ହଟ୍ଟଗୋଳ ମଧ୍ୟରେ ଓଡ଼ିଶା ପଞ୍ଚାୟତ ବିଧି (ସଂଶୋଧନ) ବିଲ୍‌-୨୦୧୬ ପାରିତ

ଭୁବନେଶ୍ୱର: ପ୍ରବଳ ହଟ୍ଟଗୋଳ ଭିତରେ ଆଜି ଅପରାହ୍ନରେ ଓଡ଼ିଶା ପଞ୍ଚାୟତ ବିଧି (ସଂଶୋଧନ) ବିଲ୍‌-୨୦୧୬ ବିଧାନସଭାରେ ପାରିତ ହୋଇଛି। ଏହି ବିଲ୍‌ରେ ପଞ୍ଚାୟତ ପୁର୍ନଗଠନ ନେଇ ପ୍ରସ୍ତାବ ରହିଛି। ରାଜ୍ୟରେ ପଞ୍ଚାୟତ ସଂଖ୍ୟା ବୃଦ୍ଧି ସହିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ୱାର୍ଡ ମେମ୍ବରଙ୍କ ସଂଖ୍ୟା ବଢାଇବାକୁ ପ୍ରସ୍ତାବ ରହିଛି। ଦୁଇଟି ନିର୍ବାଚନ ବଦଳରେ ଏଣିକି ପ୍ରତି ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ପୂର୍ବରୁ କାର୍ଯ୍ୟକାଳର ଦୁଇବର୍ଷ ବୂରଣ ପରେ ହିଁ ଅନାସ୍ଥା […]

assembly

Rakesh Mallick
  • Published: Monday, 16 May 2016
  • , Updated: 16 May 2016, 03:06 PM IST

ଭୁବନେଶ୍ୱର: ପ୍ରବଳ ହଟ୍ଟଗୋଳ ଭିତରେ ଆଜି ଅପରାହ୍ନରେ ଓଡ଼ିଶା ପଞ୍ଚାୟତ ବିଧି (ସଂଶୋଧନ) ବିଲ୍‌-୨୦୧୬ ବିଧାନସଭାରେ ପାରିତ ହୋଇଛି। ଏହି ବିଲ୍‌ରେ ପଞ୍ଚାୟତ ପୁର୍ନଗଠନ ନେଇ ପ୍ରସ୍ତାବ ରହିଛି।

ରାଜ୍ୟରେ ପଞ୍ଚାୟତ ସଂଖ୍ୟା ବୃଦ୍ଧି ସହିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ୱାର୍ଡ ମେମ୍ବରଙ୍କ ସଂଖ୍ୟା ବଢାଇବାକୁ ପ୍ରସ୍ତାବ ରହିଛି। ଦୁଇଟି ନିର୍ବାଚନ ବଦଳରେ ଏଣିକି ପ୍ରତି ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ପୂର୍ବରୁ କାର୍ଯ୍ୟକାଳର ଦୁଇବର୍ଷ ବୂରଣ ପରେ ହିଁ ଅନାସ୍ଥା ଆଣିବାର ବ୍ୟବସ୍ଥା ଥିଲାବେଳେ ସଂଶୋଧନ ପରେ ଏହି ଅବଧିକୁ ୨ ବର୍ଷ ୬ ମାସକୁ ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ମୂକ, ବଧିର, ଯକ୍ଷ୍ମା ଓ କୁଷ୍ଠ ଆକ୍ରାନ୍ତ ବ୍ୟକ୍ତିମାନେ ପଞ୍ଚାୟତ ନିର୍ବାଚନ ଲଢି ପାରିବେ।

Related story