ଗୁଜରାଟ: ଆଜିଠାରୁ କଚ୍ଛରେ ପୋଲିସ ଡିଜି ସମ୍ମିଳନୀ, ଯୋଗଦେବେ ଓଡ଼ିଶା ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର: ଗୁଜରାଟର କଛରେ ଆଜିଠାରୁ ୫୦ତମ ପୋଲିସ ଡିଜି ସମ୍ମିଳନୀ ଆରମ୍ଭ ହେଉଛି। ଭୁଜଠାରୁ ୮୦ କିଲୋମିଟର ଦୂର ଧୋରଡୋଠାରେ ହେଉଥିବା ଏହି ୩ ଦିନିଆ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ସମ୍ମିଳନୀ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିରେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ଡିଜି ଓ ଆଇଜି ଯୋଗ ଦେଉଛନ୍ତି। ଏଥିସହ ଏନଆଇଏ, ସିବିଆଇ, ଆଇବି, ନାରକୋଟିକ୍ସ ଏବଂ ବିଭିନ୍ନ ପୋଲିସ ତାଲିମ ପ୍ରତିଷ୍ଠାନର […]

dg

Rakesh Mallick
  • Published: Friday, 18 December 2015
  • , Updated: 18 December 2015, 07:01 AM IST

ଭୁବନେଶ୍ୱର: ଗୁଜରାଟର କଛରେ ଆଜିଠାରୁ ୫୦ତମ ପୋଲିସ ଡିଜି ସମ୍ମିଳନୀ ଆରମ୍ଭ ହେଉଛି। ଭୁଜଠାରୁ ୮୦ କିଲୋମିଟର ଦୂର ଧୋରଡୋଠାରେ ହେଉଥିବା ଏହି ୩ ଦିନିଆ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ସମ୍ମିଳନୀ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିରେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ଡିଜି ଓ ଆଇଜି ଯୋଗ ଦେଉଛନ୍ତି। ଏଥିସହ ଏନଆଇଏ, ସିବିଆଇ, ଆଇବି, ନାରକୋଟିକ୍ସ ଏବଂ ବିଭିନ୍ନ ପୋଲିସ ତାଲିମ ପ୍ରତିଷ୍ଠାନର ମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗ ଦେବେ। ରାଜ୍ୟ ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜି ଓଡ଼ିଶା ତରଫରୁ ଏଥିରେ ଯୋଗ ଦେଉଛନ୍ତି। ସମ୍ମିଳନୀ ଅବସରରେ ଗୁଇନ୍ଦା ବ୍ୟୁରୋ ଅଧିକାରୀମାନଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ପୋଲିସ ପଦକ ପ୍ରଦାନ କରାଯିବ।

ରାଜ୍ୟ ପୋଲିସ ଡିଜି କନୱର ବ୍ରଜେଶ ସିଂ ଓ ଏଡିଜି କ୍ରାଇମ୍ ବିଜୟ କୁମାର ଶର୍ମା ସମ୍ମିଳନୀରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ସମସ୍ୟା ସମ୍ପର୍କରେ ପୃଥକ ପୃଥକ୍ ଭାବେ ଆଲୋଚନା କରାଯିବ। ଓଡ଼ିଶାର ମାଓବାଦୀ ସମସ୍ୟା, ପୋଲିସ ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ସହ ପୋଲିସ ବିଭାଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ନେଇ ଚର୍ଚ୍ଚା ହେବ ବୋଲି ସୂଚନା ମିଳିଛି। ଇଣ୍ଟର ଷ୍ଟାଟ କୋର୍ଡିନେସନ ଉପରେ ଓଡ଼ିଶା ଏକ ପ୍ରେଜେଣ୍ଟେସନ ଦେବାର କାର୍ଯ୍ୟକ୍ରମ ରହିଛି।

୨୦୧୪ ମସିହାରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ନୂଆଦିଲ୍ଲୀ ବଦଳରେ ଆସାମର ଗୁଆହାଟୀରେ ଅନୁଷ୍ଠିତ ହୋଇଥିଲା। ଗତବର୍ଷ ପୂର୍ବାଞ୍ଚଳ ପରେ ଏଥର ଦେଶର ପଶ୍ଚିମାଞ୍ଚଳରେ ଏହି ସମ୍ମିଳନୀର ଆୟୋଜନ ହୋଇଛି। ୧୯୨୦ ମସିହାରୁ ଏହି ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଥର ଲାଗି କଚ୍ଛ ସମ୍ମିଳନୀରେ ଯୋଗ ଦେଉଥିବା ଅଧିକାରୀଙ୍କୁ ସେମାନଙ୍କ ପରିବାର ସହ ନିମନ୍ତ୍ରଣ କରାଯାଇଛି।

Related story