ଅଜବ ରେଷ୍ଟୁରାଣ୍ଟ: ଭୂତ ସହ ହୁଏ ପାର୍ଟି !

ବ୍ୟସ୍ତ ବହୁଳ ଜୀବନରେ ସମୟ ମିଳିଲେ ସାଙ୍ଗସାଥୀଙ୍କ  ସହ ନୂଆ ଜାଗା ବୁଲିବା ଓ ରେଷ୍ଟୁରାଣ୍ଟରେ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି।  ଏହି ସମୟରେ ଗୁଲି ଖଟିରେ ଆସର ଜମେ।  କୌଣସି ବଡ଼ ରେଷ୍ଟୁରାଣ୍ଟରେ ପହଞ୍ଚିବାପରେ ଗ୍ରାହକଙ୍କୁ ସଫ୍ଟ ଡ୍ରିଙ୍କ୍‌ ଦେଇ ସ୍ୱାଗତ କରାଯାଇଥାଏ। ପରେ ଆପଣଙ୍କ ପସନ୍ଦର ଖାଦ୍ୟ ପରଷା ଯାଇଥାଏ।   କିନ୍ତୁ ଆମେ ଏପରି ରେଷ୍ଟୁରାଣ୍ଟରେ ବିଷୟରେ କହିବାକୁ ଯାଉଛୁ ଯେଉଁଠି ପହଞ୍ଚିବା ପରେ ଆପଣଙ୍କୁ ରକ୍ତ ଜୁଡୁବୁଡ ଛୁରୀରେ ସ୍ୱାଗତ କରଯାଏ। ରେଷ୍ଟୁରାଣ୍ଟ […]

gost

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 02:52 PM IST

ବ୍ୟସ୍ତ ବହୁଳ ଜୀବନରେ ସମୟ ମିଳିଲେ ସାଙ୍ଗସାଥୀଙ୍କ  ସହ ନୂଆ ଜାଗା ବୁଲିବା ଓ ରେଷ୍ଟୁରାଣ୍ଟରେ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି।  ଏହି ସମୟରେ ଗୁଲି ଖଟିରେ ଆସର ଜମେ।  କୌଣସି ବଡ଼ ରେଷ୍ଟୁରାଣ୍ଟରେ ପହଞ୍ଚିବାପରେ ଗ୍ରାହକଙ୍କୁ ସଫ୍ଟ ଡ୍ରିଙ୍କ୍‌ ଦେଇ ସ୍ୱାଗତ କରାଯାଇଥାଏ। ପରେ ଆପଣଙ୍କ ପସନ୍ଦର ଖାଦ୍ୟ ପରଷା ଯାଇଥାଏ।   କିନ୍ତୁ ଆମେ ଏପରି ରେଷ୍ଟୁରାଣ୍ଟରେ ବିଷୟରେ କହିବାକୁ ଯାଉଛୁ ଯେଉଁଠି ପହଞ୍ଚିବା ପରେ ଆପଣଙ୍କୁ ରକ୍ତ ଜୁଡୁବୁଡ ଛୁରୀରେ ସ୍ୱାଗତ କରଯାଏ। ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ପୋଷାକ ଆହୁରି ଭୟଙ୍କର ହୋଇଥାଏ, ଯାହାକୁ ଦେଖିଲେ ଆପଣଙ୍କ ହୋସ୍‌ ଉଡିଯିବ।

 ଏହି ରେଷ୍ଟୁରାଣ୍ଟର ୱେଟରମାନେ  ଅନ୍ୟ ରେଷ୍ଟୁରାଣ୍ଟର ୱେଟରଙ୍କ ଭଳି ନୁହଁନ୍ତି। ଏମାନଙ୍କ ରୂପ ଭାରି ଭୟଙ୍କର ଦେଖାଯାଏ। ଏଠାରେ ୱେଟରମାନେ ଭୂତପ୍ରେତ ବେଶରେ ସଜାଇ ହୋଇଥାନ୍ତି। ସେମାନଙ୍କୁ ଦେଖିଲେ ଆପଣ ଖାଦ୍ୟ ଖାଇବା କଥା ଭୁଲିଯିବେ। ଏହି ରେଷ୍ଟୁରାଣ୍ଟଟିର ନାଁ ହେଲା ‘ମାସିଆ ଆନକୋଣ୍ଡା’। ସ୍ପେନ୍‌ରେ ଅଛି ଏହି ରେଷ୍ଟୁରାଣ୍ଟ ।

ସାହସ ଥିବା ଲୋକମାନେ ଏଠାକୁ ଖାଦ୍ୟ ଖାଇବାକୁ ଆସିଥାନ୍ତି। ସବୁଠାରୁ ମଜାଦାର କଥା ହେଲା ଏହି ରେଷ୍ଟୁରାଣ୍ଟକୁ ଆସୁଥିବା ଗ୍ରାହକଙ୍କୁ  ଭୂତ ସହ ପାର୍ଟି  କରିବାକୁ ପଡ଼ିଥାଏ।

ସ୍ଥାନୀୟ ଲୋକେ ଏହି  କୋଠାକୁ  ଅଭିଶପ୍ତ ବୋଲି କହନ୍ତି। ଫଳରେ ଏହା କୌଣସି କାମରେ  ଲାଗୁ ନ ଥିଲା।  ଥରେ ଜଣେ ବ୍ୟକ୍ତିଙ୍କ ମନକୁ  ଆସିଥିଲା ଅଜବ ଚିନ୍ତା। ଏହି କୋଠାକୁ ହଣ୍ଟେଡ୍‌ ରେଷ୍ଟୁରାଣ୍ଟ କରିବା ପାଇଁ ସେ ମନସ୍ଥ କଲେ। ତା’ପରଠାରୁ ଏଠାରେ ହୋଟେଲ ଖୋଲିଲା।

Related story