ଖାଲିପେଟରେ ତୁଳସୀ ପତ୍ର ଚୋବାଇ ଖାଆନ୍ତୁ; ଦୂର ହୋଇଯିବ ଏହି ସବୁ ରୋଗ

ଭାରତୀୟ ସଂସ୍କୃତିରେ ତୁଳସୀର ମହତ୍ୱ ଅଧିକ। ଧାର୍ମିକ ମହତ୍ୱ ରହିବା ସହିତ ତୁଳସୀରେ ଔଷଧୀୟ ଗୁଣ ଭରି ହୋଇ ରହିଛି। ଆୟୁର୍ବେଦ ଅନୁସାରେ ଅନେକ ରୋଗର ଉପଚାର ତୁଳସୀ ପତ୍ର ଦ୍ୱାରା ହୋଇଥାଏ। ନିୟମିତ ତୁଳସୀ ପତ୍ର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। ଆସନ୍ତୁ ଜାଣିବା ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ। –  ତୁଳସୀରେ methyl, Eugenol, Carriophilin  ପରି ତତ୍ତ୍ୱ ରହିଛି। ଏହାକୁ ଚୋବାଇବା […]

Basil

Rakesh Mallick
  • Published: Monday, 19 February 2018
  • , Updated: 19 February 2018, 09:24 AM IST

ଭାରତୀୟ ସଂସ୍କୃତିରେ ତୁଳସୀର ମହତ୍ୱ ଅଧିକ। ଧାର୍ମିକ ମହତ୍ୱ ରହିବା ସହିତ ତୁଳସୀରେ ଔଷଧୀୟ ଗୁଣ ଭରି ହୋଇ ରହିଛି। ଆୟୁର୍ବେଦ ଅନୁସାରେ ଅନେକ ରୋଗର ଉପଚାର ତୁଳସୀ ପତ୍ର ଦ୍ୱାରା ହୋଇଥାଏ। ନିୟମିତ ତୁଳସୀ ପତ୍ର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। ଆସନ୍ତୁ ଜାଣିବା ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଶରୀରକୁ କ'ଣ ସବୁ ଫାଇଦା ମିଳିଥାଏ।

-  ତୁଳସୀରେ methyl, Eugenol, Carriophilin  ପରି ତତ୍ତ୍ୱ ରହିଛି। ଏହାକୁ ଚୋବାଇବା ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା ଠିକ୍‌ ରହିବା ସହ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣରେ ରହିଥାଏ । ଯାହା ଶରୀରରୁ ଡାଇବେଟିସ୍‌ ହେବାକୁ ରୋକିଥାଏ।

- ଗଳା ଦରଜ ପରି ସମସ୍ୟା ପାଇଁ ତୁଳସୀ ପତ୍ର ବେଶ୍‌ ଲାଭକାରୀ। ତୁଳସୀ ପତ୍ରକୁ ପାଣିରେ ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ। ତୁଳସୀକୁ ପାଣିରୁ ଛାଣିବା ପରେ ଅଳ୍ପ ଅଳ୍ପ କରି ପିଅନ୍ତୁ। ଗଳାଦରଜ ସମସ୍ୟା ଦୂର ହୋଇଯିବ।

- ଗବେଷଣାରୁ ଜଣାପଡିଛି ତୁଳସୀ ପତ୍ର ଖାଇବା ଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ।

- ତୁଳସୀରେ  ଆଣ୍ଟି-ଅକ୍ସିଡେଣ୍ଟ ଓ ଆଣ୍ଟି-କାର୍ସିନୋଜୋନିକ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ସ୍ତନ ଓ ମୁଖ କର୍କଟ ଆଶଙ୍କା କମିଯାଏ।

- ତୁଳସୀ ରସ କୃମି, ବାନ୍ତି, ଆମ୍ୱିଳା ହାକୁଟି ପରି ପେଟ ରୋଗ ସମସ୍ୟାରୁ ମୁକ୍ତି ଦିଏ। ଏହା ଲିଭରର କାର୍ଯ୍ୟ ଦକ୍ଷତା ବଢାଇବା ସହ କୋଲେଷ୍ଟ୍ରଲକୁ କମ୍‌ ରଖିଥାଏ।

- ମୁଖ ଦୁର୍ଗନ୍ଧ ଦୂର କରିବାରେ ମଧ୍ୟ ତୁଳସୀ ପତ୍ର ବେଶ୍ ଲାଭକାରୀ। ମୁହଁ ଦୁର୍ଗନ୍ଧ ହେଉଥିଲେ ତୁଳସୀ ପତ୍ରକୁ ଚୋବାଇ ଖାଆନ୍ତୁ।

Related story