙ୍କର ଏକ ପୁସ୍ତକ ପ୍ରକାଶ ପାଇଥିଲା। ଏହି ବହିଟି ହିନ୍ଦୀ ଭାଷାରେ ମଧ୍ୟ ଉପଲବ୍ଧ। ହିନ୍ଦୀରେ ଏହାର ନାମ ରହିଛି ‘ଭାରତ ବିଭାଜନ କେ ଗୁନହଗାର’। ଏଥିରେ ରାମ ମନୋହର ଲୋହିଆ ଭାରତ ବିଭାଜନ ପଛରେ ଆଠଟି କାରଣ ଥିବା କଥା କହିଛନ୍ତି।

ବ୍ରିଟେନ୍‌ର କପଟ:

ଭାରତର ବିଭାଜନ ପାଇଁ ଲୋହିଆ ବ୍ରିଟେନ୍‌ର କପଟକୁ ଦାୟୀ କରିଛନ୍ତି। ଜବାହାରଲାଲ ନେହରୁ ଓ ଅନ୍ୟ କଂଗ୍ରେସ ନେତା ସେହି କପଟ ଜାଲରେ ପଡ଼ିବା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରିଥିବା କଥା ବି ସେ ଲେଖିଛନ୍ତି। ସେ ଲେଖିଛନ୍ତି,“ଶ୍ରୀ ନେହରୁ ନିଜ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଲେଡି ମାଉଣ୍ଟବେଟନଙ୍କୁ ବ୍ୟବହାର କରିଥିଲେ। ଲେଡି ମାଉଣ୍ଟବେଟନ ଓ ତାଙ୍କ ସ୍ୱାମୀ ବି ସେମାନଙ୍କ ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ଶ୍ରୀ ନେହରୁଙ୍କୁ ବ୍ୟବହାର କରିଥିଲେ।”

କଂଗ୍ରେସ ନେତୃତ୍ୱଙ୍କ ବୟସ:

୧୯୪୬ ମସିହାରେ ନୋଆଖାଲୀ (ଏବେ ବାଂଲାଦେଶର ଚଟଗାଁଓ ମଣ୍ଡଳର ଏକ ଜିଲ୍ଲା)ରେ ନେହରୁଙ୍କ ସହିତ ଲୋହିଆଙ୍କ ସାକ୍ଷାତ ହୋଇଥିଲା। ଲୋହିଆଙ୍କ ଲେଖିବା ଅନୁଯାୟୀ ଏହି ସାକ୍ଷାତ ପାଇଁ ମହାତ୍ମା ଗାନ୍ଧି ତାଙ୍କୁ ବାଧ୍ୟ କରିଥିଲେ। ଏହି ସାକ୍ଷାତ ବେଳେ ନେହରୁ ଲୋହିଆଙ୍କୁ କହିଥିଲେ ଯେ ସେ ଭାରତରୁ ପୂର୍ବ ବଙ୍ଗଳାକୁ ଅଲଗା କରି ଦେବାକୁ ଚାହୁଁଛନ୍ତି। ନେହରୁଙ୍କ ଏହି କଥା ତାଙ୍କ ମନରେ ଗଭୀର ଆଘାତ ଦେଇଥିଲା। ଲୋହିଆ ଲେଖିଛନ୍ତି,“ଏହି ଲୋକମାନେ ବୁଢ଼ା ହୋଇଯାଇଥିଲେ ଓ ଥକି ଯାଇଥିଲେ। ସେମାନେ ମୃତ୍ୟୁ ପାଖାପାଖି ଆସିଯାଇଥିଲେ ଅଥବା ସେମାନେ ନିଶ୍ଚିତ ଏବିଷୟରେ ଭାବିଥିବେ। ଏହା ବି ସତ ଯେ ପଦର ଆରାମ ବିନା ଏମାନେ ଅଧିକ ଦିନ ଜୀବିତ ରହି ନ ଥାଆନ୍ତେ।”

[caption id="attachment_157707" align="aligncenter" width="650"] ରାମ ମନୋହର ଲୋହିଆ[/caption]

ହିନ୍ଦୁ-ମୁସ୍‌ଲିମ୍‌ ଦଙ୍ଗା:

୧୯୪୬ ମସିହା ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସମୟ ଥିଲା। ଦେଶ ସ୍ୱାଧୀନ ହେବ ବୋଲି ଜାଣି ଲୋକେ ଖୁସି ହେବା ଆରମ୍ଭ କରି ଦେଇଥିଲେ। ଇଂରେଜମାନେ ଦେଶ ଛାଡ଼ିବା ପକ୍କା ହୋଇଯାଇଥିଲା। ଅନ୍ୟପକ୍ଷରେ ଦେଶ ବଡ଼ ସାଂପ୍ରଦାୟିକ ହିଂସାରେ ଜଳୁଥିଲା। ମହାତ୍ମା ଗାନ୍ଧି ଓ ତାଙ୍କ ସହିତ ଖୋଦ୍ ଲୋହିଆ ଦିଲ୍ଲୀରୁ ବହୁତ ଦୂର ବଙ୍ଗଳାର ହିଂସାଗ୍ରସ୍ତ ଅଞ୍ଚଳକୁ ଯାଇ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

ଗାନ୍ଧିଙ୍କ ଅହିଂସା:

ମହତ୍ମା ଗାନ୍ଧିଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଲୋହିଆ। ତାଙ୍କ ବହିର ଏକ ସ୍ଥାନରେ ସେ ଲେଖିଛନ୍ତି ଯେ ନେହରୁଙ୍କ କିଛି କଥା ଉପରେ ଭରସା କରାଯାଇ ପାରିବ ନାହିଁ, କିନ୍ତୁ ଗାନ୍ଧିଙ୍କ କୌଣସି କଥା ଉପରେ ସନ୍ଦେହ କରିବାର କିଛି ନାହିଁ। ଲୋହିଆ ଚାହୁଁଥିଲେ ଦେଶ ବିଭାଜନକୁ ନେଇ ଗାନ୍ଧି କଡ଼ା ଆଭିମୁଖ୍ୟ ଗ୍ରହଣ କରନ୍ତୁ। ନେହରୁ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଏପରି ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଅନ୍ତୁ। କିନ୍ତୁ ଗାନ୍ଧି ସେଭଳି କରି ନ ଥିଲେ। ସେ ନେହରୁଙ୍କ ସହ ସହମତ ନ ଥିଲେ, କିନ୍ତୁ ନିଜ ନେତାମାନଙ୍କ କଥା ମାନିବାକୁ କଂଗ୍ରେସ ଲୋକଙ୍କୁ କହିଥିଲେ। ଏହା ଲୋହିଆଙ୍କୁ ଆଘାତ କରିଥିଲା।

ମୁସ୍‌ଲିମ୍‌ ଲିଗ୍‌ର କୁଟନୀତି:

ଲୋହିଆ ନିଜ ବହିରେ ଲେଖିଛନ୍ତି ଯେ ମହମ୍ମଦ ଅଲ୍ଲୀ ଜିନ୍ନା ମୌଲାନା ଆଜାଦଙ୍କ ଠାରୁ ଭଲ ମୁସ୍‌ଲିମ୍‌ ନେତା ନ ଥିଲେ। କିନ୍ତୁ ଭାରତୀୟ ମୁସ୍‌ଲିମ୍‌ମାନେ ଜିନ୍ନାଙ୍କୁ ସେମାନଙ୍କ ନେତା ବାଛି ଥିଲେ।

ହିନ୍ଦୁଙ୍କ ଅହଙ୍କାର:

ଦେଶ ବିଭାଜନ ପାଇଁ ଲୋହିଆ ହିନ୍ଦୁ ସଂଗଠନଗୁଡ଼ିକୁ ମଧ୍ୟ ଦାୟୀ କରିଛନ୍ତି। ସେ ଲେଖିଛନ୍ତି,“ଅଖଣ୍ଡ ଭାରତ ପାଇଁ ସବୁଠୁ ଅଧିକ ଓ ଉଚ୍ଚ ସ୍ୱରରେ ନାରା ଲଗାଉ ଥିବା ବର୍ତ୍ତମାନର ଜନସଂଘ ଓ ସେମାନଙ୍କ ପୂର୍ବ ଅନୁଗାମୀ ହିନ୍ଦୁବାଦ ଭାବନାରେ ଅହିନ୍ଦୁ ତତ୍ତ୍ୱ ଥିଲେ, ସେମାନେ ବ୍ରିଟିଶ୍ ଓ ମୁସ୍‌ଲିମ ଲିଗ୍‌କୁ ଦେଶ ବିଭାଜନରେ ସହାୟତା କରିଥିଲେ।”

ଲୋକଙ୍କ ମଧ୍ୟରେ ଦୃଢ଼ତା ଓ ସାମର୍ଥ୍ୟର ଅଭାବ:

ଲୋହିଆ ବହିର ପ୍ରାରମ୍ଭରେ ଦେଶ ବିଭାଜନର ଆଠଟି କାରଣ ମଧ୍ୟରେ ଏହାକୁ ସାମିଲ କରିଛନ୍ତି। କିନ୍ତୁ ବହି ଭିତରେ ଏ ବିଷୟରେ ଉଲ୍ଲେଖ କରି ନାହାନ୍ତି। କେବଳ ଗୋଟିଏ ଦୁଇଟି ସ୍ଥାନରେ ସେ ଲେଖିଛନ୍ତି ଯେ ଲୋକେ ନିଜ ନିଜ ଭିତରେ ମୁହାଁମୁହିଁ ହୋଇ ନ ଥିଲେ ସ୍ଥିତି ଅନ୍ୟ ପ୍ରକାର ହୋଇଥାଆନ୍ତା।

ସ୍ଥିତିର ଫାଇଦା ଉଠାଇବାରେ ଅସମର୍ଥ ହେଲେ:

ଲୋହିଆ ଏହି ବହିରେ ଲେଖିଛନ୍ତି ଯେ ଭାରତୀୟ ନେତାମାନେ ସ୍ଥିତିର ଫାଇଦା ଉଠାଇବାରେ ଅସମର୍ଥ ହୋଇଥିଲେ। ସେଥିପାଇଁ ସେ ନେହରୁ, ପଟେଲ, ମୌଲାନା ଆଜାଦ ଓ ଅନ୍ୟ ନେତାମାନଙ୍କୁ ଦାୟୀ କରିଛନ୍ତି। ତାଙ୍କ ମତରେ ଯଦି ଭାରତୀୟ କଂଗ୍ରେସର ନେତାମାନେ ସ୍ୱାଧୀନତା ପାଇଁ ତରତର ହୋଇ ନ ଥାଆନ୍ତେ ତା’ହେଲେ ହୁଏତ ସେମାନେ ସେହି ସୁଯୋଗଗୁଡ଼ିକୁ ଦେଖିପାରି ଥାଆନ୍ତେ ଯାହା ଦ୍ୱାରା ବିଭାଜନକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା।

ସୌଜନ୍ୟ- ଆଜ୍‌ତକ୍‌

 

Related story