ପୁଣି ଘୁଞ୍ଚିଲା ଗୁରୁପ୍ରିୟା ସେତୁର ଡେଡଲାଇନ୍

Ordigital Desk
  • Published: Tuesday, 13 March 2018
  • , Updated: 13 March 2018, 09:18 AM IST
<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ପୁଣି ଘୁଞ୍ଚିଛି ଗୁରୁପ୍ରିୟା ସେତୁର ଡେଡଲାଇନ୍। ବାଲିମେଳା ଜଳଭଣ୍ଡାରରେ ପାଣି କମି ଯିବାରୁ ବ୍ରିଜ୍ ନିର୍ମାଣ ଡିଜାଇନରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିପାଇଁ ନିର୍ମାଣ କାମ ଶେଷ ହେବାକୁ ଆଉ କିଛି ସମୟ ଲାଗିବ ବୋଲି ସୂଚନା ଦେଇଛନ୍ତି ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଡିଜାଇନ ଏନ.ସି. ପଲ।</p> <p>ଏହା ପୂର୍ବରୁ ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ କରିବା ସମୟକୁ ଚତୁର୍ଥ ଥର ବଢ଼ାଯାଇଥିଲା। ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ଗୁରୁପ୍ରିୟା ସେତୁର ଡେଡଲାଇନ ବୃଦ୍ଧି କରାଯାଇଛି।</p>

Related story