ହାପି କରଙ୍କ ସମ୍ପତ୍ତିର ଖୋଳତାଡ କରୁଛି ଭିଜିଲାନ୍ସ

ଭୁବନେଶ୍ୱର: ଜାଲ୍‌ ବିଜ୍ଞପ୍ତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଡାକ୍ତର ମୋତିଲାଲ ଗୌଡଙ୍କ ପରେ ଆଉ ଏକ କେଳେଙ୍କାରୀ ଉପରୁ ଧୀରେ ଧୀରେ ପରଦା ହଟୁଛି। ମୋତିଲାଲ ଓ ମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ହିମାଂଶୁ କର ଓରଫ ହାପିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ କରୁଛି ଭିଜିଲାନ୍ସ ବିଭାଗ। ହିମାଂଶୁ ସରକାରୀ ଚାକିରି କରି ବି ପତ୍ନୀଙ୍କ ନାଁରେ କିପରି ଜାଲିଆତି କରି ଭିନ୍ନକ୍ଷମ ଠିକାଦାରି ଲାଇସେନ୍ସ […]

happy kar-motilal-issue

Rakesh Mallick
  • Published: Saturday, 30 July 2016
  • , Updated: 30 July 2016, 08:43 PM IST

ଭୁବନେଶ୍ୱର: ଜାଲ୍‌ ବିଜ୍ଞପ୍ତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଡାକ୍ତର ମୋତିଲାଲ ଗୌଡଙ୍କ ପରେ ଆଉ ଏକ କେଳେଙ୍କାରୀ ଉପରୁ ଧୀରେ ଧୀରେ ପରଦା ହଟୁଛି। ମୋତିଲାଲ ଓ ମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ହିମାଂଶୁ କର ଓରଫ ହାପିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ କରୁଛି ଭିଜିଲାନ୍ସ ବିଭାଗ। ହିମାଂଶୁ ସରକାରୀ ଚାକିରି କରି ବି ପତ୍ନୀଙ୍କ ନାଁରେ କିପରି ଜାଲିଆତି କରି ଭିନ୍ନକ୍ଷମ ଠିକାଦାରି ଲାଇସେନ୍ସ ହାତେଇଲେ ତାହାର ତନାଘନା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ। କେମିତି ଓ କିଭଳି ସ୍ଥିତିରେ ସେ ଭିନ୍ନକ୍ଷମ ସାର୍ଟିଫିକେଟ ହସ୍ତଗତ କଲେ ତାକୁ ନେଇ ତନାଘନା ଜାରି ରହିଛି। ୨୦୦୦ରୁ ୨୦୧୦ ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ ହିମାଂଶୁ ଓରଫ ହାପି କର। ସେ ଏହିଠାରେ ଥିବାବେଳେ ଚଞ୍ଚକତା କରି ଭିନ୍ନକ୍ଷମ ବୋର୍ଡକୁ ହାତ କରି ଭିନ୍ନକ୍ଷମ ସାର୍ଟିଫିକେଟ ହାତେଇଥିବା ଚର୍ଚ୍ଚା ହେଉଛି। ଜନସ୍ୱାସ୍ଥ୍ୟ ବିଭାଗର ଠିକାଦାର ଭାବେ ସେ କୋଟି କୋଟି ଟଙ୍କାର କାମ ହାତେଇଛନ୍ତି।

ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି,“ନଗର ଉନ୍ନୟନ ବିଭାଗ ଅଧୀନରେ ଯେଉଁ ଜନସ୍ୱାସ୍ଥ୍ୟ ବିଭାଗ ଅଛି ସେହି ବିଭାଗରୁ ବିଏମ୍‌ କନଷ୍ଟ୍ରକ୍ସନ୍‌ ନାମରେ ହିମାଂଶୁ କର ତାଙ୍କ ପତ୍ନୀଙ୍କ ଭିନ୍ନକ୍ଷମ ସାର୍ଟିଫିକେଟକୁ ଉପଯୋଗ କରି କୋଟି କୋଟି ଟଙ୍କାର ସରକାରୀ କାମ ହାତେଇଛନ୍ତି। ସରକାର ଏହାର ତଦନ୍ତ କଲେ ନାହିଁ କାହିଁକି ? କାହା ଚାପର ବଶବର୍ତ୍ତୀ ହୋଇ ଏପରି ହୋଇଛି ତାହା ସରକାର ସ୍ପଷ୍ଟ କରନ୍ତୁ।”

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ବିଶ୍ୱଭୂଷଣ ପଟ୍ଟନାୟକ କହିଛନ୍ତି,“ଭିଜିଲାନ୍ସ ପକ୍ଷରୁ ହାପି କରଙ୍କୁ ଜେରା କରିବା ନେଇ ଗତକାଲି ଆମ ପାଖକୁ ଚିଠିର ଏକ ନକଲ ଆସିଥିଲା। ହାପିଙ୍କୁ ଗତ ୨୬ ତାରିଖରୁ ଅଗଷ୍ଟ ମାସ ୧୮ ତାରିଖ ଯାଏ ଜେରା କରିବାକୁ ଚିଠିରେ ଦର୍ଶାଯାଇଥିଲା। ଯଦି ସରକାରଙ୍କ ନିକଟରୁ ଆମ ପାଖକୁ କିଛି ଚିଠି ଆସେ ତେବେ ଆମେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବୁ।”

ଓଟିଭିକୁ ପ୍ରତିକ୍ରିୟା ଦେଇ ହିମାଂଶୁ କର କହିଛନ୍ତି,“ଏହା ମିଥ୍ୟା ମାମଲା। ଏଥିରେ କୌଣସି ସତ୍ୟତା ନାହିଁ। ମୁଁ ନୀରିହ ଲୋକଟିଏ, ଏଥିରେ ମୁଁ କାହିଁକି ପ୍ରତିକ୍ରିୟା ଦେବି, ଏହା ଉଚିତ ହେବ ନାହିଁ।”

Related story